ପାଟନା,୨୧।୮: ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ କରିଛି ଦଳିତ ଓ ଆଦିବାସୀ ସଂଗଠନ। ଏହି ବନ୍ଦର ପ୍ରଭାବ ବିହାରର ପାଟନାରେ ଅଧିକ ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ଶାନ୍ତି କରିବାକୁ ପହଁଞ୍ଚିଥିବା ଏସଡିଏମ୍ଙ୍କ ଉପରେ କିଛି ପୋଲିସ କର୍ମଚାରୀ ଭୁଲ୍ରେ କରିଦେଇଛନ୍ତି ଲାଠି ଚାର୍ଜ। ଏହି କାରଣରୁ ଅଳ୍ପ ସମୟ ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟରେ ଅସହଜ ସ୍ଥିତି ଉପୁଜିଥିଲା। ଏସଡିଏମ୍ଙ୍କ ଉପରେ ଲାଠି ମାଡ କରିବାର ଦେଖି ସିନିୟର ଅଫିସର କନଷ୍ଟେବଳ ଜଣଙ୍କୁ ରୋକି ଥିଲେ। ଏହାପରେ ଏସଡିଏମ୍ ମଧ୍ୟ ଖୁବ୍ ରାଗି ଯାଇଥିଲେ। ଯବାନ ଜଣକ ଏସ୍ଡିଏମ୍ଙ୍କୁ କ୍ଷମା ମାଗିଥିଲେ ଓ କହିଥିଲେ ଭୁଲ୍ ହୋଇଗଲା ସାର୍...।’ ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
SDM saahab ko hi koot diya patna main 🤣🤣 (0.6 - 0.9)
— Bipin Gupta y24 (@Bipiny241) August 21, 2024
मैं इस कार्यवाही की निंदा करता हूं
😂🤣😂
#BharatBandh pic.twitter.com/xF3yPMpZZS
ଯେଉଁ ଏସଡିଏମ୍ଙ୍କ ଉପରେ ଲାଠି ଚାର୍ଜ ହୋଇଛି, ସେ ହେଉଛନ୍ତି ପାଟନାର ଏସ୍ଡିଏମ୍ ଶ୍ରୀକାନ୍ତ କୁଣ୍ଡଳୀ ଖଣ୍ଡ। ବନ୍ଦ ବେଳେ ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହି କାରଣରୁ ସେଠାର ବଜାର ବନ୍ଦ କରିବାକୁ ବାହାରିଥିବା ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର ଯବାନ ଲାଠିଚାର୍ଜ କରିଥିଲେ। ଏହି କାରଣରୁ ଧାଁ ଦଉଡ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଭାରତ ବନ୍ଦ ବେଳେ ଡାକ ବଙ୍ଗାଳା ଛକରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଥିଲା। ଏହି ସମୟରେ ଏସଡିଏମ୍ ସେଠାରେ ଥିବା ଏକ ଠେଲାରେ ପ୍ରଦର୍ଶନକାରୀଙ୍କ ଜେନେରେଟର ବନ୍ଦ କରୁଥିଲେ। ସେତେବେଳେ କିଛି ପୋଲିସ ଯବାନ ଆଗ ପଛ କିଛି ନଦେଖି ଏସ୍ଡିଏମ୍ଙ୍କ ଉପରେ କରିଦେଇଥିଲେ ଲାଠି ଚାର୍ଜ। ପୋଲିସର ଯବାନ ଜଣକ ଏସ୍ଡିଏମ୍ଙ୍କୁ ବିକ୍ଷୋଭ ପ୍ରଦର୍ଶନକାରୀ ଭାବି ଲାଠିଚାର୍ଜ କରିଦେଇଥିଲେ। ତେବେ ନିଜର ଭୁଲ ବୁଝିପାରି ଏସଡିଏମ୍ଙ୍କୁ କ୍ଷମା ମାଗିଛନ୍ତି।