ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫ୍ରୁଟି ଦେଇ ପିଲା ଚୋରି ଉଦ୍ୟମ, ସନ୍ଦିଗ୍ଧଙ୍କୁ ଗୋଡାଇ ଗୋଡାଇ ଧରିଲେ ଲୋକେ

ବାରଙ୍ଗ, ୨୮।୦୩ : ଫ୍ରୁଟି ଦେଇ ପିଲା ଚୋରି ଉଦ୍ୟମ ଅଭିଯୋଗ। ସନ୍ଦିଗ୍ଧଙ୍କୁ ଗୋଡାଇ ଗୋଡାଇ ଧରିଲେ ଲୋକେ। ଆଳୁଗଡ଼ ଛକ ନିକଟରେ ଏଭଳି ଘଟଣା ଘଟିଛି। ସନ୍ଦିଗ୍ଧଙ୍କୁ କାବୁ କରି ଭରତପୁର ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। 

ସୂଚନା ଅନୁଯାୟୀ, ଏକ ପରିବାର ଆଳୁଗଡ଼ ଛକ ନିକଟକୁ ଯାତ୍ରା ଦେଖିବାକୁ ଆସିଥିଲେ। ଜଣେ ମହିଳା ତାଙ୍କ କୁନି ପୁଅକୁ ଧରିଥିବା ବେଳେ ସେଠାକୁ ଜଣେ ଅଜଣା ବ୍ୟକ୍ତି ଆସିଥିଲେ। ମହିଳାଙ୍କ ଅନ୍ୟମନସ୍କତା ଦେଖି କୁନି ପୁଅକୁ ଫ୍ରୁଟି ଦେଇ ଡାକିଥିଲେ । ଏହି ସମୟରେ ମାଆଙ୍କ ନଜର ପଡିଥିଲା । ଫଳରେ ଦୁର୍ବୃତ୍ତ ଜଣଙ୍କ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ସ୍ଥାନୀୟ ଲୋକେ ପିଲା ଚୋରି ଅଭିଯୋଗରେ ସନ୍ଦିଗ୍ଧ ଯୁବକଙ୍କୁ ଗୋଡାଇ ଗୋଡାଇ କାବୁ କରିଥିଲେ । ଆଉ ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭରତପୁର ପୋଲିସର ଜିମା ଦେଇଥିଲେ । ସ୍ଥାନୀୟ ପୋଲିସ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.