ପୁରୀ,୨୮/୦୮ : ବୁଧବାର ଶ୍ରୀମନ୍ଦିରରେ ବନଭୋଜି ବେଶରେ ଉଭା ହେବେ ଶ୍ରୀବିଗ୍ରହ। ଏଥିସହ ଶ୍ରୀମନ୍ଦିରରେ ପାଳିତ ହେବ କୋଳିବିକା ନୀତି । ଗୋପଲୀଳା କ୍ରମେ କୃଷ୍ଣ ଓ ବଳରାମ ଗୋବତ୍ସାଙ୍କୁ ସଙ୍ଗରେ ନେଇ ବନଭୋଜି ଉଦ୍ଦେଶ୍ୟରେ ଗମନ କରିଥିଲେ । ଏହାକୁ ସ୍ମରଣ କରି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ। ସେହିଭଳି ବଡ଼ଛତା ମଠ ନିକଟରେ କୋଳି ବିକା ନୀତି ସମ୍ପନ୍ନ ହେବ ।
ରାତିରେ ଶ୍ରୀମନ୍ଦିରରେ ବକାସୁର ଓ ଅର୍ଘାସୁର ବଧ ନୀତି ସଂପନ୍ନ ହେବ । ବାଲିସାହିରୁ ବକାସୁର ବଧ ଓ ହରଚଣ୍ଡୀ ସାହିରୁ ଅର୍ଘାସୁର ବଧ ପ୍ରସ୍ତାବ ହେବ । ପୁରୁଣା ସାହି ବାସିନ୍ଦାମାନେ ବିଭିନ୍ନ ପୌରାଣିକ ଚରିତ୍ରରେ ଅଭିନୟ କରି ଠାକୁରଙ୍କ ନୀତିରେ ସାମିଲ୍ ହେବେ । ସେଥିପାଇଁ ସାହିରେ ମୁରବି ତଥା ସ୍ଥାନୀୟ ଯୁବକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଛି ।