ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବେଙ୍ଗାଲୁରୁ ରେଭ୍‌ ପାର୍ଟିରେ ଚଢ଼ଉ: ୨ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣ ଡ୍ରଗ୍ସ ସେବନ କରିଥିଲେ

ବେଙ୍ଗାଲୁରୁ,୨୪/୦୫: ବେଙ୍ଗାଲୁରୁରେ ମେ ୨୦ରେ ଏକ ଫାର୍ମ ହାଉସରେ ଆୟୋଜିତ ରେଭ୍‌ ପାର୍ଟିରେ ପୁଲିସ ଚଢ଼ଉ କରିଥିଲା । ଏହି ସମୟରେ ମୋଟ ୧୦୩ ଜଣ ଯୁବକଯୁବତୀଙ୍କୁ ପୁଲିସ ଧରିଥିଲା । ସେମାନଙ୍କ ରକ୍ତ ପରୀକ୍ଷା ପରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ  ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ରକ୍ତ ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି । ଏହି  ୮୬ ଜଣଙ୍କ ମଧ୍ୟରେ ଦୁଇଜଣ ତେଲୁଗୁ ଅଭିନେତ୍ରୀ ରହିଛନ୍ତି । ଲୋକପ୍ରିୟ  ଅଭିନେତ୍ରୀ ହେମା ରେଭ୍‌ ପାର୍ଟିରେ ଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ହେମା  ଏହାକୁ ଖଣ୍ଡନ କରିଛନ୍ତି । ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ସ ସିଟି ଅଞ୍ଚଳରେ  ଥିବା ଜିଏମ୍‌ ଫାର୍ମ ହାଉସରେ ରେଭ୍‌ ପାର୍ଟି ଆୟୋଜନ କରାଯାଇଥିଲା ।  

ପୁଲିସ ସୂତ୍ର ମୁତାବକ ୫୦ରୁ ଅଧିକ ପୁରୁଷ ଏବଂ ପ୍ରାୟ ୩୦ ଜଣ ମହିଳା  ଡ୍ରଗ୍ସ ସେବନ କରିଥିଲେ । ଏବେ ସିସିବି ପୁଲିସ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍‌  ସମସ୍ତଙ୍କୁ ନୋଟିସ ଜାରି କରି ଜେରା ନିମନ୍ତେ ଡକାଇବା ଲାଗି ପ୍ରସ୍ତୁତି  ଚଳାଇଛି । ରେଭ୍‌ ପାର୍ଟିରେ ସାମିଲ ଥିବା ଜଣେ ତେଲୁଗୁ ଅଭିନେତ୍ରୀ ଏକ  ଭିଡିଓ ବନାଇ ସେ ଘଟଣା ବେଳେ ହାଇଦ୍ରାବାଦରେ ଥିବା ନେଇ ଦାବି  କରିଥିଲେ । କିନ୍ତୁ ତଦନ୍ତ ପରେ ସେ ପାର୍ଟିରେ ଥିବା ନେଇ ସ୍ପଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.