ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଭାରତର ବାବା ବ୍ରିଟେନ୍‌ରେ ‘ଜୀଅନ୍ତା ଭଗବାନ’, ସମ୍ମୋହନ କରି ମହିଳାଙ୍କୁ କରୁଥିଲା ଦୁଷ୍କର୍ମ : ଖୁବ୍ ଶୀଘ୍ର କୋର୍ଟରୁ ମିଳିପାରେ ସଜା

ନୂଆଦିଲ୍ଲୀ.୩।୭:  ଆସ୍ଥା ଓ ଧର୍ମର ପାଠ ପଢାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିବା ଭଣ୍ଡ ବାବାଙ୍କ ଲିଷ୍ଟ ଖୁବ୍ ଲମ୍ବା। ଏଥିପାଇଁ ବହୁ ବାବା ଏବେ ଜେଲ୍‌ରେ ପଡିଛନ୍ତି। ଏଭଳି ଏକ ମାମଲା ବ୍ରିଟେନ୍‌ରୁ ଆସିଛି। ଭାରତୀୟ ବଂଶୋଦ୍ଭାବ ଜଣେ ଭଣ୍ଡ ବାବାଉପରେ ରହିଛି ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ। ନିଜକୁ ‘ଜୀଅନ୍ତା ଭଗବାନ’ ବୋଲି କହି ଏହି ବାବା ନିଜର ବହୁ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଛି। ଏ‌ବେ ଏହି ମାମଲା ବ୍ରିଟେନ୍‌ର ଏକ କୋର୍ଟଙ୍କ ନିକଟରେ ଅଛି। ଅଭିଯୁକ୍ତ ବାବା ଉପରେ ୪ ବର୍ଷର ଶିଶୁକୁ ଯୌନ ଶୋଷଣ କରିଥିବାର ମଧ୍ୟ ଅଭିଯୋଗ ରହିଛି। 

ବ୍ରିଟେନର କୋଭିଟ୍ରି ସ୍ଥିତ ହିନ୍ଦୁ ମନ୍ଦିରର ମୁଖ୍ୟ ପୂଜାରୀ ରାଜିନ୍ଦର କାଲିଆ ଉପରେ ମହିଳା ସେବିକାଙ୍କୁ ଦୁଷ୍କର୍ମ, ନିଜ ମନ୍ଦିରର ସଦସ୍ୟ, ବିଶେଷ କରି ଝିଅଙ୍କୁ ନିଜ ସମ୍ମୋହନ ଶକ୍ତିରେ ଫଶାଇ ଦୁଷ୍କର୍ମ କରିବାର ଅଭିଯୋଗ ରହିଛି। ତା’ର ଶିକ୍ଷ୍ୟାମାନେ ରାଜିନ୍ଦର ଉପରେ ଜରିମାନ ପାଇଁ କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। କ୍ଷତିପୂରଣ ଭାବରେ କୋର୍ଟ ୮ ମିଲିୟନ ପାଉଣ୍ଡ ଜରିମାନା ଦେବାକୁ କହିଛନ୍ତି। ରାଜିନ୍ଦର ନିଜକୁ ‘ଜୀଅନ୍ତା ଭଗବାନ’ ବୋଲି କହୁଥିଲା। ଯୌନ ଶୋଷଣର ଶିକାର ପୀଡିତାଙ୍କ ଭିତରେ କିଛିଙ୍କର ବୟସ ୪ ବର୍ଷର ମଧ୍ୟ ଅଛି। ଗତ ସପ୍ତାହରେ କୋର୍ଟ ଅଫ୍ ଜଷ୍ଟିସ୍‌ରେ ଜଷ୍ଟିସ୍ ମାର୍ଟିନ ସ୍ପେସର ମାମଲାର ଶୁଣାଣି କରିଥିଲେ। ଆସନ୍ତା ସପ୍ତାହ ସୁଦ୍ଧା ମାମଲାର ଶୁଣାଣି ଶେଷ ହେବ ବୋଲି ଆଶା ରହିଛି। ଆଗାମୀ ମାସ ସୁଦ୍ଧା ରାୟ ଆସିପାରେ।

ମେଟ୍ରୋ ୟୁକେର ରିପୋର୍ଟ ଅନୁସାରେ, ୪ ଜଣ ମହିଳା ଦାବି କରିଛନ୍ତି ବାବା କାଲିଆ ତାଙ୍କର ଯୌନ ଶୋଷଣ କରିଛି। ଏଥିରେ ଜଣେ ପଡିତା କହିଛନ୍ତି, ଦୁଇ ଦଶକ ହେବ ତାଙ୍କୁ ୧୩୨୦ରୁ ଅଧିକ ଥର ଯୌନ ଶୋଷଣ କରାଯାଇଛି। ଆଉ ଜଣେ ପୀଡିତା କହିଛନ୍ତି, କାଲିଆ ବର୍ମିଂହାମ୍‌ର ଏକ ହୋଟେଲରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ତୃତୀୟ ମହିଳା  ଦାବି କହିଛନ୍ତି, ପିଲାବେଳେ ତାଙ୍କ ସହ ଦୁଷ୍କର୍ମ   ହୋଇଥିଲା।   ସେଭଳି ୪ର୍ଥ   ମହିଳା   କହିଛନ୍ତି, ତାଙ୍କୁ ଯେତେବେଳେ ସେ ୪ ବର୍ଷ  ହୋଇଥିଲା ତାଙ୍କୁ ବାବା କାଲିୟା  ଖରାପ ଢଙ୍ଗରେ ସ୍ପର୍ଶ କରିଥିଲେ, ଆଉ ଯେତେବେଳେ ବଡ ହେଲେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଅନ୍ୟପକ୍ଷେ ୬୮ ବର୍ଷୀୟ କାଲିଆ ସବୁ ଅଭିଯୋଗକୁ ଖଣ୍ଡନ କରିଛି। ସେ ନକଲି ଗୁରୁ ନୁହେଁ ବୋଲି କହିଛି। ଉଲ୍ଲେଖନୀୟ ଯେ, ବାବା କାଲିୟା ୧୯୮୩ ରେ ପଞ୍ଜାବରୁ ବ୍ରିଟେନ୍ ଯାଇଥିଲା। ସେବେଠାରୁ ସେଠାରେ ଧର୍ମଗୁରୁ ଭାବରେ ଲୋକଙ୍କ ଭିତରେ ପ୍ରଚାର ଆରମ୍ଭ କରିଦେଇଥିଲା। 

ବ୍ରି‌ଟେନରୁ ଆସିଥିବା ଏହି ଖବର ଉତ୍ତର ପ୍ରଦେଶର ହାଥରସ୍ ସତସଙ୍ଗ ବେଳେ ଘଟିଥିବା ଦୁଃଖଦ ଓ ଭୟାବହ ଘଟଣା ପରେ ସାମନାକୁ ଆସିଛି। ହାଥରସ୍ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୨୧ କୁ ବୃଦ୍ଧି ପାଇଛି। ଏହି ମାମଲାରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ତଦନ୍ତ ନିର୍ଦେଶ ଦେଇଛନ୍ତି। ହାଥରସ୍‌ରେ ସୂରଜପାଲ ସିଂହ ଓରଫ୍ ‘ଭୋଲା ବାବା’ ସତସଙ୍ଗ କରୁଥିଲେ। ଘଟଣା ଅନୁସାରେ, ସତସଙ୍ଗ ବେଳେ ‘ଭୋଲେ ବାବା’ଙ୍କ ଝଲକ ପାଇବା ଓ ତାଙ୍କ ପାଦର ଧୂଳି ନେବାକୁ ଚାହୁଁଥିବା ଭକ୍ତମାନଙ୍କ ମଧ୍ୟରେ ହଠାତ୍ ଠେଲାପେଲା ଲାଗିଯାଇଥିଲା। ଘଟଣା ସମୟରେ ମଞ୍ଚ ଉପରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.