ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକତନ୍ତ୍ର ଠାରୁ ଦୂରରେ ବସ୍ତର ଗାଁ: ନିର୍ବାଚନ କ'ଣ, କାହିଁକି ହେଉଛି ଜାଣିନାହାନ୍ତି ଲୋକେ...

ନୂଆଦିଲ୍ଲୀ,୧୯/୦୪: ଭାରତରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାନ ପର୍ବ ୨୦୨୪ ଲୋକସଭା ନିର୍ବାଚନ । ଏଥିରେ ଛତିଶଗଡର ନକ୍ସଲ ପ୍ରଭାବିତ ବସ୍ତର ମଧ୍ୟ  ରହିଛି । ହେଲେ ଏହି ଅଞ୍ଚଳରେ ଏଭଳି  ଗାଁ ଅଛି ଯେଉଁଠାରେ ୧୭ଟି ସାଧାରଣ  ନିର୍ବାଚନ ପରେ ମଧ୍ୟ ଲୋକତନ୍ତ୍ର ପହଞ୍ଚି  ପାରିନାହିଁ । ଅର୍ଥାତ ଏହି ଗାଁର ଲୋକମାନେ  କେବେ ହେଲେ ଜୀବନକାଳ ଭିତରେ ଭୋଟ  ଦେଇନାହାନ୍ତି । କେବଳ ଏତିକି ନୁହେଁ ଭୋଟ  କ’ଣ ଓ କାହିଁକି ହେଉଛି ତାହା ମଧ୍ୟ ଏହି  ଗାଁର ଲୋକମାନେ ଜାଣିନାହାନ୍ତି । 

ସୂଚନା ଅନୁସାରେ ଦାନ୍ତେୱାଡାର ନକ୍ସଲ  ପ୍ରଭାବିତ ଗୁମିୟାପାଲ ପଞ୍ଚାୟତରେ ରହିଛି  ଏହି ଗାଁ ଦାମନ । ରାସ୍ତାଠାରୁ ଜଙ୍ଗଲ ଭିତରେ  ୫ କି.ମି. ଯିବା ପରେ ପଡେ ଏହି ଗାଁ ।  ସରକାରୀ ଦସ୍ତାବିଜରେ ଏହାର କୌଣସି  ଅସ୍ତିତ୍ୱ ନାହିଁ । ଲୋକଙ୍କର କୌଣସି ପରିଚୟ  ମଧ୍ୟ ନାହିଁ । କାରଣ ଏଠାରେ ବସବାସ  କରୁଥିବା ଲୋକଙ୍କ ମଧ୍ୟରୁ କାହାରି ଆଧାର  କାର୍ଡ, ଭୋଟର କାର୍ଡ କିମ୍ବା ରାସନ କାର୍ଡ  ନାହିଁ । ଏହି ଗାଁରେ ରହୁଛନ୍ତି ୨୫ଟି ପରିବାର ।  ଗାଁର ସବୁଠାରୁ ବୟସ୍କ ବ୍ୟକ୍ତି ହେଲେ ୭୫  ବର୍ଷୀୟ ଦେବା ମିଡୟାମି । ତାଙ୍କ ଜୀବନ  କାଳ ଭିତରେ ସେ କେବେ ବି ଭୋଟ ଦେଇ  ନଥିବା କହିଛନ୍ତି । କେବଳ ସେ ନୁହନ୍ତି ଏହ  ଗାଁର ଅନ୍ୟ ସଦସ୍ୟଙ୍କ ଆଙ୍ଗୁଳିରେ କେବେ  ବି ଭୋଟ କାଳି ବାଜିନାହିଁ । ଭୋଟ କ’ଣ  ଏବଂ କାହିଁକି ହେଉଛି ସେକଥା ମଧ୍ୟ ଗାଁର  ଲୋକମାନେ ଜାଣିନଥିବା କହିଛନ୍ତି ଦେବା  ମିଡୟାମି । 


ସେ କହିଛନ୍ତି ଗାଁ ଲୋକମାନେ ଗୋଣ୍ଡ ଭାଷାରେ କଥାବାର୍ତ୍ତା କରନ୍ତି । ସେମାନେ କୌଣସି ନେତାଙ୍କୁ ଜାଣନ୍ତି ନାହିଁ । କେବଳ  ସରପଞ୍ଚଙ୍କୁ ଜାଣନ୍ତି । ସରପଞ୍ଚ ଜଣକ କାଁ ଭାଁ  ଏହି ଗାଁକୁ ଆସୁଥିବା ଦେବା ପ୍ରକାଶ କରିଛନ୍ତି । ସେହିଭଳି ଗାଁରେ ଦଶମ ଶ୍ରେଣୀ ପାସ୍‌  କରିଥିବା ହଡମାଙ୍କ କହିବାନୁଯାୟୀ ଗାଁକୁ  କୌଣସି ବାହାର ବ୍ୟକ୍ତି ଆସନ୍ତି ନାହିଁ ।  ଗାଁ ଲୋକଙ୍କୁ ସଚେତନ କରିବାକୁ କେହି  ଆସୁନାହାନ୍ତି କିମ୍ବା ସେମାନଙ୍କର ଭୋଟର  କାର୍ଡ ପ୍ରସ୍ତୁତ କରିବାକୁ କୌଣସି ପଦକ୍ଷେପ  ନିଆଯାଉନାହିଁ । ଭୋଟ କେବେ ହେଉଛି  ସେକଥା ଗାଁ ଲୋକ ଜାଣିନାହାନ୍ତି । କାରଣ  ସେମାନେ କେବେ ବି ଭୋଟ ଦେଇନାହାନ୍ତି । 

ଗାଁ ଯୁବକ ଲିଙ୍ଗା କୋଡେପିଙ୍କ କହିବା ଅନୁଯାୟୀ ଏହି ଗାଁରେ ଭୋଟର ଅଛନ୍ତି । କିନ୍ତୁ ସେମାନଙ୍କର ଭୋଟର କାର୍ଡ ନଥିବାରୁ  ଭୋଟ ଦେଇପାରୁନାହାନ୍ତି । ଭୋଟର କାର୍ଡ  ପ୍ରସ୍ତୁତ କରିବାର କାମ ଜିଲ୍ଲା ପ୍ରଶାସନର। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀଙ୍କ  ପାଦ ଏହି ଗାଁରେ ପଡିନାହିଁ । ଜିଲ୍ଲାପାଳ ମୟଙ୍କ ଚତୁର୍ବେଦୀଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ସେ ଏହି ବିଷୟରେ ଜାଣି  ନଥିବା କହିଥିଲେ । ଜାଣିବା ପରେ ସେ ତୁରନ୍ତ ତହସିଲଦାରଙ୍କୁ ଡାକିଥିଲେ ଏବଂ ଦାମନ ଗାଁ  ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି  ରିପୋର୍ଟ ଦେବାକୁ କହିଥିଲେ। ଜିଲ୍ଲାପାଳ  କହିଛନ୍ତି କୌଣସି ଗାଁର ଲୋକମାନେ ବିନା  ଭୋଟର କାର୍ଡରେ ରହିବାକଥା ନୁହେଁ ।  ତେବେ ଦାମନ ଗାଁ କ୍ଷେତ୍ରରେ କାହିଁକି ଏସବୁ  ଘଟିଛି ତାହା ଉପରେ ବିସ୍ତୃତ ଯାଞ୍ଚ କରାଯିବ  ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Also Read :-

ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.