ପ୍ରମୁଖ ଖବର
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କଲେ ଜୟ ଶାହ ଏବଂ ରୋହିତ ଶର୍ମା

Image courtesy: ndtv

ମୁମ୍ବାଇ: ଆଡିଡାସ୍‌ ପରେ ଅଧିନାୟକ ରୋହିତ ଶର୍ମା ଏବଂ ବସିସିଆଇ ସଚିବ ଜୟ ଶାହ ଟି-୨୦ ବିଶ୍ବକପ ଲାଗି ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି ।  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆ ଜର୍ସି ସହ ସମସ୍ତ କିଟ୍ ଉନ୍ମୋଚିତ ହୋଇଛି । ଏଥିରେ ଟ୍ରେନିଂ କିଟ୍, କୋଚିଂ ଷ୍ଟାଫ୍ କିଟ୍ ଓ ମୁଖ୍ୟ କିଟ୍ ସାମିଲ ରହିଛି। 

ଏହା ପୂର୍ବରୁ ଆଡିଡାସ ସୋସିଆଲ୍ ମିଡିଆରରେ ଭିଡିଓ ପୋଷ୍ଟ କରି ବିଶ୍ବକପ ଲାଗି ଟିମ୍‌ ଇଣ୍ଡିଆ ନୂଆ ଜର୍ସି ସାମ୍ନାକୁ ଆଣିଥିଲା । ଏହି ଭିଡିଓରେ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡ଼େଜା ନୂଆ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଆଉ ଆଜି ନୂଆ ଜର୍ସି ଏବଂ କିଟ୍‌ର ଔପଚାରିକ ଭାବେର ଉନ୍ମୋଚନ କରିଛନ୍ତି ରୋହିତ ଶର୍ମା ଏବଂ ଜୟ ଶାହ । 


ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ୍ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା  ଓ ମହମ୍ମଦ ସିରାଜ।

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.