ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଦୁନିଆର ପ୍ରଥମ ସିଏନଜି ବାଇକ୍‌ Bajaj Freedom ଲଞ୍ଚ: ପ୍ରାଇସ୍‌, ଫିଚର ଓ ମାଇଲେଜ୍‌କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତରେ ବିଶ୍ବର ପ୍ରଥମ ସିଏନଜି ବାଇକ୍‌ ଲଞ୍ଚ ହୋଇଛି । ବଜାଜ୍‌ ଫ୍ରିଡମ୍‌ ସିଏନଜିକୁ ଭାରତରେ ଲଞ୍ଚ କରିଛି ବଜାଜ୍‌ ଅଟୋ । ଏହି ବାଇକ୍‌ରେ ଲମ୍ବା ସିଟ୍‌ ସାଙ୍ଗକୁ ବହୁ ଫିଚର ରହିଛି । ଏହା ବ୍ୟତୀତ ବାଇକ୍‌ର ଷ୍ଟାଇଲିଶ୍‌ ଲୁକ୍‌ ଅନ୍ୟ ବାଇକ ତୁଳନାରେ ଭିନ୍ନ ।  ଏହି ସିଏନଜି ବାଇକ୍‌ ଦମଦାର ମାଇଲେଜ୍‌ ମଧ୍ୟ ଦେବ । ଲଞ୍ଚ ହେବା ପୂର୍ବର ବଜାଜ୍‌ର ନୂଆ ସିଏନଜି ବାଇକ୍‌କୁ ୧୧ଟି ଭିନ୍ନ ଭିନ୍ନ ସେଫ୍ଟି ଟେଷ୍ଟର ସାମ୍ନା କରିବାକୁ ପଡ଼ିଛି । ବାଇକ୍‌କୁ ଆକର୍ଷଣୀୟ କରିବାକୁ ଏଥିରେ ଅନେକ ଫିଚର ଦିଆଯାଇଛି । ବାଇକ୍‌ରେ ୩ ଜଣ ଆରାମରେ ବସି ଯାତ୍ରା କରିପାରିବେ । ଏହା ବ୍ୟତୀତ ଏଥିରେ ରୋବୋଷ୍ଟ ଟ୍ରେଲିସ୍‌ ଫେସ୍‌, ଇନୋଭେଟିଭ୍‌ ଟେକ୍‌ ପ୍ୟାକେଜିଂ ସହିତ ଲିଙ୍କଡ୍‌ ମୋନୋଶକ୍‌ ଦିଆଯାଇଛି ।  

ସ୍କୁଟର ସେଗମେଣ୍ଟରେ ଏହି ବାଇକ ବିଲକୁଲ ଅଲଗା ହେବ । ସବୁଠୁ ବଡ଼ କଥା ହେଉଛି ଏହି ବାଇକ୍‌ରେ କମ୍ପାନି ପକ୍ଷରୁ ୨ କିଲୋ ସିଏନଜି ସହ ୨ ଲିଟ୍‌ର ଫୁଏଲ ଟ୍ୟାଙ୍କ ଦିଆଯାଇଛି ।  ବାଇକ୍‌ରେ ଗୋଟିଏ ବଟନ୍‌ ଦିଆଯାଇଛି । ଏହା ସାହଯ୍ୟରେ ଚାଳକ ଗାଡ଼ି ଚଳାଉଥିବା ଅବସ୍ଥାରେ ପେଟ୍ରୋଲରୁ ସିଏନଜି ମୋଡ୍‌କୁ ପରିବର୍ତ୍ତନ କରିପାରିବେ । ଏହା ସହ ବାଇକରେ ବ୍ଲୁଟୁଥ୍‌ କନେକ୍ଟିଭିଟି ଦିଆଯାଇଛି ।

 ମାଇଲେଜ୍‌
 କମ୍ପାନି ବାଇକ୍‌ର ସିଟ୍‌ ତଳେ ସିଏନଜି ଟ୍ୟାଙ୍କ ଦେଇଛି । ବାଇକରେ ୧୨୫ ସିସି ଇଞ୍ଜିନ ଥିବା ବେଳେ ଏହା ଉଭୟ ସିଏନଜି ଏବଂ ପେଟ୍ରୋଲରେ ଚାଲିବାକୁ ସକ୍ଷମ । ୨ କେଜି ସିଏନଜି ଏବଂ ୨ ଲିଟର ପେଟ୍ରୋଲ୍‌ରେ ବାଇକଟି ମୋଟ୍‌ ୩୩୦ କିଲୋମିଟର ଚାଲିପାରିବ ବୋଲି କମ୍ପାନି ଦାବି କରିଛି । ଏକ କେଜି ସିଏନଜିରେ ବଜାଜ ଫ୍ରିଡମ୍‌ ୧୦୨ କିଲୋମିଟର ଯାଇପାରୁଥିବା ବେଳେ ଏକ ଲିଟର ପେଟ୍ରୋଲରେ ୬୪ କିଲୋମିଟର ଗତି କରିପାରିବ । ଏଥିରେ ଆଗ ଚକରେ ଡିସ୍କ ବ୍ରେକ୍‌ ଥିବା ବେଳେ ୧୭ ଇଞ୍ଚର ଏଲୟ ହ୍ବିଲ୍ସ ରହିଛି । ୭ଟି ରଙ୍ଗରେ ବଜାରରେ ଲଞ୍ଚ ହୋଇଛି Freedom 125 ବାଇକ୍‌ । 

କେମିତି କରିବେ ବୁକିଂ ?

କମ୍ପାନି ପକ୍ଷରୁ ଫ୍ରିଡମ୍‌ ବାଇକ୍‌ ଲାଗି ବୁକିଂ ଆରମ୍ଭ ହୋଇଛି । କମ୍ପାନିର ଅଫିସିଆଲ୍‌ ଓ୍ବେବସାଇଟ୍‌ରେ ବୁକ୍‌ କରାଯାଇପାରିବ । ଏହା ବ୍ୟତୀତ କମ୍ପାନିର ଡିଲରସିପ୍‌ରେ ଅଫଲାଇନ୍‌ରେ ଫ୍ରିଡମ୍‌ ବାଇକ୍‌ ପାଇଁ ବୁକିଂ ହୋଇପାରିବ ବୋଲି ଜଣାପଡ଼ିଛି । 

ବାଇକ୍‌ର ଦାମ କେତେ ?

ଏତେ ସବୁ ଫିଚର ଦେଉଥିବା ଦୁନିଆର ପ୍ରଥମ ସିଏନଜି ବାଇକ୍‌ର ପ୍ରାଇସ ବା ଦାମ ବେଶୀ ନାହିଁ । କମ୍ପାନି ପକ୍ଷରୁ ବାଇକ୍‌ର ଏକ୍ସ-ଶୋରୁମ୍‌ ପ୍ରାଇସ୍‌ ୯୫ ହଜାର ଟଙ୍କା ରଖାଯାଇଛି । ଏହି ବାଇକ୍‌କୁ ୩ଟି ଭାରିଏଣ୍ଟରେ ଉପଲବ୍ଧ କରାଇଛି କମ୍ପାନି । ତେବେ ଏହି ବାଇକ୍‌ର ଡେଲିଭରି ଚଳିତ ବର୍ଷ ଶେଷ ସୁଦ୍ଧା ହେବ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.