ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପ୍ରସିଦ୍ଧ ଭାରତନାଟ୍ୟମ୍ ଡ୍ୟାନ୍ସର ୟାମିନି କୃଷ୍ଣମୂର୍ତ୍ତୀଙ୍କ ପରଲୋକ,୭ ମାସ ଧରି ଆଇସିୟୁରେ ଭର୍ତ୍ତି ଥିଲେ

ନୂଆଦିଲ୍ଲୀ,୩।୮: ପ୍ରସିଦ୍ଧ ଭାରତନାଟ୍ୟମ ଡ୍ୟାନ୍ସର ୟାମିନି କୃଷ୍ଣମୂର୍ତ୍ତୀଙ୍କ ୮୪ ବର୍ଷରେ ପରଲୋକ। ଶନିବାର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ୟାମିନି। ବୟସାଧିକ କାରଣରୁ ସେ ଅସୁସ୍ଥ ଥିଲେ। ତାଙ୍କର ମୃତ୍ୟୁ ନେଇ ଦୁଃଖଦ ଖବର ଦେଇଛନ୍ତି ମ୍ୟାନେଜର ଓ ସଚିବ ଗଣେଶ। ଏହି ଖବର  ୟାମିନିଙ୍କ ବହୁ ପ୍ରଶଂସକଙ୍କୁ ଆଘାତ ଦେଇଛି। ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନେ ତାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି ।  

ୟାମିନିଙ୍କ ମ୍ୟାନେଜର ଓ ସଚିବ ଗଣେଶ କହିଛନ୍ତି, ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ଗତ ୭ ମାସ ହେଲା ସେ ଆଇସିୟୁରେ ଥିଲେ। ରବିବାର ତାଙ୍କ ପାର୍ଥିବ ଶରୀର ସକାଳ ୯ଟା ବେଳେ ତାଙ୍କ ଇନଷ୍ଟିଚ୍ୟୁଟ ‘ୟାମିନି ସ୍କୁଲ ଅଫ୍ ଡ୍ୟାନ୍ସ’କୁ ଅଣାଯିବ। ସେଠାରେ ତାଙ୍କୁ ଶେଷ ଦର୍ଶନ କରିପାରିବେ ଲୋକେ। ତାଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି। ତେବେ ୟାମିନିଙ୍କ ପରିବାରରେ ଦୁଇ ଭଉଣୀ ରହିଛନ୍ତି।

ୟାମିନିଙ୍କ ଜନ୍ମ ଆନ୍ଧ୍ର ପ୍ରଦେଶର ଚିତୁର ଜିଲ୍ଲାର ମଦନପଲ୍ଲୀରେ ହୋଇଥିଲା। ତାଙ୍କର ଲାଳନପାଳନ ତାମିଲନାଡୁର ଚିଦମ୍ବରମ୍‌ରେ ହୋଇଥିଲା। ୟାମିନି ୧୯୫୭ ରେ ମାଡ୍ରାସରେ ଡେବ୍ୟୁ କରିଥିଲେ। ତାଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ର ଅସ୍ଥାନା ନର୍ତ୍ତକୀ(ନିବାସୀ ନର୍ତ୍ତକୀ) ହେବାର ସମ୍ମାନ ମିଳିଥିଲା। ତାଙ୍କୁ କୁଚିପୁଡି ନୃତ୍ୟଶୈଳିର ‘ମଶାଲ ବାହକ’ ରୂପରେ ଜଣାଯାଏ। ସେ ନିଜ ଦ୍ବାରା ତିଆରି ହୋଇଥିବା ସଂସ୍ଥା, ୟାମିନି ସ୍କୁଲ ଅଫ୍ ଡ୍ୟାନ୍ସ, ହୋଜ୍ ଖାସ୍, ନୂଆ ଦିଲ୍ଲୀରରେ ଯୁବ ନର୍ତ୍ତକୀଙ୍କୁ ନୃତ୍ୟ ଶିକ୍ଷା ପ୍ରଦାନ କରୁଥିଲେ। ତାଙ୍କ ନୃତ୍ୟ କ୍ୟାରିୟରରେ ସେ ବହୁ ପୁରସ୍କାର ପାଇଛନ୍ତି। ତା ଭିତରେ ପଦ୍ମଶ୍ରୀ (୧୯୬୮), ପଦ୍ମ ଭୂଷଣ(୨୦୦୧) ଓ ପଦ୍ମ ବିଭୂଷଣ(୨୦୧୬) ସାମିଲ ରହିଛି, ଯାହାକି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରେ ଅନ୍ୟତମ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.