ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି

ଭୁବନେଶ୍ୱର,୦୭/୦୬: ବିସିସିଆଇ ୨୦୨୪- ୨୦୨୫ ସିଜନ ପାଇଁ ଘରୋଇ କ୍ରୀଡ଼ାସୂଚୀ ଘୋଷଣା କରିଛି । ରଣଜୀ ଟ୍ରଫିର ଲିଗ୍‌ ରାଉଣ୍ଡକୁ ଏଥର ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୧୧ରୁ ୨୪ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୨ରୁ ୨୫ ତାରିଖ  ମଧ୍ୟରେ ଖେଳାଯିବ । କିନ୍ତୁ ପ୍ଲେଟ୍‌ ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡ ନଭେମ୍ବର ୧୬ରୁ ୨୪ ତାରିଖ ମଧ୍ୟରେ ଶେଷ ହେବ । 

ଏଥର ଓଡ଼ିଶା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ଏ’ରେ ସ୍ଥାନ  ପାଇଛି । ଏହି ଗ୍ରୁପ୍‌ରେ ମୁମ୍ବାଇ, ବରୋଦା, ସର୍ଭିସେସ,  ଜାମ୍ମୁ ଓ କାଶ୍ମୀର, ତ୍ରିପୁରା, ମହାରାଷ୍ଟ୍ର ଓ ମେଘାଳୟ  ରହିଛନ୍ତି । ଗତ ସିଜନରେ ଜାନୁଆରୀରୁ ମାର୍ଚ୍ଚ ମାସ  ମଧ୍ୟରେ ରଣଜୀ ଟ୍ରଫି ଖେଳାଯାଇଥିଲା । ପାଣିପାଗ ଖରାପ ରହିବାରୁ ବହୁ ମ୍ୟାଚ୍‌  ବାଧାପ୍ରାପ୍ତ ହୋଇଥିଲା । ତେଣୁ ଆଗାମୀ  ସିଜନରେ ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ  ଆୟୋଜନ କରିବା ନେଇ ବିସିସିଆଇ ନିଷ୍ପତ୍ତି ନେଇଛି ।  ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼, ଏନ୍‌ସିଏ  ଅଧ୍ୟକ୍ଷ ଭିଭିଏସ୍‌ ଲକ୍ଷ୍ମଣ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପରାମର୍ଶକ୍ରମେ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.