ନୂଆଦିଲ୍ଲୀ,୦୮/୦୮: ବାଂଲାଦେଶର ସେଖ୍ ହସିନାଙ୍କ ସରକାର ପରିବର୍ତ୍ତନ ପ୍ରଭାବ ରାଜସ୍ଥାନର ବୟନ ଏବଂ ପୋଷାକ କ୍ଷେତ୍ର ଉପରେ ପଡିଛି । ରାଜ୍ୟର ସବୁଠୁ ବଡ ଗାର୍ମେଷ୍ଟ ଶିଳ୍ପ ହବ୍ ପରିଚିତ ଭିଲୱାଡା ଟେକ୍ସଟାଇଲ ଶିଳ୍ପ ବାଂଲାଦେଶକୁ କଞ୍ଚାମାଲ ଯୋଗାଇଥାଏ । ମାତ୍ର ବାଂଲାଦେଶରେ ରାଜନୈତିକ ସଙ୍କଟ ଯୋଗୁ ଏବେ ୫ କୋଟି ମିଟର କପଡା ଅର୍ଡର ଅଟକି ରହିଛି । ଏସବୁ ଶିଳ୍ପରେ ପ୍ରାୟ ୨୦ ହଜାର ଲୋକ କାମ କରୁଥିବା ବେଳେ ଜୀବିକା ଉପରେ ସଙ୍କଟ ଉପୁଜିଛି ।
ଅର୍ଡର ଅଟକିବା ଓ ବାତିଲ ହେଉଥିବାରୁ ରାଜସ୍ଥାନ ରେଡିମେଡ କପଡା ଶିଳ୍ପ ଉପରେ ତ୍ୱରିତ ଭାବେ ଦେଖାଯାଇଛି । ରାଜ୍ୟର ଭିଲ୍ୱାଡା ବାଂଲାଦେଶକୁ ପ୍ରତି ମାସ ୨.୫ କୋଟି ଡେନିମ୍ କପଡା ଯୋଗାଇଥାଏ । ବିଶ୍ୱର ପ୍ରମୁଖ ବ୍ରାଣ୍ଡ୍ ଗୁଡିକ ଲାଗି ବାଲାଂଦେଶର ୩୫୦୦ଫ୍ୟାକ୍ଟ୍ରି ରେଡିମେଡ୍ ପୋଷାକ ପ୍ରସ୍ତୁତ କରିଥାନ୍ତି । ଏଥିଲାଗି ଡେନିମ, ଟସର ଏବଂ ସିନ୍ଥେଟିକ କପଡା ରାଜସ୍ଥାନରୁ ଆସିଥାଏ ।
ବାଂଲାଦେଶରେ ଏଭଳି ସ୍ଥିତି ଲାଗି ରହିଲେ ଭାରତୀୟ ଶିଳ୍ପ ୫୦୦ କୋଟିର କ୍ଷତି ସହିପାରେ ବୋଲି କୁହାଯାଉଛି । ଏହାକୁ ନେଇ ୨୦ ହଜାର କାରିଗରଙ୍କ ନିଯୁକ୍ତି ପ୍ରଭାବିତ ରହିପାରେ । ଏପଟେ ବାଂଲାଦେଶର ସ୍ଥିତି ବିଗିଡିବା ଯାଗୁ ଜୟପୁର- ପାଲି ଗାର୍ମେଣ୍ଟ ଫ୍ୟାକ୍ଟ୍ରି ଗୁଡିକରେ ଜାପାନ ଏବଂ ୟୁରାପରୁ ଭଲ ଅର୍ଡର ଆସିବା ନେଇ ଆଶା କରାଯାଉଛି । ଏହି ଅର୍ଡର ୩୫୦୦ କାଟି ଯାଏ ରହିପାରେ ।
ଭିଲୱାଡାର ବ୍ୟବସାୟୀ ଅଶୋକ ତୁଷନିୱାଲ କହିଛନ୍ତି, ଭିଲୱାଡାରେ୧ ହଜାର କପଡା ପ୍ରସ୍ତୁତ କରୁଥିବା କମ୍ପାନି ରହିଛି । ପ୍ରତିବର୍ଷ ୧୦୦ରୁ ୧୧୦ କୋଟି ମିଟର କପଡା ପ୍ରସ୍ତୁତ କରିଥାନ୍ତି ଏହି କମ୍ପାନି । ଯାହାର ବାର୍ଷିକ କାରବାର ୨୫ ହଜାର କୋଟି ରହିଥାଏ । ଏଠାରୁ ବାର୍ଷିକ ୧୫ କୋଟି ମିଟର କପଡା ବିଶ୍ୱର ୫୦ଟି ଦେଶକୁ ପଠାଯାଇଥାଏ । ଏଥି ମଧ୍ୟରୁ ବାଂଲାଦେଶ ୨.୫ କୋଟି ମିଟର କପଡା ମଗାଇଥାଏ ।
ଭିଲୱାଡାରେ ୪୫୦ରୁ ବୟନ ଉଦ୍ୟୋଗ ରହିଛି । ୧୭ରୁ ୧୮ ପ୍ରୋସେସ ହାଉସ ଏବଂ ୧୮ ସ୍ପିନିଂ ଶିଳ୍ପ ରହିଛି । ଏହି ଶିଳ୍ପ ପ୍ରତି ମାସ ୯ କୋଟି ମିଟର କପଡା ଉତ୍ପାଦନ କରିଥାଏ । ଏହି ସବୁ ଶିଳ୍ପ ଗୁଡିକରେ ୨୨ ହଜାର ଲୋକ କାର୍ଯ୍ୟ କରିଥାନ୍ତି । ଏବେ ଏହି ଲୋକ ମାନଙ୍କର ଜୀବିକା ଉପରେ ପ୍ରଭାବ ରହିଛି । ଭିଲୱାଡା ଟେକକ୍ସଟାଇଲ ମିଲ୍ସ ଆସୋସିଏସନର ଅଧ୍ୟକ୍ଷ ଏସ୍ଏନ୍ ମୋଦାନି କହିଛନ୍ତି, ଭିଲୱାଡା ଡେନିମ କପଡାର ବାଂଲାଦେଶରୁ ଢ଼େର ଚାହିଦା ରହିଛି । ମାତ୍ର ଗତ ୩ ମାସ ଧରି ଜାରି ରହିଥିବା ଆନ୍ଦୋଳନ ଯୋଗୁ କାରବାର ଉପରେ ଗଭୀର ପ୍ରଭାବ ପଡୁଛି । ସରକାର ପରିବର୍ତ୍ତନ ଯୋଗୁ ବ୍ୟବସାୟୀଙ୍କ ୫୦ କୋଟିର ଅର୍ଡର କେବଳ ୨ ଦିନରେ ଅଟକି ଯାଇଛି ।
ଭିଲୱାଡା ଟେକ୍ସଟାଇଲ ଫେଡେରେସନର ଅଧ୍ୟକ୍ଷ ସାଂସଦ ଦାମୋଦର ଅଗ୍ରୱାଲ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି । ବ୍ୟବସାୟୀ ମାନେ ଯେଭଳି ବେଶି କ୍ଷତି ନ ସହନ୍ତି ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଗାର୍ମେଣ୍ଟ ଆସୋସିଏସନ ଅଫ୍ ରାଜସ୍ଥାନର ଅଧ୍ୟକ୍ଷ ଜାକିର ହୁସେନ କହିଛନ୍ତି, ରାଜ୍ୟ ଗାର୍ମେଣ୍ଟ ଶିଳ୍ପ ପ୍ରାୟ ୧୦ ହଜାର କୋଟି ଟଙ୍କାର ରପ୍ତାନି କରିଥାଏ । ତେବେ ବାଂଲାଦେଶ ସ୍ଥିତି ପ୍ରଭାବିତ ରହିଲେ ମଧ୍ୟ ଭାରତ ପାଇଁ ନୂଆ ଅର୍ଡର ଆଣିବ ।
ୟୁରୋପ ଏବଂ ଆମେରିକାର କିଛି ଅର୍ଡର ଭାରତକୁ ସ୍ଥାନାନ୍ତର ହୋଇପାରେ। ଜୟପୁର ଏବଂ ପାଲିଭଳି ଶିଳ୍ପାଞ୍ଚଳ ଗୁଡିକୁ ୧୦% ଅଧିକ ଅର୍ଡର ମିଳିବା ସମ୍ଭାବନା ରହିଛି । ରାଜସ୍ଥାନ ଟେକ୍ସଟାଇଲ ଆର୍ଡ ପ୍ରୋସେସର ଆସୋସିଏସନର ଅଧ୍ୟକ୍ଷ ବିନୟ ବମ୍ବ କହିଛନ୍ତି, ବାଂଲାଦେଶ ସ୍ଥିତି ସୁଧୁରିବା ଲାଗି ସମୟ ଲାଗିପାରେ । ଏହାକୁ ଦେଖିେଏ ପାଲିରେ ସୁତା, ସିନ୍ଥେଟିକ ପ୍ରୋସେସିଂ ଚାହିଦା ବଢ଼ିପାରେ । ସେହିଭଳି କୋଲକାତାର ବୋଲତାରାରେ ମଧ୍ୟ ବାଂଲାଦେଶକୁ ହେଉଥିବା ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି ।