ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲରେ ଖେଳାଳି ଏବଂ କମେଣ୍ଟେଟରଙ୍କୁ ନେଇ ଚିନ୍ତାରେ ବିସିସିଆଇ, ୯ ଲକ୍ଷ ଟଙ୍କା ଜରିମାନା ଲଗାଇବାକୁ କରୁଛି ପ୍ରସ୍ତୁତି

Image Courtesy: aajtak

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ରେ ଦିନକୁ ଦିନ ମ୍ୟାଚ୍‌ ରୋମାଞ୍ଚକର ହେବାରେ ଲାଗିଛି । ଟୁର୍ଣ୍ଣାମେଣ୍ଟରେ ଟିମ୍‌, ଖେଳାଳି ଏବଂ କମେଣ୍ଟେଟର୍ସ ଖୁବ ସକ୍ରିୟ ଥିବା ଦେଖିବାକୁ ମିଳିଛି । ମ୍ୟାଚ୍‌ ସମୟରେ ସୋସିଆଲ ମିଡିଆରେ ସେମାନେ ଲଗାତାର ଫଟୋ ଭିଡିଓ ସେୟାର କରୁଛନ୍ତି । ହେଲେ ଏହି କଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ବ୍ରଡକାଷ୍ଟରକୁ ପସନ୍ଦ ଆସୁନାହିଁ । ଆଇପିଏଲ ଟିମ୍‌, ଖେଳାଳି ଏବଂ କେମେଣ୍ଟେଟର୍ସଙ୍କ ଫଟୋ ଭିଡିଓ ସେୟାର କରିବାକୁ ଆଇନର ଉଲ୍ଲଂଘନ ବୋଲି କୁହାଯାଉଛି । 

ସବୁଠୁ ବଡ଼ ଅସୁବିଧା ଭୋଗୁଛନ୍ତି ବ୍ରଡକାଷ୍ଟର ରାଇଟସ୍‌ ହୋଲ୍ଡର୍ସ । କେହି ଖେଳ ସମୟରେ ଫଟୋ ଭିଡିଓ ସେୟାର କରିବା ଦ୍ବାରା ବ୍ରଡକାଷ୍ଟର୍ସଙ୍କ କ୍ଷତି ହେଉଛି । ଏହାକୁ ନେଇ ବିସିସିଆଇ ନୋଟିସ ଜାରି କରିଛି ।   ନିକଟରେ ପୂର୍ବତନ ଭାରତୀୟ ଖେଳାଳି କମେଣ୍ଟ୍ରି ସମୟରେ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତାଙ୍କର ସୋସିଆଲ ମିଡିଆରେ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି ।  କିଛି ସମୟ ପରେ ବିସିସିଆଇର ଜଣେ ସଦସ୍ୟ ଏହି ଫଟୋକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସଂପୃକ୍ତ କମେଣ୍ଟେଟର ଡିଲିଟ୍‌ କରିବାକୁ ମନା କରିଦେଇଥିଲେ। 

ଆଇନ ଉଲ୍ଲଂଘନ ହୋଇଥିବା ନେଇ ବିସିସିଆଇ ସଦସ୍ୟ କହିବା ପରେ ଫଟୋ ଡିଲିଟ୍‌ ହୋଇଥିଲା।  ତେବେ ଷ୍ଟାର ଇଣ୍ଡିଆ ଏବଂ ଭାୟାକମ୍‌ ୧୮ ପାଖରେ ଡିଜିଟାଲ ରାଇଟସ୍‌ ରହିଛି । ସେପଟେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିସିସିଆଇ ନୋଟିସ ଜାରି କରି ତାଗିଦ କରିଛି ଯେ, ଯଦି କେହି ନିୟମ ଉଲ୍ଲଂଘନ କରିବ ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ।   ଏଥିପାଇଁ ୯ ଲକ୍ଷ ଟଙ୍କା ଯାଏଁ ଜରିମାନା ଲାଗିବ । ଲାଇଭ ମ୍ୟାଚ୍‌ରେ ଭିଡିଓ ପୋଷ୍ଟ କରିବା ଯୋଗୁଁ ଏକ ଆଇପିଏଲ ଟିମ୍‌ ଉପରେ ୯ ଲକ୍ଷ ଟଙ୍କା ଜରିମାନା ଲାଗିସାରିଛି।   

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.