ନୂଆଦିଲ୍ଲୀ,୩୦/୦୯: ଚଳିତ ବର୍ଷ ଅକ୍ଟୋବର ମାସରେ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାରଣ ଯାଗୁ ୯ ଦିନ ବ୍ୟାଙ୍କ କାମ ହେବନି । ଏହାବାଦ ଏହି ମାସରେ ୪ ରବିବାର ଏବଂ ୨ଟି ଶନିବାର ପଡୁଛି । ୨ ଅକ୍ଟୋବରରେ ଗାନ୍ଧି ଜୟନ୍ତୀ ଯୋଗୁ ସବୁ ଜାଗାରେ ବ୍ୟାଙ୍କ ବନ୍ଦ ରହିବ । ଏହାବାଦ ୧୨ ଅକ୍ଟୋବରରେ ଦଶହରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାମ ହେବନି ।
୧ ଅକ୍ଟାବରରେ ଜମ୍ମୁ କାଶ୍ମୀରରେ ନିର୍ବାଚନ, ନବରାତ୍ର ସ୍ଥାପନା ଯୋଗୁ ୩ରେ ଜୟପୁରରେର ବ୍ୟାଙ୍କ ଛୁଟି ରହିବ । ୬, ୧୩, ୨୦ ଏବଂ ୨୭ ଅକ୍ଟୋବର ରବିବାର ୧୨ ଅକ୍ଟୋବର ଓ ୨୬ ଅକ୍ଟୋବରରେ ଦ୍ୱିତୀୟ ଶନିବାର ପଡୁଛି । ୧୧ ଅକ୍ଟୋବରରେ ମହାଷ୍ଟମୀ, ମହାନବମୀ ଯୋଗୁ ବାଙ୍ଗାଲାର, ଭୁବନେଶ୍ୱର, ଚେନ୍ନାଇ, ଗାଙ୍ଗ୍ଟକ, ସାଂଚୀ ସହ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ । ୧୪ ଅକ୍ଟୋବରରେ ଦଶହରା ପାଇଁ ଗାଙ୍ଗଟକ, ୧୬ ଅକ୍ଟୋବରରେ ଲକ୍ଷ୍ମୀ ପଜା ପାଇଁ କୋଲକାତା ଏବଂ ଅଗରତାଲା, ୧୭ ଅକ୍ଟାବରରେ ମହର୍ଷି ବାଲ୍ମିକି ଜୟନ୍ତୀ ଏବଂ କାତି ବିହୁ ଲାଗି ବେଙ୍ଗାଲୁରୁ, ଗୌହାଟି ଏବଂ ଶିମଳା ଏବଂ ୩୧ ଅକ୍ଟୋବରରେ ଦୀପାବଳୀ ପାଇଁ ବ୍ୟାଙ୍କ କାମ ହେବନି । ଅକ୍ଟୋବରରେ ୯ ଦିନ ପୁଞ୍ଜି ବଜାର ମଧ୍ୟ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଗ୍ରାହକ ଅନଲାଇନରେ ବ୍ୟାଙ୍କର ବିଭିନ୍ନ ସେବା ପାଇପାରିବେ ।