ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଶ୍ବକପରେ ଦ୍ବିତୀୟ ବିଜୟ ପରେ ବାଂଗଲାଦେଶକୁ ଲାଗିଲା ବଡ଼ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାହାରିଲେ ଶାକିବ ଅଲ ହସନ

ନୂଆଦିଲ୍ଲୀ, ୭/୧୧ : ବାଂଗଲାଦେଶର ଅଧିନାୟକ ଶାକିବ ଅଲ ହସନ ୨୦୨୩ବିଶ୍ବକପରୁ ବାଦ୍ ପଡ଼ିଛନ୍ତି । ବାଂଗଲାଦେଶକୁ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ମିଳିବା ପରେ ବଡ଼ ଝଟକା ଲାଗିଛି । ଶାକିବଙ୍କ ନେତୃତ୍ବାଧିନ ବାଂଗଲାଦେଶ ଗତ ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ୩ଓ୍ବିକେଟରେ ପରାସ୍ତ କରିଥିଲା । କିନ୍ତୁ ଏହି ମ୍ୟାଚରେ ଶାକିବଙ୍କ ବାମ ହାତର ଆଙ୍ଗୁଳି ଆହତ ହୋଇଛି, ଯାହାଦ୍ବାରା ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ‌ରେ ଶାକିବ ବୋଲିଂ ଏବଂ ବ୍ୟାଟିଂରେ ବହୁତ ଭଲ ପ୍ରଦର୍ଶନ କରି ପ୍ଲେୟର ଅଫ ଦ ମ୍ୟାଚ ନିଜ ନାମରେ କରିଥିଲେ । ପ୍ରଥମେ ବୋଲିଂ କରି ସେ ଦୁଇଟି ଓ୍ବିକେଟ ନେଇଥିଲେ । ଏହାପରେ ବ୍ୟାଟିଂରେ ୨୮୦ରନର ପିଛା କରି ସେ ୬୫ବଲରେ ୧୨୬.୧୫ଷ୍ଟ୍ରାଇକ ରେଟରେ ୮୨ରନ୍ ସ୍କୋର କରିଥିଲେ । ଯେଉଁଥିରେ ୧୨ଚୌକା ଏବଂ ୨ଛକା ସାମିଲ ଥିଲା। ମାତ୍ର ଶାକିବଙ୍କ ପକ୍ଷରୁ ଯେତେବେଳେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି ସେତେବେଳେ ତାଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଛି ।

ସେହିଭଳି ତାଙ୍କ ଆଙ୍ଗୁଳିର କଥା ଯଦି କହିବା ତେବେ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶାକିବ ଏକ୍ସରାୟ କରିଥିଲେ ଯେଉଁଥିରେ ଫ୍ୟାକ୍ଚର ବାହାରିଥିଲା। ବାଂଗଲାଦେଶର ଫିଜିୟୋ ବାୟଜେଦୁଲ ଇସ୍ଲାମ କହିଛନ୍ତି କି ଶ୍ରୀଲଙ୍କା ବିପକ୍ଷ ପାଳିର ଆରମ୍ଭରେ ଶାକିବଙ୍କୁ ଆହତ ଲାଗିଥିଲା, କିନ୍ତୁ ସେ ପେନକ୍ଲିର ଖାଇବା ସହ ଟ୍ୟାପ ଲଗାଇ ବ୍ୟାଟିଂ ଜାରି ରଖିଥିଲେ । 

ଶ୍ରୀଲଙ୍କା ବିପକ୍ଷ ପାଳି ବ୍ୟତୀତ ଶାକିବଙ୍କ ପକ୍ଷରୁ ଅନ୍ୟ କୌଣସିରେ ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ବାଂଗଲାଦେଶ ଅଧିନାୟକ ୭ଟି ମ୍ୟାଚରେ କେବଳ ୨୬.୫୭ପ୍ରତିଶତରେ ୧୮୬ରନର ସ୍କୋର କରିଛନ୍ତି । ଏହା ବ୍ୟତୀତ ବୋଲିଂରେ କେବଳ ୫ଟି ଓ୍ବିକେଟ ନେଇଛନ୍ତି । ପ୍ରକାଶ ଯେ, ବାଂଗଲାଦେଶ ଟୁର୍ଣ୍ଣାମେଣ୍ଟର ୯ମ ଏବଂ ଶେଷ ଲିଗ୍ ମ୍ୟାଚ ଅଷ୍ଟେ୍ରଲିଆ ବିପକ୍ଷ ୧୧ନଭେମ୍ବରରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳିବ । ବାଂଗଲାଦେଶ ଏବେ ପର୍ଯ୍ୟନ୍ତ ଖେଳିଥିବା ୮ଟି ମ୍ୟାଚରୁ କେବଳ ୨ଟି ମ୍ୟାଚ ଜିତିଛି । 

ଇକୋନମୀ କ୍ଲାସରେ ଯାତ୍ରା କରୁଥିବା ଦେଖା ହେଲେ ବିରାଟ, ଭାଇରାଲ ହେଉଛି ବିମାନର ଭିଡ଼ିଓ

Copyright © 2022 - Summa Real Media Private Limited. All Rights Reserved.