ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାଇନୋସର ପୂର୍ବରୁ ବିଚରଣ କରୁଥିଲା କୁମ୍ଭୀର, ପ୍ରାଚୀନ ଜୀବ ସମ୍ପର୍କରେ ନୂଆ ତଥ୍ୟ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ ୨୦/୦୩: ବୈଜ୍ଞାନିକମାନେ ପ୍ରଥମ ଥର ଏକ ବିରଳ ପ୍ରଜାତିର ଜୀବ ଆବିଷ୍କାର କରିଛନ୍ତି, ଯାହା ଡାଇନୋସରଙ୍କ ପୂର୍ବରୁ ପୃଥିବୀରେ ବିଚରଣ କରୁଥିଲା । ଏହା ହେଉଛି କୁମ୍ଭୀର, ନାଁ ଏଟୋସର୍‌ । ଆଧୁନିକ କୁମ୍ଭୀର ସହ ଏହାର ସାମଞ୍ଜସ୍ୟ ରହିଛି । ବିଭିନ୍ନ ପ୍ରକାର ଆକାର ଓ ଆକୃତିରେ ଏମାନେ ପ୍ରାୟ ୨୦ କୋଟି ବର୍ଷ ପୂର୍ବେ ବିଚରଣ କରୁଥିଲେ । ବୈଜ୍ଞାନିକମାନେ ଏଟୋସର୍‌ର ଛାଲକୁ ଅଧ୍ୟୟନ କରିଥିଲେ । ଏହାର ଆପାତତଃ ପ୍ରମୁଖ ଅଂଶ ସେମାନଙ୍କର ହସ୍ତଗତ ହୋଇଥିଲା । ସେଥିରୁ ଏହି ପ୍ରାଚୀନ ଜୀବ ସମ୍ପର୍କରେ ନୂଆ ତଥ୍ୟ ମିଳିଛି । 

ବୈଜ୍ଞାନିକଙ୍କ ପାଖରେ ଏଟୋସର୍‌ର ପିଠିରୁ ବେକ ଏବଂ କାନ୍ଧଠୁ ନେଇ ଲାଞ୍ଜର ଶେଷ ପର୍ଯ୍ୟନ୍ତ ଛାଲ ରହିଥିବା ୟୁଟି ଜ୍ୟାକ୍‌ସନ ସ୍କୁଲ ଅଫ୍‌ ଜିଓସାଇନ୍ସେସ୍‌ର ୱିଲିୟମ୍‌ ରିୟେସ୍‌ କହିଛନ୍ତି । ଏହି ନମୁନାକୁ ନୂଆ ଏଟୋସର୍ସ ପ୍ରଜାତି ରୂପେ ଚିହ୍ନଟ କରିବା ପାଇଁ ସେମାନେ ତା’ର ଛାଲର ପ୍ରୟୋଗ କରିଥିଲେ । ସେମାନେ ଏହାର ନାମ ଦେଇଛନ୍ତି ‘ଗାର୍ଜାପେଲ୍‌ଟା ମୁଲ୍ଲେରି’, ଯାହା ଉତ୍ତରପଶ୍ଚିମ ଟକ୍ସାସର ଗାର୍ଜା କାଉଣ୍ଟିର ପରିଚୟ ପ୍ରଦାନ କରେ । ସେଠାରେ ଏଟୋସର୍‌ କୁମ୍ଭୀର ଚିହ୍ନଟ ହୋଇଥିଲା । ‘ପେଲ୍‌ଟା’ ହେଉଛି ଛାଲର ଲାଟିନ୍‌ ଶବ୍ଦ । ଆନାଟୋମିକାଲ ରେକର୍ଡରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଏଟୋସର୍‌ର ହାଡୁଆ ଖୋଳପା ତା’ର ଚର୍ମ ସହ ସିଧାସଳଖ ଲାଗି ରହିଥିଲା, ଯାହା ମୋଜାଇକ୍‌ ଭଳି ପରସ୍ପର ସହ ଯୋଡ଼ି ହୋଇ ସୁରକ୍ଷା କବଚର ରୂପ ନେଇଥିଲା । ତା’ର ଶରୀର ପାଶ୍ୱର୍ ବଙ୍କା ବଙ୍କା କଣ୍ଟା ଦ୍ୱାରା ଆବୃତ୍ତ ଥିଲା । ଖୋଳପାର ଏହି ଅନ୍ୟତମ ବାହ୍ୟ ପରସ୍ତ ତାକୁ ଶିକାରୀ ଜନ୍ତୁଙ୍କଠାରୁ ସୁରକ୍ଷା ପ୍ରଦାନ କରୁଥିଲା ।

ଗାର୍ଜାପେଲ୍‌ଟା ଶରୀରର କଣ୍ଟା ଅନ୍ୟ ଏଟୋସର୍‌ ପ୍ରଜାତି ଭଳି ଥିଲା । ଉଭୟଙ୍କ ମଧ୍ୟରେ ଥିବା ଦୂର ସମ୍ପର୍କ ବୈଜ୍ଞାନିକଙ୍କୁ ଚକିତ କରିଛି । ଏହା ସମ୍ମିଳିତ ବିବର୍ତ୍ତନକୁ ଦର୍ଶାଏ, ଯେଉଁଠାରେ ସମାନ ଗୁଣଗୁଡ଼ିକର ସ୍ୱାଧୀନ ଭାବେ ଅଭ୍ୟୁଦୟ ହୋଇଥାଏ । କୀଟ, ପକ୍ଷୀ, ସ୍ତନ୍ୟପାୟୀ ଓ ବିଲୁପ୍ତ ଟେରୋସର୍‌ଙ୍କ ମଧ୍ୟରେ ଉଡ଼ାଣର ବିକାଶ ଏହାର ଉଦାହରଣ । ଖୋଳପାଗୁଡ଼ିକର ପରସ୍ପର ସହ ଯୋଡ଼ି ହେବାଠୁ ଆରମ୍ଭ କରି ହାଡ଼ ପୃଷ୍ଠ ଭଳି ଅନନ୍ୟ ବୈଶିଷ୍ଟ୍ୟ ଗାର୍ଜାପେଲ୍‌ଟାକୁ ନୂଆ ପ୍ରଜାତି ରୂପେ ଭିନ୍ନ କରେ । ଏଟୋସର୍‌ର ପରିବାର ବୃକ୍ଷ ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହୋଇଥିଲା । ଏହାର ଗୋଟିଏ ପ୍ରଜାତିର ସୁରକ୍ଷା କବଚ (ଚର୍ମ ଉପରେ ଥିବା ଖୋଳପା) ଅନ୍ୟ ପ୍ରଜାତିଠାରୁ ଭିନ୍ନ ଥିଲା । ଏହାର ମଝି ଅଂଶର କଣ୍ଟା ଆଉ ଏକ ପ୍ରଜାତି ସହ ସାମଞ୍ଜସ୍ୟ ରଖୁଥିଲା । କଣ୍ଟାର ବିକାଶକୁ ବୁଝିବା ଦ୍ୱାରା ଗାର୍ଜାପେଲ୍‌ଟାର ବର୍ଗୀକରଣ ହୋଇପାରିଲା । ସୂଚନାଯୋଗ୍ୟ, କେବଳ ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆକୁ ବାଦ୍‌ ଦେଲେ ସମସ୍ତ ମହାଦେଶରେ ଏଟୋସର୍‌ର ଜୀବାଶ୍ମ ଚିହ୍ନଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.