ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ଥର ପରଦାକୁ ଆସିବ ସାରା-ଆୟୁଷ୍ମାନଙ୍କ ଯୋଡି, ଖୁବ୍‌ଶୀଘ୍ର ଘୋଷଣା ହେବ ଟାଇଟଲ୍

ମୁମ୍ବାଇ ୨୨/୦୫: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓ ଗୁନୀତ ମୋଙ୍ଗାଙ୍କ ଶିକ୍ଷା ଏଣ୍ଟର୍‌ଟେନ୍‌ମେଣ୍ଟ ନୂଆ ବଲିଉଡ୍‌ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ସାରା ଅଲି ଖାନ୍‌ । ତାଙ୍କ ଅପୋଜିଟ୍‌ରେ ଅଭିନୟ କରିବେ ଆୟୁଷ୍ମାନ ଖୁରାନା । ଫିଲ୍ମର ଟାଇଟଲ୍‌ ଘୋଷଣା ହୋଇନାହିଁ । ଏହା ଏକ ଆକ୍ସନ୍‌-କମେଡି ହେବ ବୋଲି ଜଣାପଡ଼ିଛି । ଏହା ଜରିଆରେ ଦୁଇଟି ପ୍ରଡକ୍ସନ୍‌ ହାଉସ୍‌ ୩ୟ ଥର ମିଶି କାମ କରିବାକୁ ଯାଉଛନ୍ତି । 

ସିନେ ସମୀକ୍ଷକ ତରନ ଆଦର୍ଶ ଫିଲ୍ମକୁ ନେଇ ଏକ ପୋଷ୍ଟ୍‌ ଶେୟାର କରିଛନ୍ତି । ଏହା ଅନୁସାରେ, ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆକାଶ କୌଶିକ । ଏହାର ସୁଟିଂ କାମ ଚାଲିଛି । ଖୁବ୍‌ଶୀଘ୍ର ଟାଇଟଲ ଘୋଷଣା ହେବ । ଧର୍ମା-ଶିକ୍ଷା ପ୍ରଡକ୍ସନ୍‌ ହାଉସ୍‌ ଏଥର ସାରା-ଆୟୁଷ୍ମାନଙ୍କ ସହିତ ଆକ୍ସନ୍‌କମେଡି ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ତରନ ଉଲ୍ଲେଖ କରିଛନ୍ତି । 




ସାରାଙ୍କ ସିନେ ଯାତ୍ରା ଅଦ୍ୟାବଧି ଖୁବ୍‌ ବ୍ୟସ୍ତବହୁଳ ରହିଛି । ‘ଜରା ହଟ୍‌କେ ଜରା ବଚ୍‌କେ’ ପରେ ଓଟିଟି ମୁହାଁ ହୋଇଥିଲେ ସାରା । ତାଙ୍କ ଅଭିନୀତ ଫିଲ୍ମ ‘ମର୍ଡର ମୁବାରକ’ ଓ ‘ଏ ୱତନ୍‌ ମେରେ ୱତନ୍‌’ ନିକଟରେ ଓଟିଟିରେ ମୁକ୍ତିଲାଭ କରିଥିଲା । ସେପଟେ, ଫିଲ୍ମ ‘ଡ୍ରିମ୍‌ ଗର୍ଲ-୨’ରେ ଅନନ୍ୟା ପାଣ୍ଡେଙ୍କ ସହ ଶେଷ ଥର ବଡ଼ ପରଦାରେ ନଜର ଆସିଥିଲେ ଆୟୁଷ୍ମାନ । ସେ ଏବେ ମ୍ୟୁଜିକ୍‌ କ୍ୟାରିଅର୍‌କୁ ନେଇ ବ୍ୟସ୍ତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.