ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାରକୋଟ ଯୁକ୍ତ ଦୁଇ ମହାବିଦ୍ୟାଳୟ ପିଅନଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଦେବଗଡ଼, ୦୮/୧୨ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା-ମହୁଲନାଳୀ ରାସ୍ତା କଡ଼ ଜମିରୁ ବାରକୋଟ ଯୁକ୍ତ ଦୁଇ ମହାବିଦ୍ୟାଳୟର ପିଅନଙ୍କ ମୃତଦେହ ଉଦ୍ଧାର। ପିଅନ ମିଲୁ ଚରଣ ବେହେରାଙ୍କ ମୃତଦେହ ଠାବ ହୋଇଛି l ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରାଥମିକ ତଦନ୍ତ ପରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ସହାୟତାରେ ବାରକୋଟ ଥାନା ପୁଲିସର ତଦନ୍ତ ଆରମ୍ଭ କରିଛି l 

ସୂଚନା ଅନୁଯାୟୀ, ମିଲୁ ଗୁରୁବାର ରାତିରେ ବାଲିରୋଇ ସ୍ଥିତ ଘରୁ ରେଙ୍ଗାଳବାହାଳ ଗ୍ରାମରେ ରହୁଥିବା ନିଜ ପରିବାର ପାଖକୁ ବାହାରିଥିଲେ। ହେଲେ ଆଜି ସକାଳ ପର୍ଯ୍ୟନ୍ତ ପହଞ୍ଚିନଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଜମି ମଧ୍ୟରେ ମୃତଦେହ ପଡିରହିଥିବା ଦେଖି ବାରକୋଟ ଥାନା ପୋଲିସକୁ ଖବର ଦେଇଥିଲେ। ବାରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦଣ୍ଡାସିଂହା - ମହୁଲନାଳୀ ରାସ୍ତାକଡ ଜମିରୁ ମିଲୁଙ୍କ ଶବ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.