ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ବିଭିନ୍ନ ରାଜ୍ୟରେ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କଲା ବିଜେପି, ଜାଣନ୍ତୁ କିଏ ହେଲେ କେଉଁଠି ...

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦେଶର ଅନେକ ରାଜ୍ୟରେ ସଂଗଠନର ନୂଆ ପ୍ରଭାରୀ ଏବଂ ସହ ପ୍ରଭାରୀ ନାମ ଜାରି କରିଛି । ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ପରେ ଏବଂ ଆଗାମୀ ରାଜ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବିଜେପି ସଭାପତି ଜେପି ନଡା ଏହି ବଡ ପଦକ୍ଷେପ ନେଇଛନ୍ତି । ତେବେ ଏହାରି ଭିତରେ ବିଜୟପାଲ ସିଂ ତୋମାରଙ୍କୁ ଓଡିଶା ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ କରାଯାଇଛି । ସେହିଭଳି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳ ସହ ପ୍ରଭାରୀ ଦାୟିତ୍ବ ମିଳିଛି । 

ବିଜେପି ଜାରି କରିଥିବା ଏହି ନୂତନ ତାଲିକାରେ ୨୩ ଟି ରାଜ୍ୟ ଏବଂ ଉତ୍ତର-ପୂର୍ବରେ ରାଜ୍ୟ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ଅନୁଯାୟୀ ଅଶୋକ ସିଙ୍ଗଲଙ୍କୁ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଦିଆଯାଇଛି । ହିମାଚଳ ପ୍ରଦେଶର ପ୍ରଭାରୀ ଶ୍ରୀକାନ୍ତ ଶର୍ମା ଏବଂ ସହ ପ୍ରଭାରୀ ସଂଜୟ ଟଣ୍ଡନ୍ ହେବେ । ଜମ୍ମୁ-କଶ୍ମୀରର ପ୍ରଭାରୀ ତରୁଣ ଚୁଘ ହୋଇଛନ୍ତି । ସେହିଭଳି ରାଧା ମୋହନ ଦାସ ଅଗ୍ରୱାଲଙ୍କୁ କର୍ଣ୍ଣାଟକର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ଚଳିତ ବର୍ଷ ମହାରାଷ୍ଟ୍ର, ହରିୟାଣା ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ତାଲିକାରେ ମହାରାଷ୍ଟ୍ରର ପ୍ରଭାରୀ କିମ୍ବା ସହ ପ୍ରଭାରୀ ନେଇ କୌଣସି ନାମ ନାହିଁ । ଏପରି ସ୍ଥଳେ ଝାଡଖଣ୍ଡ ଦାୟୀତ୍ବରେ ଥିବା ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇ ନାହିଁ । ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ହରିୟାଣାରେ ବିଜେପି ରାଜସ୍ଥାନର ପୂର୍ବତନ ରାଜ୍ୟସଭାପତି ସତୀଶ ପୁନିୟାଙ୍କୁ ପ୍ରଭାରୀ ଏବଂ ସୁରେନ୍ଦ୍ର ସିଂ ନାଗରଙ୍କୁ ସହ ପ୍ରଭାରୀ କରାଯାଇଛି । 




ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏକ ଚିଠି ଜାରି କରି ରାଜ୍ୟ ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ନିଯୁକ୍ତି ପତ୍ର ଜାରି କରିଛନ୍ତି । କିଛି ରାଜ୍ୟରେ କେବଳ ପ୍ରଭାରୀ କିମ୍ବା ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ତେବେ ଲୋକସଭା ନିର୍ବାଚନ ଶେଷ ହେବା ପରେ ବିଜେପିରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଥିଲା । ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ବିଜେପିର ଏକ ବଡ ନିଷ୍ପତ୍ତି ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.