ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଟି-୨୦ ବିଶ୍ବକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମି ଫାଇନାଲ୍‌ରେ ଭାରତ

Image Courtesy: espncricinfo

 ସେଣ୍ଟ ଲୁସିଆ: ଦିନିକିଆ ବିଶ୍ବକପ ପରାଜୟର ପ୍ରତିଶୋଧ ନେଲା ଭାରତ । ଟି-୨୦ ବିଶ୍ବକପ୍ର ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୪ ରନରେ ମାତ ଦେଇଛି ଟିମ୍‌ ଇଣ୍ଡିଆ । ଏହା ସହ ଟି-୨୦ ବିଶ୍ବକପ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି ରୋହିତ ବାହିନୀ । ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି  ଭାରତ। ବିଜୟ ସହ ଭାରତ ଗ୍ରୁପ ୧ରୁ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। 

ପରାଜୟ ସହ ଅଷ୍ଟ୍ରେଲିଆର ସେମି ଫାଇନାଲ୍ ଯିବା କଠିନ ହୋଇପଡ଼ିଛି । ଚତୁର୍ଥ ସେମି ଫାଇନାଲିଷ୍ଟ କିଏ ହେବ  ଆସନ୍ତାକାଲି ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚର ଫଳାଫଳ ପରେ  ସ୍ପଷ୍ଟ ହେବ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। 

ସୂର୍ଯ୍ୟ କୁମାର ଯାଦବ ୩୧ ରନର ବିସ୍ଫୋରକ ଇନିଂସ କରିଥିଲେ। ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧  ରନରେ ସୀମିତ ରହିଛି। ଟ୍ରେଭିସ୍  ହେଡଙ୍କ ୭୬ ରନର ଲଢୁଆ ଇନିଂସ ନିଷ୍ଫଳ ହୋଇଛି। ମିଚେଲ୍ ମାର୍ଶ ୩୭ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଛନ୍ତି। ସେହିଭଳି ଜସପ୍ରୀତ ବୁମରା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.