ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

କଟକ ବାଲିଯାତ୍ରା ମହୋତ୍ସବ ପ୍ରସ୍ତୁତି: ୧୬ ଶହ ପ୍ଲଟ୍‌ ଲାଗି ୮୯୪ ଆବେଦନ, ଆଜିଠୁ ଆରମ୍ଭ ହେଲା ପ୍ଲଟ୍ ନିଲାମ ପ୍ରକ୍ରିୟା

କଟକ,୧୧/୧୧: କଟକର ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ ପାଇଁ ପ୍ଲଟ୍‌ ପଞ୍ଜିକରଣ ଶେଷ  ହୋଇଛି । ମୋଟ୍‌ ୮୯୪ ଜଣ ବ୍ୟବସାୟୀ ୧୬ ଶହ  ପ୍ଲଟ୍‌ ପାଇଁ ଆବେଦନ କରିଛନ୍ତି । ଏହାପରେ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ୬ ଟି ସ୍ଥାନରେ ୧୦ ଟି କାଉଣ୍ଟରରେ ଚାଲିଛି ନିଲାମ ପ୍ରକ୍ରିୟା ବାରବାଟୀ ପ୍ୟାଲେସ, ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ, ଊଜଊଇ ଅଫିସ ସମେତ ୬ଟି ସ୍ଥାନରେ ଚାଲିଛି ନିଲାମ ପ୍ରକ୍ରିୟା। ସବୁ କାଉଣ୍ଟରରେ କରାଯାଇଛି ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ବ୍ୟବସ୍ଥା। ୧୫ ତାରିଖ ଯାଏ ଚାଲିବ ପ୍ଲଟ ନିଲାମ। 

ଯାତାୟତ ପାଇଁ ରୁଟ୍‌ ପ୍ରସ୍ତୁତ କଲା ପୋଲିସ

ସୂଚନା ମୁତାବିକ, ଶୁକ୍ରବାର ବାଲିଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରାର ରୂପରେଖ  ନେଇ ଆଲୋଚନା କରାଯିବା ସହ ଅଧିକାରୀମାନେ  ବାଲିଯାତ୍ରା ପଡ଼ିଆ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ.ସୁରେଶ  ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ  ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୭ ତାରିଖରେ  ଆରମ୍ଭ ହେବାକୁ ଯାଉଥିବା ବାଲିଯାତ୍ରା ଉତ୍ସବକୁ  ସୁରୁଖୁରୁରେ ପାଳନ କରିବା ନିମନ୍ତେ ଏଥିସହ  ସମ୍ପୃକ୍ତ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ  ଶେଷ କରିବାକୁ ସମସ୍ତ ବିଭାଗ ତତ୍ପରତାର ସହ  କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କାର୍ଯ୍ୟର  ଅଗ୍ରଗତି ସମ୍ପର୍କରେ ବୈଠକରେ ବିଷଦ ଭାବରେ  ଆଲୋଚନା ହୋଇଥିଲା । ସିଏମ୍‌ସି ମେୟର ସୁବାସ  ସିଂହ କହିଲେ, ସିଏମ୍‌ସି ପକ୍ଷରୁ କାର୍ଯ୍ୟପନ୍ଥା ସ୍ଥିର  କରାଯାଇ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଧାରିତ  ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ପଡିଆର ନିୟମିତ ସଫେଇ ଓ  ପରିମଳ ବ୍ୟବସ୍ଥା ସହ ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ  ନିର୍ଦ୍ଦିଷ୍ଟ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।  ପ୍ରଥମଥର ସିଏମ୍‌ସି ପକ୍ଷରୁ ପ୍ରାୟ ୨କୋଟି ଟଙ୍କା  ବିନିଯୋଗରେ ଡିଜିଟାଲ୍‌ ସ୍କ୍ରିନିଂ କରାଯିବ । ପ୍ରାୟ  ୨୦ହଜାର ବର୍ଗଫୁଟ୍‌ ଜମିରେ ଏହି ଡିଜିଟାଲ୍‌ ସ୍କ୍ରିନିଂ  ବ୍ୟବସ୍ଥାରେ କଟକ, ଓଡ଼ିଶା ସମେତ ଦେଶବିଦେଶର  ପ୍ରତିଛବି ଏବଂ ବିଭିନ୍ନ ବିଷୟବସ୍ତୁ ଦେଖିବାକୁ  ମିଳିବ ବୋଲି ମେୟର ପ୍ରକାଶ କରିଥିଲେ ।  

ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ,  ବାଲିଯାତ୍ରାର ସଫଳ ଆୟାଜନ ନିମନ୍ତେ ପରସ୍ପର  ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ । କଟକ  ଜିଲ୍ଲାପାଳ ନରହରି ସେଠୀ କହିଲେ, ଏଥର  କଟକ ଇନ୍‌ କଟକ ମୁଖ୍ୟ ଆକର୍ଷଣ ହେବ । କଟକ  ସହରରେ ଗ୍ରାମାଞ୍ଚଳର ଏକ ସୁନ୍ଦର ପରିବେଶ  ଦେଖିବାକୁ ମିଳିବ । ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ  ୧୫ଟି ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ୨୦ଟି ଛୋଟ  ଛୋଟ କଟେଜ୍‌ ନିର୍ମାଣ କରାଯିବ । ଏହାରି ଭିତରେ  ଏକ ଛୋଟ ଅସ୍ଥାୟୀ ପୋଖରୀ ବି ରହିବ । ସିଏମ୍‌ସି  କମିସନର ନିଖିଲ ପୱନ କଲ୍ୟାଣ ବାଲିଯାତ୍ରା କଟକ  ଉତ୍ସବରେ ନିୟୋଜିତ ବିଭିନ୍ନ ସେବା ପ୍ରଦାନକାରୀ  ଅନୁଷ୍ଠାନଗୁଡିକ ପ୍ରତ୍ୟେକ ସେବାକୁ ନିରବଚ୍ଛିନ୍ନ  ଭାବରେ ଜାରି ରଖିବା ଓ ପରିଚାଳନା କରିବା  ନିମନ୍ତେ ପରାମର୍ଶ ଦେଇଥିଲେ । । 

ଅନ୍ୟପକ୍ଷରେ  ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏବେ ସୁଦ୍ଧା ତାଲିକା  ଚୂଡାନ୍ତ ହୋଇନାହିଁ । ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରେୟା  ଘୋଷାଲ୍‌, ସୋନୁ ନିଗମ୍‌, ଅଭିନେତା ଗୋବିନ୍ଦାଙ୍କ  ସମେତ ବିଭିନ୍ନ ଷ୍ଟାର୍‌ ମାନଙ୍କ ସହ ଯୋଗାଯୋଗ  କରାଯାଇଛି । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ  ଚନ୍ଦ୍ର ରାୟ, ଏଡିଏମ୍‌ (ଉନ୍ନୟନ) ଉମାକାନ୍ତ ରାଜ୍‌,  ଏଡିଏମ୍‌ ଶିବ ଟପୋ, କଟକ ସଦର ଉପଜିଲ୍ଲାପାଳ  କମଲଜିତ୍‌ ଦାସ୍‌, ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ  କୁମାର ତରାଇ, ସୂଚନା ଓ ଲୋକସଂପର୍କ ଅଧିକାରୀ  ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ  ନଳିନୀକାନ୍ତ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • BaliYatra
  • Copyright © 2022 - Summa Real Media Private Limited. All Rights Reserved.