ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଲିସ ଅଧିକାରୀଙ୍କୁ ସାଂସଦ ଭର୍ତ୍ତୃହରି ଚାପୁଡ଼ା ମାରିବା ମାମଲା, ଆସନ୍ତା ୨୪ରେ ପରବର୍ତ୍ତୀ ଶୁଣାଣି

କଟକ, ୧୯/୦୪ : ପୁଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ସାଂସଦ ଭର୍ତ୍ତୃହରି ମହାତବ ମାଡ଼ ମାରିବା ଅଭିଯୋଗ ସମ୍ପର୍କିତ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଆଜି ଭର୍ତ୍ତୃହରି ନିଜ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। ଅନ୍ୟପଟେ ଅଭିଯୋଗକାରୀ ପୋଲିସ ଅଧିକାରୀ ବି ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରତିପକ୍ଷ ଓକିଲ ଅନେକ ପ୍ରସଙ୍ଗକୁ ନେଇ ଅମିତାଭଙ୍କୁ ଜେରା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରୋଟକଲ କେମିତି ରୁହେ। ସେ ସମୟରେ ପୋଲିସର ଭୂମିକା କଣ। କେଉଁ ପୋଲିସ ଅଧିକାରୀ ସାଦା ପୋଷାକରେ ରହିବେ ? କିଏ ୟୁନିଫର୍ମରେ ଡ୍ୟୁଟି କରିବେ, ଏହିଭଳି ଏକାଧିକ ପ୍ରଶ୍ନକୁ ସାମ୍ନା କରିଛନ୍ତି ପୋଲିସ ଅଧିକାରୀ ଅମିତାଭ ମହାପାତ୍ର। ତେବେ ଆଜିର ଜେରା ଅସମ୍ପୂର୍ଣ୍ଣ ରହିଛି। ଆସନ୍ତା ୨୪ ତାରିଖରେ ପୁଣି ଉଭୟ ପକ୍ଷ କୋର୍ଟରେ ହାଜର ହେବେ। 

ସୂଚନା ଥାଉକି, ୨୦୧୧ ଜାନୁୟାରୀ ୨୩ ତାରିଖରେ ନେତାଜୀ ଜୟନ୍ତୀ ଦିନ ନେତାଜୀଙ୍କ ଜନ୍ମସ୍ଥାନ ନିକଟରେ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ଭର୍ତ୍ତୃହରି ମହତାବ ଚାପୁଡ଼ା ମାରିଥିବାର ଅଭିଯୋଗ ହୋଇଥିଲା। ଯାହା ଉପରେ ଗତ ମାସ ୨୩ ତାରିଖ ଦିନ ଚାର୍ଜଫ୍ରେମ୍ ହୋଇଥିଲା। ଭାରତୀୟ ଦଣ୍ଡବିଦ୍ଧି ଆଇନ ୩୩୧,୩୩୨,୨୯୪,୩୨୩,୩୫୩ ଏବଂ ୫୦୬ ଅନୁସାରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.