ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚତୁର୍ଥ ଦିନରେ ବକ୍ସ ଅଫିସରେ ଧିମା ପଡ଼ିଲା ଅଜୟଙ୍କ ଫିଲ୍ମ, ଜାଣନ୍ତୁ କେତେ ରହିଲା କଲେକ୍ସନ

ନୂଆଦିଲ୍ଲୀ,୬/୮ : ଅଗଷ୍ଟ ୨ରେ ରିଲିଜ ହୋଇଥିବା ଫିଲ୍ମ ଓରୋ ମେ କହାଁ ଦମ୍ ଥା ଏବେ ଧିରେ ଧିରେ ଧିମା ହେବାରେ ଲାଗିଛି । ଫିଲ୍ମ ଓପନିଂ ଭଲ କରିଥିଲା କିନ୍ତୁ ଏବେ ଚତୁର୍ଥ ଦିନରେ ଫିଲ୍ମର କଲେକ୍ସନରେ ଧିମା ଦେଖା ଦେଇଛି । ଫିଲ୍ମ ଦର୍ଶକଙ୍କୁ ଫିଲ୍ମ ହଲ୍ ପର୍ଯ୍ୟନ୍ତ ଆଣିବାକୁ ଅସଫଳ ରହିଛି । ୩ ଦିନ ପରେ ଏବେ ଓରୋ ମୋ କହାଁ ଦମ୍ ଥାର ଚତୁର୍ଥ ଦିନର କଲେକ୍ସନ ସାମ୍ନାକୁ ଆସିଛି । କଲେକ୍ସନକୁ ଦେଖି ଏହା କୁହାଯାଇପାରିବ କି ଫିଲ୍ମ ଏବେ ହଲରେ କିଛି ଦିନର ଅତିଥି ବୋଲି । କେତେ ରହିଛି ଅଜୟଙ୍କ ଫିଲ୍ମର ଚତୁର୍ଥ ଦିନର କଲେକ୍ସନ ଆସନ୍ତୁ ଜାଣିବା । 

ପ୍ରକାଶ ଯେ, ପ୍ରଥମ ତଥା ଓପିନଂ ଡେରେ ଫିଲ୍ମର କଲେକ୍ସନ ୧କୋଟି ୫୦ଲକ୍ଷ ଥିଲା । ଏହାପରେ ଫିଲ୍ମ ଶନିବାର ତଥା ଦ୍ବିତୀୟ ଦିନରେ ୨କୋଟି ୧୫ଲକ୍ଷର କଲେକ୍ସନ କରିଛି । ସେହିଭଳି ତୃତୀୟ ଦିନରେ ବି ଫିଲ୍ମ ୨କୋଟି ୭୫ଲକ୍ଷ ବକ୍ସ ଅଫିସରେ କଲେକ୍ସନ କରିଛି । କିନ୍ତୁ ଏବେ ସୋମବାର ଫିଲ୍ମ ପୁରା ଫ୍ଲପ୍ ହୋଇଥିବା ନଜରକୁ ଆସିଛି । ଚତୁର୍ଥ ଦିନର କଲେକ୍ସନ କୋଟି ନୁହେଁ ଲକ୍ଷରେ ସୀମିତ ହୋଇ ରହିଯାଇଛି ।

ତାଜା ଅପଡେଟ୍ ଅନୁସାରେ ସୋମବାର ତଥା ଚତୁର୍ଥ ଦିନରେ ଫିଲ୍ମ କେବଳ ୬୪ଲକ୍ଷର କଲେକ୍ସନ କରିଛି । ଏହି କଲେକ୍ସନକୁ ମିଶାଇ ଏବେ ପର୍ଯ୍ୟନ୍ତ ଫିଲ୍ମ ୭କୋଟି ୩୯ଲକ୍ଷ ପହଞ୍ଚିଛି । ଓରୋ ମେଁ କହାଁ ଦମ୍ ଥାର ନିର୍ଦେଶକ ନୀରଜ ପାଣ୍ଡେ ଅଟନ୍ତି । ଏହି ଫିଲ୍ମ ଅଜୟ ଦେବଗନ ଏବଂ ତବ୍ବୁଙ୍କ ୧୦ମ ଫିଲ୍ମ ଅଟେ । ଫିଲ୍ମରେ ତବ୍ବୁ ଏବଂ ଅଜୟ ଦେବଗନଙ୍କ ବ୍ୟତୀତ ଶାନ୍ତନୁ ମାହେଶ୍ବରୀ ଏବଂ ସଇ ମାଂଜରେକର ବି ମୁଖ୍ୟ ଭୂମିକାରେ ଅଛନ୍ତି । ଯାହା ତବ୍ବୁ ଏବଂ ଅଜୟ ଜଓ୍ବାନୀ ଭୂମିକାରେ ନଜର ଆସିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.