ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା! ପୁରୀ ଜିଲ୍ଲା ସମୁଦ୍ର ଉପକୂଳରେ ସୁରକ୍ଷା ଉପରେ ନଜର ରଖାଯାଇଛି: ଜିଲ୍ଲାପାଳ

ପୁରୀ,୦୮/୦୮: ଭାରତ ପଡୋଶୀ ରାଜ୍ୟ ବାଂଲାଦେଶରେ ଦିନକୁ ଦିନ ହିଂସା ବୃଦ୍ଧି ପାଉଛି । ବାଂଲାଦେଶରୁ ଜଳପଥରେ ଭାରତକୁ ଅନୁପ୍ରବେଶ ବୃଦ୍ଧି ପାଇବା ଆଶଂକା ରହିଛି । ଏନେଇ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏକ ବୈଠକ ଏନେଇ ସମୀକ୍ଷା  କରିଛନ୍ତି । ସମୁଦ୍ର ପଥରେ ବାଂଲାଦେଶୀ ପଶିଆସିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ହାଇଆଲର୍ଟ  ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶର ପୂର୍ବ ଉପକୂଳ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସତର୍କ ରହିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ଏହିକ୍ରମରେ ପୁରୀ ଜିଲ୍ଲା ସମୁଦ୍ର ଉପକୂଳରେ ସୁରକ୍ଷା ଉପରେ ନଜର ରଖାଯାଇଥିବା  ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବୁଧବାର  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ସେ ଆହୁରି ମଧ୍ୟ  କହିଛନ୍ତି, ସେଥିଲାଗି କୋଷ୍ଟଗାର୍ଡ ଓ ଭାରତୀୟ  ନୌବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । କୋଷ୍ଟଗାର୍ଡ  ସହ ମେରାଇନ୍‌ ପୁଲିସ ଯୋଗାଯୋଗ ରଖି ସମୁଦ୍ର  ପଥରେ ଅଧିକ ମାତ୍ରାରେ ପେଟ୍ରୋଲିଂ କରାଯାଉଛି ।  ବାଂଲାଦେଶୀ ଅନୁପ୍ରବେଶ ନେଇ ଏବେ ସେଭଳି କିଛି  ସୂଚନା ଆସିନାହିଁ । ତଥାପି ପ୍ରଶାସନ ସଜାଗ ରହିଛି ।  ଏନେଇ ସାଧାରଣ ଲୋକଙ୍କୁ ସତର୍କ ସୂଚନା ଦେବା  ଠିକ୍‌ ନୁହେଁ । ସମୟ ଆସିଲେ ଲୋକଙ୍କୁ ସୂଚନା ପ୍ରଦାନ  କରାଯିବ । 

ସେହିଭଳି ଏସ୍‌ପି ପିନାକ ମିଶ୍ର କହିଛନ୍ତି,  ଜଳପଥରେ ବାଂଲାଦେଶୀ ପଟୁ ଅନୁପ୍ରବେଶ ନେଇ  କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରୀ ପୁଲିସକୁ କୌଣସି  ସୂଚନା ଆସିନାହିଁ । କିନ୍ତୁ ପୁରୀ ପୁଲିସ ସତର୍କ ରହିଛି ।  ସର୍ବଦା ଅନୁପ୍ରବେଶକୁ ନଜରରେ ରଖି କୋଷ୍ଟଗାର୍ଡ  ସହିତ ମେରାଇନ୍‌ ପୁଲିସ ନିୟମିତ ପାଟ୍ରୋଲିଂ କରୁଛି ।  ସମୟ ସମୟରେ କିଛି ସାମ୍ପ୍ରତିକ ଘଟଣାକୁ ଦୃଷ୍ଟିରେ  ରଖି ସଙ୍ଗେ ସଙ୍ଗେ ସୁରକ୍ଷା ବଢାଇ ଦିଆଯାଇଥାଏ ।  ବିଶେଷ ଭାବେ ଅସ୍ତରଙ୍ଗ, ଅରଖକୁଦା ମେରାଇନ୍‌  ଥାନାକୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏସମ୍ପର୍କରେ ଯୁବ ସମାଜସେବୀ ହେକ୍ଟର ମିଶ୍ର  କହିଛନ୍ତି, ପୁରୀ ଏକ ସମ୍ବେଦନଶୀଳ ସ୍ଥାନ ଏଠାକୁ  ଅଧିକାଂଶ ସମୟରେ ପର୍ଯ୍ୟଟକମାନେ ଆସିଥାନ୍ତି ।  ତେଣୁ ଏଠାରେ ଅନୁପ୍ରବେଶକାରୀ ସହଜରେ  ସାଧାରଣ ଲୋକଙ୍କ ମେଳରେ ଆତ୍ମଗୋପନ କରିବା  ସହଜ ହେବ । ତେଣୁ ଜଳ ପଥରେ ବାଂଲାଦେଶୀ  ଅନୁପ୍ରବେଶ ଆଶଙ୍କା ଅଧିକ । ଏସବୁ ଦୃଷ୍ଟିରୁ ଜିଲ୍ଲାର  ମେରାଇନ ଥାନାଗୁଡ଼ିକରେ ପର୍ଯ୍ୟାପ୍ତ କର୍ମଚାରୀ  ରହିବା ଜରୁରୀ । ହେଲେ ବର୍ତ୍ତମାନ ଏଠାରେ ସବୁ  କିଛି ଠାକୁରଙ୍କ ଭରସାରେ ଚାଲିଛି । ତେବେ ଏହା  ଉପରେ ଜିଲ୍ଲା ଓ ପୁଲିସ ପ୍ରଶାସନ ଅଧିକ ସଜାଗ ରହିବା ଆବଶ୍ୟକ । ସେହିପରି ସାଧାରଣ ଲୋକଙ୍କୁ  ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସଚେତନ କରାଯାଉ ।  ସ୍ଥାନୀୟ ଅଞ୍ଚଳରେ କୌଣସି ଅଜଣା ବ୍ୟକ୍ତି  ନଜରକୁ ଆସିଲେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାକୁ  ଖବର ଦେବେ । ନଚେତ୍‌ ପୁଲିସ ତରଫରୁ ଏକ  ହେଲପ ଲାଇନ୍‌ ନମ୍ବର ମଧ୍ୟ ଜାରି କରିବା ଜରୁରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.