ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ସିଏଜି ଅଡିଟ୍‌ରେ ଧରାପଡ଼ିଲା ମିଛ, ବଲାଙ୍ଗିର ଜିଲ୍ଲାରେ ନକଲି ତହସିଲ

ବଲାଙ୍ଗିର, ୧୭/୦୯: ନକଲି ମେଡିସିନ, ମଦ, ରାସାୟନିକ ସାର୍‌, ଜାଲ୍‌ ନୋଟ୍‌ କାରବାର ପାଇଁ ଅପବାଦ ମୁଣ୍ଡାଇଥିବା ବଲାଙ୍ଗିର ପୁଣିଥରେ ଜାଲିଆତି ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଛି । ଏଥର କୌଣସି ସାମଗ୍ରୀ ନୁହେଁ ବରଂ  ନକଲି ସରକାରୀ କାର୍ଯ୍ୟାଳୟ ଖୋଲି ଟଙ୍କା ଉଠାଯାଇଛି । ଘୁଚାପାପାଲି ନାମକ ଏକ ନକଲି ତହସିଲ କାର୍ଯ୍ୟାଳୟ ନାଁରେ ଆୟ ପ୍ରମାଣପତ୍ର ପ୍ରସ୍ତୁତ କରି ଛାତ୍ରବୃତ୍ତି ହଡ଼ପ  କରାଯାଇଛି । ଏଭଳି ସାଂଘାତିକ କେଳେଙ୍କାରୀ ଏବେ  ସିଏଜି ଅଡିଟ୍‌ରେ ଧରାପଡ଼ିଛି । ସିଏଜି ତଥ୍ୟ ଓ ପ୍ରମାଣ  ପାଇବା ପରେ ପ୍ରମାଣପତ୍ର ପୁନଃ ଯାଞ୍ଚ କରି ଅଯୋଗ୍ୟ  ହିତାଧିକାରୀଙ୍କଠାରୁ ଛାତ୍ରବୃତ୍ତି ଫେରସ୍ତ କରାଇନେବାକୁ  ପଦକ୍ଷେପ ନେଇଥିବା ଜଣାପଡ଼ିଛି । 

ଏକାଦଶ, ଦ୍ୱାଦଶ, ଶିଳ୍ପ ତାଲିମ କେନ୍ଦ୍ରରେ  ଧନ୍ଦାମୂଳକ ଶିକ୍ଷା, ଯୁକ୍ତ ୩, ବୃତ୍ତିଗତ କିମ୍ବା ବୈଷୟିକ  ପାଠ୍ୟକ୍ରମରେ ଅଧ୍ୟୟନ ନିମନ୍ତେ ଏସ୍‌ସି/ଏସ୍‌ଟି  ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତ୍ତୀ ବୃତ୍ତି (ପିଏମଏସ)ରେ  ଆର୍ଥିକ ସହାୟତା ଦିଆଯାଉଛି । ୨୦୧୭-୧୮ରୁ ୨୦୨୦- ୨୧ ଆର୍ଥିକ ବର୍ଷ ମଧ୍ୟରେ ଡିପ୍ଲୋମା ଓ ଡିଗ୍ରୀରେ ପଢୁଥିବା  ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ରାଶିର ଅଡିଟ୍‌ କରାଯାଇଥିଲା ।  ମାନଦଣ୍ଡକୁ ତଦାରଖ କରି ଯାଞ୍ଚ ବେଳେ ଗୁରୁତର ତ୍ରୁଟି  ପଦାକୁ ଆସିଥିଲା । ଅଯୋଗ୍ୟଙ୍କୁ ସହାୟତା ରାଶି ପ୍ରଦାନ  କରାଯାଇଥିବା ଧରାପଡ଼ିଥିଲା । ଏପରିକି ଆବେଦନକାରୀଙ୍କ  ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମାଣପତ୍ର ଓ ତଥ୍ୟର  ସତ୍ୟତା ବିଷୟରେ ଶିକ୍ଷାନୁଷ୍ଠାନ କିମ୍ବା ଜିଲ୍ଲା ମଙ୍ଗଳ  ଅଧିକାରୀ (ଡିଡବ୍ଲ୍ୟୁଓ) ଯାଞ୍ଚ କରି ନ ଥିଲେ । 

୧.୩୮  କୋଟି ଟଙ୍କାର ରାଶି ଅଯୋଗ୍ୟଙ୍କୁ ବୃତ୍ତି ଦିଆଯାଇଥିବା  ଅଡିଟ୍‌ ଧରିଥିଲା । ଉଦାହରଣ ସ୍ୱରୂପ ବଲାଙ୍ଗୀର ଜିଲ୍ଲାର  ଜଣେ ଆବେଦନକାରୀ ବଲାଙ୍ଗିର ଜିଲ୍ଲାର ଘୁଚାପାପାଲି  ତହସିଲ କାର୍ଯ୍ୟାଳୟ ନାମରେ ଜାତି/ଆୟ ପ୍ରମାଣପତ୍ର  ପ୍ରସ୍ତୁତ କରି ଦାଖଲ କରିଥିଲେ । ସନ୍ଦେହ ହେବାରୁ ସମ୍ପୃକ୍ତ  ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କୁ ଚିଠି କରି ବୈଧତା ଯାଞ୍ଚ  କରାଯାଇଥିଲା । ଯାହାପରେ ସେଠାରେ ସେମିତି କୌଣସି  ତହସିଲ୍‌ କାର୍ଯ୍ୟାଳୟ ନ ଥିବା ଜଣାପଡ଼ିଥିଲା । କେବଳ  ବଲାଙ୍ଗିର ନୁହେଁ³ କଳାହାଣ୍ଡିର ଫରଙ୍ଗା, ଯାଜପୁରର  ଅରୁହା, କଟକ ସଦର, କେନ୍ଦ୍ରାପଡ଼ାର ଜାଗୁଳିଆପଡ଼ା,  କନ୍ଧମାଳରେ କୃତ୍ତିବାଲି ଏବଂ ଜଗତ୍‌ସିଂପୁରରେ ନୂଆଗାଁ  ନାମରେ ନକଲି ତହସିଲ୍‌ କାର୍ଯ୍ୟାଳୟ ଖୋଲାଯାଇଥିଲା ।  ଏସବୁ ସ୍ଥାନରେ ନକଲି ପ୍ରମାଣପତ୍ର ଦାଖଲ କରି ଛାତ୍ରବୃତ୍ତି  ହଡ଼ପ କରାଯାଇଥିବାର ପ୍ରମାଣ ମିଳିଛି । 

ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବରରେ ଟାଉନ  ପୁଲିସ୍‌ ସହରର କ୍ଲବପଡ଼ାରୁ ଏକ ନକଲି ହଳଦୀ ପ୍ରସ୍ତୁତ  କାରଖାନା ଠାବ କରିଥିଲା । ୨୦୨୧ ଜୁନ୍‌ରେ ସୁଦପଡ଼ସ୍ଥିତ  ଏକ ମେଡିସିନ ହୋଲସେଲରଙ୍କ ଗୋଦାମରୁ ଡ୍ରଗ୍ସ  ବିଭାଗ ୪୦ ପେଟି ନକଲି ଫାବିଫିରାବିର ଔଷଧ ଜବତ  କରିଥିଲା । ୨୦୨୨ ସେପ୍ଟେମ୍ବରରେ ମଧ୍ୟ ନକଲି ବ୍ଲଡ୍‌ପ୍ରସର  ମେଡିସିନ ଟେଲମା-୪୦ ଜବତ କରାଯାଇଥିଲା । ୨୦୨୨ ମାର୍ଚ୍ଚରେ ରେଲୱେ ଷ୍ଟେସନ ନିକଟସ୍ଥ ଉଦୟ ନଗରରୁ  ନକଲି ମଦ କାରଖାନା ଠାବ କରାଯାଇଥିଲା । ଘଟଣାସ୍ଥଳରୁ  ପ୍ରାୟ ୭ଲକ୍ଷ ଟଙ୍କାର ନକଲି ମଦ, ନାମୀଦାମୀ ବ୍ରାଣ୍ଡର  ବୋତଲ, କେମିକାଲ ଆଦି ଜବତ ହୋଇଥିଲା । ୨୦୨୩  ଫେବୃଆରୀ ୧ରେ ଟିଟିଲାଗଡ଼ ରେଲୱେ ଷ୍ଟେସନ ନିକଟରୁ  କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩୧.୨୭ ଲକ୍ଷ ଟଙ୍କାର ନକଲି  ୫୦୦ ଟଙ୍କିଆ ନୋଟ୍‌ ଜବତ କରିଥିଲା । ଏହାବାଦ୍‌ ଦାମୀ ଜିନ୍ସ, ସାର, ବିହନ, ବୈଦ୍ୟୁତିକ ଯନ୍ତ୍ରପାତି ଭଳି ଅନେକ  ନକଲି ସାମଗ୍ରୀ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.