ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖାଲି ପେଟରେ ବ୍ରେଡ୍‌ ଖାଉଥିଲେ ସାବଧାନ, ବଢିପାରେ ଏହି ସବୁ ରୋଗର ଆଶଙ୍କା

ଭୁବନେଶ୍ୱର ୧୯/୦୩: ଆଜିକାଲି, ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଖାଦ୍ୟ-ପାନୀୟ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ । ସକାଳେ ଟିକିଏ କିଛି ଖାଇ ଦେଇ ଅଫିସରେ ପହଞ୍ଚିଯିବାର ଅଛି। ଏପରି ପରିସ୍ଥିତିରେ, ଅଧିକାଂଶ ଘରେ, ଜଳଖିଆ ପାଇଁ ବ୍ରେଡ୍‌ ବହୁଳ ଭାବରେ ବ୍ୟବହୃତ ହୁଏ। କିନ୍ତୁ ଆପଣ ଜାଣନ୍ତି କି ଖାଲି ପେଟରେ ବ୍ରେଡ୍‌ ଖାଇବା କେତେ କ୍ଷତିକାରକ ହୋଇପାରେ । ବିଶେଷକରି ହ୍ୱାଇଟ୍‌ ବ୍ରେଡକୁ କ୍ଷୀର କିମ୍ବା ଚା ସହିତ ଖାଇବା ଦ୍ୱାରା ଗୁରୁତର କ୍ଷତି ହୋଇପାରେ ।

ଖାଲିପେଟରେ କାହିଁକି ଖାଇବା ଉଚିତ୍‌ ନୁହେଁ ବ୍ରେଡ୍‌?

ଗ୍ରେନ୍ ଫୁଡ୍ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ରେଡ୍‌ରେ ଫୋଲେଟ୍, ଫାଇବର, ଆଇରନ୍, ଭିଟାମିନ୍ ବି ଥାଏ । କିନ୍ତୁ ଖାଲି ପେଟରେ ବ୍ରେଡ୍‌ ଖାଇବା ଦ୍ୱାରା ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ। ହ୍ୱାଇଟ୍‌ ବ୍ରେଡ୍‌, ମଲ୍ଟି-ଗ୍ରୀନ୍ସ ହେଉ କିମ୍ବା ବ୍ରାଉନ୍‌ ବ୍ରେଡ୍‌ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । 

ସୁଗାର୍‌ ଲେବଲ ବଢାଇଥାଏ :

ଖାଲି ପେଟରେ ବ୍ରେଡ୍‌ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ । ଯଦି ଆପଣଙ୍କର ପୂର୍ବରୁ ମଧୁମେହ ଅଛି ତେବେ ଖାଲି ପେଟରେ ବ୍ରେଡ୍‌ ଖାଆନ୍ତୁ ନାହିଁ । ବିଶେଷକରି ହ୍ୱାଇଟ୍‌ ବ୍ରେଡ୍‌ ଶୀଘ୍ର ହଜମ ହୁଏ ଯାହା ହେତୁ ଏହା ଗ୍ଲୁକୋଜରେ ପରିଣତ ହୁଏ । ଏହା ରକ୍ତରେ ସୁଗାର୍‌ ଲେବଲକୁ ବଢାଇଥାଏ । ଏହି ବ୍ରେଡ୍‌ରେ ଅନେକ କାର୍ବୋହାଇଡ୍ରେଟ୍ ମଧ୍ୟ ଥାଏ ।

ଓଜନ ବଢିପାରେ :

ଯଦି ଆପଣ ଖାଲି ପେଟରେ ବ୍ରେଡ୍‌ ଖାଆନ୍ତି, ତେବେ ଏହା ଆପଣଙ୍କ ଓଜନ ବଢାଇପାରେ । କାରଣ ଏହା ଓଭର୍‌ ଇଟିଙ୍ଗ୍‌କୁ ବଢାଇଦିଏ। ଏହା ବ୍ୟତୀତ ଏଥିରେ ପ୍ରଚୁର କାର୍ବସ୍ ଥାଏ । ଯେଉଁଥିପାଇଁ ଶରୀରର କ୍ୟାଲୋରୀ ବୃଦ୍ଧି ପାଇପାରେ । ଶରୀରର କ୍ୟାଲୋରୀ ବଢାଇବା ସହିତ ଏହା ଓଜନ ମଧ୍ୟ ବଢାଇପାରେ। 

କୋଷ୍ଠକାଠିନ୍ୟ ସମସ୍ୟା :

ଖାଲି ପେଟରେ ବ୍ରେଡ୍‌ ଖାଇବା ଦ୍ୱାରା ଅନ୍ତନଳୀ ଏବଂ କୋଷ୍ଠକାଠିନ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ,କାରଣ ବ୍ରେଡ୍‌ରେ ପ୍ରଚୁର ମଇଦା ଥାଏ। ଏହା ଅନ୍ତନଳୀରେ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଖାଇବା ଦ୍ୱାରା ପେଟ ସଫା ହୁଏ ନାହିଁ । ଯଦି ଆପଣ କୋଷ୍ଠକାଠିନ୍ୟରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ବ୍ରେଡ୍‌ ଖାଆନ୍ତୁ ନାହିଁ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.