ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ନ୍ୟୁର୍ୟକର ସ୍ୱାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା, ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ

ନୂଆଦିଲ୍ଲୀ,୧୭/୦୯: ଆମେରିକାରେ ଥମୁନି ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ । ତେବେ ନ୍ୟୁର୍ୟକରେ ଥିବା ସ୍ୱାମୀ ନାରାୟଣ ମନ୍ଦିରରେ ଦୃର୍ବୁତ୍ତ ଭଙ୍ଗାରୁଜା କରିବା ସହିତ ମନ୍ଦିର କାନ୍ଥରେ ମୋଦିଙ୍କ ବିରୁଦ୍ଧରେ ଅପଶବ୍ଦର ପ୍ରୟୋଗ କରାଯାଇଛି । ଯାହାକୁ ନେଇ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସରକାରଙ୍କ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କେବଳ ଏତିକି ନୁହଁ ଆମେରିକାରେ ଥିବା ବିଭିନ୍ନ ହିନ୍ଦୁ ମନ୍ଦିର ଗୁଡିକରେ ମଦ୍ୟ ଏହି ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଯାହାକୁ ଦୃଢ ନିନ୍ଦା କରିଛି ନ୍ୟୁର୍ୟକ ସ୍ଥିତ ଭାରତୀୟ ଦୂତବାସ ।

ତେବେ ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯିବା ସହିତ ନ୍ୟୁୟର୍କର ମେଲଭିଲରେ ଥିବା ବିଏପିଏସ ସ୍ବାମୀ ନାରାୟଣ ମନ୍ଦିରରେ ହେଇଥିବା ଘଟଣାକୁ ନିନ୍ଦା କରାଯାଇଛି । ଉତ୍ତର ଆମେରିକାର ବିଭିନ୍ନ ହିନ୍ଦୁ ମନ୍ଦିରରେ ମଧ୍ୟ ଏଭଳି ସମାନ ଘଟଣା ଘଟୁଥିବା ଦାବି କରାଯାଇଛି। ତେବେ ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସର ତରଫରୁ ଟ୍ୱିଟରରେ ଏକ ପୋଷ୍ଟ କରାଯାଇଛି । ‘ନ୍ୟୁୟର୍କର ମେଲଭିଲ୍ଲାର BAPS ସ୍ବାମୀ ନାରାୟଣ ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଗ୍ରହଣୀୟ ନୁହେଁ। ଦୂତାବାସ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି ଏବଂ ଏହି ଜଘନ୍ୟ ଘଟଣାର ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଆଇନ ପ୍ରଣୟନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ସେହିପରି BAPS ସ୍ୱାମୀ ନାରାୟଣ ସଂସ୍ଥା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯେଉଁମାନେ ଏହି ଅପରାଧ କରିଛନ୍ତି ସେମାନଙ୍କୁ ସଦବୁଦ୍ଧି ଏବଂ ମାନବିକତା ରଖିବା ପାଇଁ ଆମେ ପ୍ରାର୍ଥନା କରୁଛୁ।  ଏଭଳି ଘଟଣା ପାଇଁ ଆମେ ଦୁଃଖିତ  । ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଗତକାଲି ରାତିରେ ମନ୍ଦିରରେ ଘଟିଥିବା ଘଟଣା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ଉତ୍ତର ଆମେରିକାର ବିଭିନ୍ନ ହିନ୍ଦୁ ମନ୍ଦିରରେ ମଧ୍ୟ ଏହିପରି ଅପମାନଜନକ ଘଟଣା ଘଟିଛି। ଅନ୍ୟପକ୍ଷରେ ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.