ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ରିୟଲ ଇଷ୍ଟେଟ କ୍ଷେତ୍ରରେ ଭୁବନେଶ୍ୱର ଆଗୁଆ, ୧୭ ପ୍ରମୁଖ ସହର ମଧ୍ୟରେ ଆଗରେ

ଭୁବନେଶ୍ୱର, ୮।୧୧: ଗତ ୧୦ ବର୍ଷରେ ଦେଶରେ ସହରୀକରଣ ଧାରା ଦ୍ରୁତ ହୋଇଛି । ଟିୟର ୨ ସହରଗୁଡିକ ଦ୍ରୁତ ଅଭିବୃଦ୍ଧି କରୁଛନ୍ତି । କ୍ରେଡାଇ ଏବଂ କସମ୍ୟାନ ଆଣ୍ଡ ୱେକଫିଲ୍ଡ (ସି ଆଣ୍ଡ ଡବ୍ଲ୍ୟୁ ଇଣ୍ଡିଆ) ପକ୍ଷରୁ ଏକ ଅଧ୍ୟୟନ ମୁତାବକ ଦେଶର ଟିୟର-୨ ବର୍ଗରେ ୧୭ ଅଭିବୃଦ୍ଧିଶୀଳ ସହର ମଧ୍ୟରୁ ୧୦ ଟି ସହର ପ୍ରମୁଖ ଯୋଗଦାନ ଦେଉଛନ୍ତି, ଯେଉଁଥିରେ ଭୁବନେଶ୍ୱର ପ୍ରଥମ ସ୍ଥାନରେ ରହିଛି । ନୂଆ ଘର କିମ୍ବା ଫ୍ଲାଟ ନେବା ଲାଗି ଆଗ୍ରହ, ବ୍ୟବସ୍ଥିତ ରିଟେଲ ପେନିଟ୍ରେଶନ, ରେସିଡେନ୍ସିଆଲ ମାର୍କେଟ ଡେଭଲପମେଣ୍ଟ ଭଳି କ୍ଷେତ୍ରରେ ଏହି ସହରଗୁଡିକରେ ରିୟଲ ଇଷ୍ଟେଟ ବେଶ୍‌ ଅଗ୍ରଗତି କରୁଛି । ଉନ୍ନତ ସୁବିଧା ସୁଯୋଗ ଉପଲବ୍ଧ ହେଉଥିବା ଯୋଗୁ କର୍ପୋରେଟଗୁଡିକ ସେମାନଙ୍କ କାର୍ଯ୍ୟାଳୟ ଖୋଲିବାକୁ ଏହି ସହରଗୁଡିକୁ ଚୟନ କରୁଛନ୍ତି । ସେହିଭଳି ରିଟେଲ ବ୍ରାଣ୍ଡ୍‌ଗୁଡିକ ମଧ୍ୟ ନୂଆ ସହରରେ ନିଜ ଉପସ୍ଥିତି ଦୃଢ଼ କରୁଛନ୍ତି । ଜନସଂଖ୍ୟା ବୃଦ୍ଧି ଯୋଗୁ ଏବେ ଟିୟର ୧ ସହରଗୁଡିକରେ ସମସ୍ୟା ସୃଷ୍ଟି ହେଉଛି । 

ଫଳରେ ଟିୟର୨ ସହରଗୁଡିକରେ ନୂଆ ଭିତ୍ତିଭୂମିକୁ ଏହା ଉତ୍ସାହିତ କରୁଛି । ଟିୟର-୨ ରିୟଲ ଇଷ୍ଟେଟ ପରିଦୃଶ୍ୟରେ ଦେଶର ପୂର୍ବ ଭାଗରେ ଭୁବନେଶ୍ୱର ଏକମାତ୍ର ସହର ରହିଛି । ଅନ୍ୟ ସହର ମଧ୍ୟରେ ପଶ୍ଚିମ ଭାଗର ଭଦୋଦରା, ସୁରଟ, ନାସିକ, ଇନ୍ଦୋର ଏବଂ ନାଗପୁର ରହିଛି । ଉତ୍ତର ଭାଗରେ ଚଣ୍ଡିଗଡ, ଆଗ୍ରା, ଜୟପୁର ଏବଂ ଲକ୍ଷେ୍ନø ଥିବା ବେଳେ ଦକ୍ଷିଣ ଭାଗରେ ବିଶାଖାପାଟଣା, ୱାରଙ୍ଗଲ, କୋଏମ୍ବାଟୁର, ତିରୁଚିରାପଲି, କୋଚି, ମଦୁରାଇ ଏବଂ ଥିରୁଅନନ୍ତପୁରମ ରହିଛି । ଭୁବନେଶ୍ୱର କଥା ବିଚାରକୁ ନେଲେ ୨୦୧୧ରେ ଏଠାରେ ୦.୯ ନିୟୁତ ଲୋକ ବସବାସ କରୁଥିଲେ । ଏହା ୨୦୨୧ ବେଳକୁ ୧୨ ଲକ୍ଷକୁ ବୃଦ୍ଧି ହୋଇଛି । ଏ କ୍ଷେତ୍ରରେ ୩.୩% ବୃଦ୍ଧି ହୋଇଛି । ସେହିଭଳି ଦେଶର ଦ୍ୱିତୀୟ ସହର ଭାବେ ଏଠାକାର ଇଜ ଅଫ୍‌ ଲିଭିଂ ହାର ୫୯.୮୫% ରହିଛି । ଗତ ୫ ବର୍ଷରେ ରାଜଧାନୀ ହାରାହାରି ୩୩.୫ ଲକ୍ଷ ଘରୋଇ ବିମାନ ଯାତ୍ରୀଙ୍କୁ ପରିଚାଳନା କରିପାରିଛି । ସେହିଭଳି ବିଦେଶୀ ଯାତ୍ରୀଙ୍କ କ୍ଷେତ୍ରରେ ଏହା ୫୭,୧୫୪ । ବର୍ଦ୍ଧିତ ଚାହିଦାକୁ ନଜରରେ ରଖି ଭୁବନେଶ୍ୱରରେ ୩୦ କିମିର ମେଟ୍ରୋ ରେଳ ପାଇଁ ପ୍ରସ୍ତାବ ରହିଛି । 

ସେହିଭଳି ଟର୍ସିଆରୀ ଏଜୁକେଶନ ଏନ୍‌ରୋଲମେଣ୍ଟ କଥା ବିଚାରକୁ ନେଲେ ଭୁବନେଶ୍ୱର କୋଏମ୍ବାଟୁର ପରେ ଦ୍ୱିତୀୟ ସ୍ଥାନରେ ରହିବା ସହ ୫ ବର୍ଷର ହାରାହାରି ଏନ୍‌ରୋଲମେଣ୍ଟ ୩୦,୭୬୦ ରହିଛି । ଯାହା ଦକ୍ଷ ମାନବସମ୍ବଳ କ୍ଷେତ୍ରରେ ଏକ ପ୍ରମୁଖ କାରକ ଭାବେ ବିଚାର କରାଯାଇଥାଏ । ସେହିଭଳି ପ୍ରାଇମ୍ ରେସିଡେନସିଆଲ ପ୍ରାଇସ ବର୍ଗଫୁଟ ପିଛା ଭୁବନେଶ୍ୱରରେ ୮ ହଜାର ଟଙ୍କା ରହିଛି । ଏହାକୁ ଦେଖିଲେ ଭୁବନେଶ୍ୱରର ଶହୀଦ ନଗର ସବୁଠୁ ଆଗରେ ରହିଛି । ସହରର ମୁଣ୍ଡପିଛା ଆୟ ରହିଛି ୬.୪୧ ଲକ୍ଷ । ପ୍ରମୁଖ ଶିଳ୍ପଗୁଡିକ ଏବେ ଓଡ଼ିଶା ମୁହାଁ । ଏହା ମଧ୍ୟରେ ସୁଚନା ଓ ପ୍ରଯୁକ୍ତ (ଆଇଟି), ଆଲୁମିନିୟମ ମାନୁଫାକଚରିଂ, ଲୌହ ଏବଂ ଇସ୍ପାତ, ପେପର ଉତ୍ପାଦ ପ୍ରମୁଖ ସାମିଲ ରହିଛି । ରାଜ୍ୟରେ ଶିଳ୍ପ ବାତାବରଣକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ନୀତିଗତ ପଦକ୍ଷେପକୁ ଦୃଢ଼ କରିଛନ୍ତି । ସହରର 

ଅଫିସ ହବ୍‌: ଭୁବନେଶ୍ୱରର ଅଫିସ ହବ୍‌ ଭାବେ ପଟିଆ, ରସୁଲଗଡ ଏବଂ ଜନପଥ ରହିଛି । ଏହି ସ୍ଥାନଗୁଡିକରେ ପ୍ରତି ମାସ ବର୍ଗଫୁଟ ପିଛା ଅଫିସ୍‌ ଭଡ଼ା ଯଥାକ୍ରମେ ୫୦ରୁ ୭୦ ଟଙ୍କା, ୩୫-୫୦ ଟଙ୍କା, ୬୦-୮୦ ଟଙ୍କା ରହିଛି । 

ରେସିଡେନ୍ସିଆଲ ହବ୍‌: ସହରର ରେସିଡେନ୍ସିଆଲ ହବ୍‌ ଭାବେ ପାହାଳ, କଟକ- ପୁରୀ ରୋଡ, ଜନପଥ ରୋଡ ଶହୀଦନଗର ଏବଂ ପାତ୍ରପଡା ଭଳି ଅଞ୍ଚଳ ଭାବେ ବେଶ୍‌ ଚାହିଦା ରହିଛି । ପାହାଳ ଏରିଆର କ୍ୟାପିଟାଲ ଭାଲ୍ୟୁ (ବର୍ଗଫୁଟ ପିଛା)ରହିଛି ୫୦୦୦ରୁ ୭୫୦୦ ଟଙ୍କା । ସେହିଭଳି କଟକ-ପୁରୀ ରୋଡ ୫୫୦୦-୭୫୦୦ ଟଙ୍କା, ପାତ୍ରପଡା ୮୦୦୦-୧୨ ହଜାର, ଜନପଥ ରୋଡ ୧୫ ହଜାରରୁ ୨୦ ହଜାର ରହିଛି ।  

ରେଣ୍ଟାଲ ମଲ୍‌: ସହରରେ ଡିଏନ୍‌ ରେଗାଲିଆ, ଉତ୍କଳ କନିକା ଗ୍ୟାଲେରିଆ, ସିମ୍ଫୋନି ମଲ୍‌ ଏବଂ ନେକ୍ସସ ଏସ୍‌ପ୍ଲାନେଡ ଭଳି ଭଡାରେ ମଲ୍‌ ସ୍ପେଶ ଉପଲବ୍ଧ । ସେହିଭଳି ହାଇଷ୍ଟ୍ରିଟ ରେଣ୍ଟାଲ କଥା ବିଚାରକୁ ନେଲେ ପିଟିଆରେ ଏହା ବର୍ଗଫୁଟ ପିଛା ୧୫୦ ଟଙ୍କାରୁ ୨୦୦ ଟଙ୍କା, କଟକ ରୋଡରେ ୧୫୦-୨୦୦ ଟଙ୍କା, ଜନପଥ ରୋଡରେ ୨୫୦ରୁ ୩୦୦ ଟଙ୍କା, ପାତ୍ରପଡରେ ୨୦୦ରୁ ୨୫୦ ଟଙ୍କା ରହିଛି । ସହରରେ ପ୍ୟାନ ଇଣ୍ଡିଆ ଫ୍ଲେକ୍ସ ଅପରେଟରମାନେ ମଧ୍ୟ ଉପସ୍ଥିତି ଜାହିର କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.