ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଖୋଜା: ଏଥର ପ୍ରତାପ ନା ଖାରବେଳ ?

ବାଲେଶ୍ୱର,୧୭/୦୨: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ସଂସଦୀୟ କ୍ଷେତ୍ରକୁ ନେଇ ବିଜେପିର ରାଜନୀତି ସେତେ ଉଷ୍ମ ହେବାରେ ଲାଗିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ  କରିବା ପରେ ଦଳରୁ ସାଂସଦ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗି । ଆଶାୟୀ ତାଲିକାରେ ୫ରୁ ଅଧିକ ପ୍ରାର୍ଥୀ ଥିବା ବେଳେ ବର୍ତ୍ତମାନର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ପ୍ରାର୍ଥୀତ୍ୱକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ।   

ବାଲେଶ୍ୱରର ପୂର୍ବତନ ଜିଲ୍ଲାପାଳ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଜିଲ୍ଲାରେ ରେଳ ବିଭାଗର ଅନେକ ଉନ୍ନୟନମୂଳକ କାମ ହୋଇଛି । ଜିଲ୍ଲାରେ ଶ୍ରୀ ବୈଷ୍ଣବଙ୍କ ଏଭଳି ଉତ୍ସର୍ଗୀକୃତ କାର୍ଯ୍ୟ  ଦେଖି ବିଭିନ୍ନ ଆଲୋଚନା ଜୋର ଧରିଥିଲା । ମାତ୍ର ସେ ରାଜ୍ୟସଭାରୁ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହେବା ପରେ ଏହି ଅଲୋଚନାର ଅନ୍ତଃ ଘଟିଛି । ତାଙ୍କ ସ୍ଥାନରେ ବର୍ତ୍ତମାନର ସାଂସଦ ଶ୍ରୀ  ଷଡ଼ଙ୍ଗୀ, ପୂର୍ବତନ ସାଂସଦ ଶ୍ରୀ ସ୍ୱାଇଁଙ୍କୁ ମୁଖ୍ୟ  ଦାବିଦାର ଭାବେ ବିବେଚନା କରାଯାଉଛି । ଶ୍ରୀ ଷଡ଼ଙ୍ଗୀଙ୍କୁ ଦଳରେ ଜଣେ ଶୃଙ୍ଖଳିତ ନେତା ଭାବେ  ବିବେଚନା କରାଯାଏ । ରାଜନୀତିରେ ତାଙ୍କର ବହୁ ଅଭିଜ୍ଞତା ଅଛି । ନୀଳଗିରିରୁ ବିଧାୟକ ଭାବେ କ୍ରମାଗତ ୨୦୦୪, ୨୦୦୯ରେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ। ତେବେ  ୨୦୧୯ରେ ପୁନଶ୍ଚ ଏହି ସଂସଦୀୟ କ୍ଷେତ୍ରରୁ  ନିର୍ବାଚନ ଲଢ଼ିଥିଲେ । ସେଥର ସେ ବିଜୟୀ ହୋଇଥିଲେ । ଦଳ ପ୍ରତି ତାଙ୍କର ଉତ୍ସର୍ଗୀକୃତ  କାର୍ଯ୍ୟ ପାଇଁ ମୋଦି ସରକାରାରେ ତାଙ୍କୁ ମତ୍ସ୍ୟ, ପ୍ରାଣୀସମ୍ପଦ, ଅଣୁ କ୍ଷୁଦ୍ର ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା । ଏହି ସମୟରେ ସେ  ଜିଲ୍ଲାରେ ମଧ୍ୟ ଅନେକ ଉନ୍ନୟନମୂଳକ କାର୍ଯ୍ୟ  କରିଥିଲେ ।   

ଶ୍ରୀ ଷଡ଼ଙ୍ଗୀଙ୍କ ଉଦ୍ୟମରେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ୪୫ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଜଳେଶ୍ୱରରୁ ପୁରୀକୁ ନୂଆ ମେମୁ ଟ୍ରେନ୍‌ ଚଳାଚଳ, ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ୍‌ ପ୍ରତିଷ୍ଠା, ବାଲେଶ୍ୱର ରେଳ ଷ୍ଟେସନ୍‌କୁ ଅତ୍ୟାଧୁନିକ ରେଳ ଷ୍ଟେସନ୍‌ ପାଇଁ ଅର୍ଥ ମଞ୍ଜୁର, ବାହାବଳପୁରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଦ୍ୱାରା ୨ କୋଟି ଟଙ୍କା ବିନିମୟରେ ଗଭୀର ସମୁଦ୍ରରେ କେଜ୍‌ କଲଚର ମାଧ୍ୟମରେ ମତ୍ସ୍ୟ ଚାଷ, ଶେରଗଡ଼-ନୀଳଗିରି,ଝରଣାଘାଟି ରାସ୍ତା ୪ ଲେନ୍‌ ବିଶିଷ୍ଟ କରାଯିବା, ବାଲେଶ୍ୱରରୁ ଗୋପୀନାଥପୁରକୁ ପାସେଞ୍ଜର  ଟ୍ରେନ ଚାଲିବା ଅନ୍ୟତମ । ଏସବୁ ଦୃଷ୍ଟିରୁ ଶ୍ରୀ ଷଡ଼ଙ୍ଗୀଙ୍କୁ ଟିକେଟ୍‌ ଦାବିଦାର ଭାବେ ବିବେଚନା କରିବାର ଯଥାର୍ଥତା ଅଛି ।   

ସେହିଭଳି ପୂର୍ବତନ ସାଂସଦ ଶ୍ରୀ ସ୍ୱାଇଁ  ଏଥର ସାଂସଦ ଭାବେ ନିର୍ବାଚନ ଲଢ଼ିବା ନେଇ ଆଶାୟୀ ଅଛନ୍ତି । ରାଜନୀତିରେ ଶ୍ରୀ ସ୍ୱାଇଁଙ୍କ ଅନେକ ଅଭିଜ୍ଞତା ଅଛି । ପ୍ରଶାସନିକ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ଦଳୀୟ ଟିକେଟ୍‌ରୁ ସାଂସଦ ଭାବେ ସେ  କ୍ରମାଗତ ୧୯୯୮, ୧୯୯୯, ୨୦୦୪ରେ ନିର୍ବାଚିତ  ହୋଇଥିଲେ । ଅଟଳବିହାରୀ ବାଜପେୟୀଙ୍କ  ସରକାରରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ପାଇଁ ଦଳରୁ ଦୂରେଇ ଯାଇଥିଲେ । ଉତ୍କଳ ଭାରତ ନାମକ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ ।  ୨୦୧୯ରେ ସେ ପୁନଶ୍ଚ ବିଜେପିକୁ ଫେରିଥିଲେ । ଦଳ ତାଙ୍କୁ କନ୍ଧମାଳରୁ ସାଂସଦ ପ୍ରାର୍ଥୀ କରିଥିଲା । ସେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କଠାରୁ ୧ ଲକ୍ଷ  ୪୯ ହଜାର ୨୧୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଶ୍ରୀ ସ୍ୱାଇଁଙ୍କୁ ୩ ଲକ୍ଷ ୧୨  ହଜାର ୪୬୩ ଖଣ୍ଡ ଭୋଟ୍‌ ମିଳିଥିଲା ।   

ଏଥର କିନ୍ତୁ ଶ୍ରୀ ସ୍ୱାଇଁ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏନେଇ ଦିଲ୍ଲୀସ୍ତରୀୟ ନେତୃବୃନ୍ଦଙ୍କଠାରୁ  ପ୍ରତିଶ୍ରୁତି ପାଇଥିବା ସେ କହିଛନ୍ତି । ପୂର୍ବରୁ  ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ୫ଥର  ନିର୍ବାଚନ ଲଢ଼ିଥିବାରୁ ଅନେକ ଅଭିଜ୍ଞତା ଅଛି ।  ଦଳୀୟ ଟିକେଟ୍‌ ମିଳିଲେ ପୂର୍ବ ଅଭିଜ୍ଞତା ନେଇ  ମଇଦାନକୁ ଓହ୍ଲାଇବି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଦଳୀୟ ନିଷ୍ପତ୍ତି ଅନୁଯାୟୀ  ଯିଏ ସଙ୍ଗଠନ ଦାୟିତ୍ୱରେ ରହିବେ³ ତାଙ୍କୁ  ନିର୍ବାଚନରେ ଲଢ଼ିବାର ସୁଯୋଗ ମିଳିବନି । ନିକଟରେ ଦଳର କୋର୍‌ କମିଟି ଏକ ତାଲିକା  ପ୍ରକାଶ ପାଇଛି । ଏହି ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ନିର୍ବାଚନ ପ୍ରାୟତଃ  ଲଢ଼ିବେନି । ଏହି ଦୃଷ୍ଟିରୁ ମତେ ଟିକେଟ୍‌ ମିଳିବ ।  ୪ ଲକ୍ଷରୁ ଅଧିକ ଭୋଟ୍‌ରେ ମୁଁ ବିଜୟୀ ହେବି  ବୋଲି ଶ୍ରୀ ସ୍ୱାଇଁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ  ସ୍ୱାଇଁ ଦଳରେ ଜଣେ ଅଭିଜ୍ଞ ନେତା ହୋଇଥିବାରୁ  ତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ମିଳିବା  ନେଇ ମଧ୍ୟ ଆଶା କରାଯାଇପାରେ ।   

ଏହି ଦୁଇନେତାଙ୍କ ବ୍ୟତୀତ ଦଳରେ  ଆହୁରି ୫ରୁ ଅଧିକ ନେତା ଆଶାୟୀ ତାଲିକାରେ  ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ବିଧାୟକ, ଅନ୍ୟଜଣେ ପୂର୍ବତନ ଜିଲ୍ଲାସଭାପତି,  ଗଣମାଧ୍ୟମ ସହସଂଯୋଜକ ଦାୟିତ୍ୱରେ ଥିବା  ଜଣେ ଯୁବନେତା, ଜଣେ ବରିଷ୍ଠ ଆଇନଜୀବୀ,  ପୂର୍ବରୁ ଲୋକସଭା ନିର୍ବାଚନ ଲଢ଼ିଥିବା ଜଣେ  ସାଂସଦ ପ୍ରାର୍ଥୀ ଅନ୍ୟତମ । ଏହା ବ୍ୟତୀତ  ଅନ୍ୟ ଦଳର ଜଣେ ଟାଣୁଆ ନେତା ମଧ୍ୟ ଏହି  ଦୌଡ଼ରେ ଥିବା ଆଲୋଚନା ହେଉଛି । ଏନେଇ  ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହ  ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା, ଏଥର ସାଂସଦ ପ୍ରାର୍ଥୀ ତାଲିକାରେ ଏକାଧିକ  ଆଶାୟୀ ଅଛନ୍ତି । କାହାକୁ ଟିକେଟ୍‌ ମିଳିବ ତାହା  ଦଳ ନିଷ୍ପତ୍ତି କରିବ । ଦଳ ଯାହାକୁ ଟିକେଟ୍‌  ଦେବ³ ତାହା ପାଇଁ ଆମେ କାମ କରିବୁ ବୋଲି  ସେ କହିଥିଲେ । 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.