ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର

ଭୁବନେଶ୍ୱର ୧୮/୦୫: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା-ନିମାପଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଆଇତଳଙ୍ଗ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର । ଦୁର୍ଘଟଣା ଏତେ ଯୋରଦାର ଥିଲା ଯେ ବିଦ୍ୟୁତ୍‌ ଖୁଣ୍ଟଟି ଉପୁଡି ପଡ଼ିବା ସହ ପ୍ରାୟ ୨୦ ଫୁଟ ଦୂରରେ ପଡ଼ିଥିଲା । କାର ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଛି । ତେବେ କାରରେ କେତେ ଜଣ ଥିଲେ ତାର ସୂଚନା ମିଳିପାରିନାହିଁ । 

ସୂଚନା ମୁତାବିକ, କାର୍ ନମ୍ବର (ଓଡ଼ି୦୨ଏସି ୮୪୩୪) ନିମାପଡ଼ାରୁ ଭୁବନେଶ୍ଵର ଅଭିମୁଖେ ଯାଉ ଥିଲା । ଭାରସାମ୍ୟ ହରାଇ କାରଟି ଆଇତଳଙ୍ଗ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିବା ଅନୁମାନ କରାଯାଉଛି ।ଏ ସମ୍ପକରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା ।ଘଟଣାସ୍ଥଳ‌ରେ ପୋଲିସ ପହଞ୍ଚି କାର୍‌କୁ ଜବତ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.