ଭୁବନେଶ୍ବର,୭।୮ : ଭୁବନେଶ୍ବର ଧଉଳୀ ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳରେ ବାର୍ ଗାର୍ଲଙ୍କୁ ଘର ଭିତରେ ଅଟକ ରଖିବା ଅଭିଯୋଗରେ ବାର୍ ମାଲିକ ଓ ଜଣେ ଏଜେଣ୍ଟଙ୍କୁ ପୋଲିସ ଗିରଫ କରିଛି।
ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳର ଏକ ଘରେ ବାର୍ ଗାର୍ଲଙ୍କୁ ଅଟକ ରଖି ନିର୍ଯାତନା ଦିଆଯାଉଥିଲା। ସେମାନଙ୍କୁ ପ୍ରାପ୍ୟ ମଧ୍ୟ ଦେଉ ନଥିଲେ ବାର୍ ମାଲିକ। କମିଶନରେଟ ପୋଲିସର ହର୍ ଟିମକୁ ଏ ନେଇ ସୂଚନା ମିଳିଥିଲା। ହର୍ ଟିମ୍ ଚଢାଉ କରି ୬ ଜଣ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ବାର୍ ମାଲିକ ଯୁବତୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇ ନ ଥିବା ଜଣାପଡିଥିଲା। ଏପରିକି ମାନସିକ ନିର୍ଯାତନା ଦିଆଯାଉଥିିଲା ବୋଲି ଯୁବତୀମାନେ କହିଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ ବାର୍ ମାଲିକ ଓ ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି।