ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନରେ ଔରଙ୍ଗଜେବଙ୍କ ଏଣ୍ଟ୍ରି, ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ସଞ୍ଜୟ ରାଉତ

Image Courtesy: Social Media

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ପୁଣି ଥରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ସଞ୍ଜୟ ରାଉତ । ବୁଲଦାନାରେ ଏକ ସଭାକୁ ସମ୍ବୋଧନ ଅବସରରେ ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବାଜୀ ମହାରାଜ ଜନ୍ମ ନେଇଥିଲେ ଏବଂ ଔରଙ୍ଗଜେବଙ୍କ ଜନ୍ମ ଗୁଜରାଟରେ ହୋଇଥିଲା । 

କେବଳ ଏତିକିରେ ଅଟକି ନାହାନ୍ତି ସଞ୍ଜୟ ରାଉତ । ସେ ଆହୁରି କହିଛନ୍ତି, ଗୁଜରାଟର ଯେଉଁଠି ମୋଦି ଜନ୍ମଗ୍ରହଣ କରିଥିଲେ ତାର ପଡ଼ୋଶୀ ଗାଁରେ ଔରଙ୍ଗଜେବ ଜନ୍ମ ହୋଇଥିଲେ । ସେଥିପାଇଁ ଔରଙ୍ଗେଜବଙ୍କ ଚିନ୍ତାଧାରା ଗୁଜରାଟ ଏବଂ ଦିଲ୍ଲୀରୁ ମହାରାଷ୍ଟ୍ରରେ ବୃଦ୍ଧି ପାଇବାରେ ଲାଗିଛି ।  ମହାରାଷ୍ଟ୍ରରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସବୁବେଳେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ପୂର୍ବରୁ ସେ ଲଗାତାର ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । 

ଏହା ପୂର୍ବରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ଏହା ବ୍ୟତୀତ ନୂଆ ସଂସଦ ଭବନକୁ ଏକ ଜେଲ୍‌ ବୋଲି କହିଥିଲେ ସଞ୍ଜୟ ରାଉତ । ଏପରିକି ତାଙ୍କ ସରକାର ଆସିଲେ ପୁରୁଣା ସଂସଦ ଭବନରେ ଅଧିବେଶନ କରାଇବେ ବୋଲି ସେ ଦାବି କରିଥିଲେ । ବୁଲଦାନାରେ ଆୟୋଜିତ ଜନସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ଔରଙ୍ଗଜେବ ପର୍ଯ୍ୟନ୍ତ ପହଞ୍ଚିଥିଲେ ସଞ୍ଜୟ ରାଉତ । 

  • shivasena
  • shiv sena
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.