ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ ଉଦ୍ୟମ, ମୁଥା ମାରିବାକୁ ଚେଷ୍ଟା କରି ଯୁବକ ଗିରଫ

ପାଟନା,୩୧।୮:  କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ।  ବିହାର ବେଗୁସରାୟ ଜିଲ୍ଲାର ବଲିୟାରେ ଥିବା ଲାଇବ୍ରେରୀ ଭବନରେ ଶନିବାର ଆୟୋଜିତ ଜନତା ଦରବାରରେ ହୋଇଛି ଆକ୍ରମଣ। ଗିରିରାଜଙ୍କୁ  ଆମ୍ ଆଦମୀ ପାର୍ଟିର ଜଣେ କର୍ମୀ ମୁଥା ମାରିବାକୁ ଚେଷ୍ଟା କରିଥିଲେ ।ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ  ଆତଙ୍କ ଖେଳି ଯାଇଥିଲା। ପୋଲିସ ତୁରନ୍ତ ଆକ୍ରମଣକାରୀକୁ ଗିରଫ କରିନେଇଛି। କେନ୍ଦ୍ରମନ୍ତ୍ରୀଙ୍କୁ କୌଣସି ଆଘାତ ଲାଗି ନାହିଁ ବୋଲି ପୋଲିସ କହିଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଜନତା ଦରବାର ସମାପନ ହୋଇଥିଲା। ଯେତେବେଳେ କେନ୍ଦ୍ରମନ୍ତ୍ରୀ ସେଠାରୁ ବାହାରିଥିଲେ ସେ  ସମୟରେ ମହମ୍ମଦ ଶହଜାଦୁଜ୍ଜମା ଓରଫ ସୈଫି ଏକ ଆବେଦନ ପତ୍ର ଦେବାକୁ ଚାହୁଁଥିଲା, ଯେଉଁଥିରେ କିଛି ପ୍ରଶ୍ନ ରହିଥିଲା।। ଏହାକୁ ଦେଖି କେନ୍ଦ୍ରମନ୍ତ୍ରୀ କହିଥିଲେ, ଆପଣଙ୍କ ଦ୍ବାରା ପଚରା ଯାଇଥିବା ସବୁ ପ୍ରଶ୍ନର ଜବାବ୍ ଦିଆଯାଇ ସାରିଛି। ଏହାପରେ ସୈଫି ମୁର୍ଦାବାଦ ନାରା ଲଗାଇଥିଲେ। ‌ପୋଲିସ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକି ନଥିଲେ। ମନ୍ତ୍ରୀଙ୍କ ଆଗକୁ ଆସି ନାରାବାଜି କରିବା ଆରମ୍ଭ କରିଦେଇଥିଲା। ଏହାପରେ ଗିରିରାଜଙ୍କୁ ମୁଥା ମାରିଥିଲା। ବିଜେପି କର୍ମୀମାନେ ଆକ୍ରମଣକାରୀକୁ କାବୁ କରିନେଇଥିଲେ। ମନ୍ତ୍ରୀଙ୍କ ସମର୍ଥକ ମଧ୍ୟ ଆକ୍ରମଣକାରୀକୁ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ  କର୍ମଚାରୀ ତୁରନ୍ତ ତାଙ୍କୁ କଷ୍ଟଡିରେ ନେଇଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.