ଭଦ୍ରକ,୨୫/୯ : ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ରଖିବା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା । ସୁସାଇଡାଲ ନୋଟରେ ଲେଖିଛି ସବୁ କାହାଣୀ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ଅଧିନସ୍ଥ ଭୁଇଁପୁର ଗାଁର ମୁକ୍ତିରଞ୍ଜନ ରାୟ ଦୀର୍ଘ ବର୍ଷ ହେବ ବେଙ୍ଗାଲୁରୁରେ ରହି ଆସୁଥିଲା। ହେଲେ ମଙ୍ଗଳବାର ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲେ ।
ଅନ୍ଯପଟେ ବେଙ୍ଗାଲୁରୁର ଏକ ସ୍ଥାନରେ ମହିଳାଙ୍କୁ ହତ୍ଯା କରି ଦୀର୍ଘ ଦିନ ଧରି ଫ୍ରିଜରେ ରଖିବା ଘଟଣା ପୋଲିସ ନଜରକୁ ଆସିବା ପରେ ମୁକ୍ତିକାନ୍ତକୁ ସନ୍ଦେହ ଘେରକୁ ବେଙ୍ଗାଲୁରୁ ପୋଲିସ ଆଣିଥିଲା । କୁଳେଇପଦା ସ୍ମଶାନ ନିକଟରେ ଥିବା ଏକ ଗଛରେ ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତି ରଞ୍ଜନ ରାୟ । ଯୁବକ ଜଣକ ବେଙ୍ଗାଲୁରୁରେ ଏକ ଘରୋଇ ଦୋକାନରେ କାମ କରୁଥିଲେ । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ରାତି ୪ଟାରେ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ ବୋଲି ସୂଚନା ମିଳିଛି ।
ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ଏକ ନୋଟରେ ରହିଥିଲା । ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ କେଶ ନଂ ୩୩/୨୪ରେ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରାଯାଇଛି । ତାହା ସହ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ଯାଗରେ ଲ୍ଯାପଟପ ଓ ଡାଏରୀ ଭଳି ଅନେକ ସାମଗ୍ରୀ ପାଇଥିଲା । ଏହି ନେଇ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ ସୂଚନା ଦେଇଛନ୍ତି ଯେ, ସୁଇସାଇଡାଲ ନୋଟରେ ମୁକ୍ତିରଞ୍ଜନ ନାୟକ ହତ୍ୟାକାଣ୍ଡର କଥା ଲେଖିଛି । ଚିଠି ଜବତ ହେବା ପରେ ଆସିବ ସମସ୍ତ ସତ୍ୟ । ସୁଇସାଇଡାଲ ନୋଟରେ ସବୁ କିଛି ଲେଖିଛି ମୃତ ଅଭିଯୁକ୍ତ । ୩ତାରିଖରେ ତଣ୍ଟି ଚିପି ହତ୍ୟା କରିଛି । ପରେ ଫ୍ରିଜରେ ରଖିଛି । ୨୧ତାରିଖରେ ବେଙ୍ଗାଲୁରୁ ପୋଲିସର ତନାଘନା ପରେ ସେ ବେଙ୍ଗାଲୁରୁରୁ ପଳାଇ ଆସିଛି । ସୁଇସାଇଡାଲ ନୋଟରେ ଏହି ବିଷୟ ଉଲ୍ଲେଖ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।