ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଶୁଣିଲେନି ସୁପ୍ରିମକୋର୍ଟ; ଆପ୍ ସୁପ୍ରିମୋଙ୍କୁ ମିଳିଲାନି ଆଶ୍ବସ୍ତି, ଜାମିନ୍ ବୃଦ୍ଧି ଆବେଦନ ଖାରଜ୍

Image source: ABP live

ନୂଆଦିଲ୍ଲୀ,୨୯/୦୫: ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ଝଟ୍‌କା ମିଳିଛି। ଜାମିନ୍‌ ଅବଧି ବୃଦ୍ଧି କରିବା ଆବେଦନକୁ ଖାରଜ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଆଉ ୭ଦିନ ଜାମିନ୍ ଅବଧି ବୃଦ୍ଧି କରିବା ପାଇଁ ସିଏମ୍‌ ଅରବିନ୍ଦ କେଜ୍ରିଓ୍ବାଲ କରିଥିବା ଆବେଦନନକୁ ମଧ୍ୟ ସ୍ବୀକାର କରି ନାହାନ୍ତି କୋର୍ଟ। ଆସନ୍ତା ଜୁନ୍ ୨ ତାରିଖରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରେ ଆତ୍ମସମର୍ପଣ କରିବେ।  

ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ କେଜ୍ରିଓ୍ବାଲ ତାଙ୍କ ଜାମିନ୍ ଆବେଦନକୁ ଆଉ ୭ଦିନ ବଢ଼ାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ସିଏମ୍ କେଜ୍ରିଓ୍ବାଲଙ୍କ PET-CT ସ୍କାନ ସହିତ କିଛି ଅନ୍ୟ ରାଜ୍ୟକୁ ଗସ୍ତ କରିବେ ବୋଲି ଆପ୍‌ ପକ୍ଷରୁ ମଧ୍ୟ କୁହାଯାଇଥିଲା। ତେଣୁ ସେ ୭ଦିନ ଜାମିନ୍ ଅବଧୀ ବଢ଼ାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । 

ଗତକାଲି ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି କରିବାକୁ ମନା କରିବା ସହିତ ସିଏଜଆଇଙ୍କ ନିକଟକୁ ପଠାଇଥିଲେ। ତେବେ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟର ଏହାକୁ ଗ୍ରହଣ କରିନାହାନ୍ତି । ରେଜିଷ୍ଟର କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ରାଏଲ୍ କୋର୍ଟରେ ଜାମିନ୍ ଆବେଦନ ଦାୟର କରନ୍ତୁ । ଏଥିରୁ ସ୍ପଷ୍ଟ ହୋଇଛି, ଆସନ୍ତା ଜୁନ୍ ୨ ତାରିଖରେ  ଆପ୍ ସୁପ୍ରିମୋ ତିହାର ଜେଲରେ ଆତ୍ମସମର୍ପଣ କରିବେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.