ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବାର୍‌ ସାମ୍ନା ପାଲଟିଲା ରଣକ୍ଷେତ୍ର: ୨ ଗୋଷ୍ଠୀ ମାରପିଟ୍‌, ୩ ଆହତ

ଚନ୍ଦ୍ରଶେଖରପୁର,୧୬/୧୧: ବାର୍‌କୁ ଆସିଥିବା ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ ନେଇ ୨ଗୋଷ୍ଠୀ  ମଧ୍ୟରେ ମାରପିଟ୍‌ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଇନଫୋସିଟି ଥାନା ଅଞ୍ଚଳରେ  ଏକ ବାର ସାମ୍ନାରେ ଗତକାଲି ବିଳମ୍ବିତ ରାତିରେ  ଏମିତି ଘଟଣା ଘଟିଛି । ପୁଲିସ ପହଞ୍ଚି ଆହତଙ୍କୁ  ହସ୍ପିଟାଲରେ ଭର୍ତ୍ତି କରିଛି । 

ମିଳିଥିବା ସୂଚନା  ଅନୁଯାୟୀ, ମାଗନେଟିକ୍‌ ଛକ ପାଖରେ ଥିବା ଏକ ବାରକୁ ଗତକାଲି ପ୍ରେମୀଯୁଗଳ ଆସିଥିଲେ । ଉଭୟେ  ଫେରୁଥିବା ସମୟରେ ବାର୍‌ ବାହାରେ କିଛି ଯୁବକ କମେଣ୍ଟ ମାରିଥିଲେ । ଏହାକୁ ନେଇ ପ୍ରେମିକ ଜଣଙ୍କ ତାଙ୍କୁ ଗାଳିଗୁଲଜ କରିଥିଲେ । ଯୁବକମାନେ ତାଙ୍କୁ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼  ଖାଇଥିବା ଯୁବକ ତାଙ୍କର କିଛି ସାଙ୍ଗକୁ ଡକାଇଥିଲେ ।  ସେମାନେ ପହଞ୍ଚି ମାଡ଼ ମାରିଥିବା ଯୁବକମାନଙ୍କୁ  ପିଟିଥିଲେ । ଏହାକୁ ନେଇ ସେଠାରେ କିଛି ସମୟ  ରଣକ୍ଷେତ୍ର ପାଲଟିଥିଲା । ଝଗଡ଼ା ବଢୁଥିବା ଦେଖି  ଯୁବତୀ ଜଣଙ୍କ ଅନ୍ୟ ଗାଡ଼ିରେ ପଳାଇ ଯାଇଥିଲେ ।  ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା । ହେଲେ  ସେତେବେଳକୁ କିଛି ଯୁବକ ସେଠାରୁ ପଳାଇଥିଲେ ।  ରକ୍ତାକ୍ତ ହୋଇଥିବା ୩ ଜଣଙ୍କୁ ପୁଲିସ ହସ୍ପିଟାଲ  ନେଇଥିଲା । ଏନେଇ ଥାନାରେ ଏତଲା ଦିଆଯାଇଛି ।  ବିଳମ୍ବିତ ରାତି ଯାଏଁ ବାର୍‌ ଖୋଲୁଥିବାରୁ ପ୍ରତିଦିନ  ଛୋଟମୋଟ ଗଣ୍ଡଗୋଳ ହେଉଛି । ଗତ ୩ ମାସରେ  ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା  ବାର୍‌ରେ ପ୍ରାୟ ୧୦ ଥର ଗଣ୍ଡଗୋଳ ହେଲାଣି ।

Copyright © 2022 - Summa Real Media Private Limited. All Rights Reserved.