ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନେତନ୍ୟାହୁଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ , ରାଜରାସ୍ତାକୁ ପୁଣି ଓହ୍ଲାଇଲେ ଇସ୍ରାଏଲୀୟ ଜନତା

ତେଲ୍ ଅଭିଭ୍‌ : ଗାଜାରେ ହମାସ ଆତଙ୍କବାଦଙ୍କ ବିରୋଧରେ ଯୁଦ୍ଧକୁ ଓହ୍ଲାଇ ଥିବା ଇସ୍ରାଏଲୀୟ ସେନା ଗୋଟେ ପଟେ କଡ଼ା ସଂଘର୍ଷ କରୁଛନ୍ତି। ଅନ୍ୟପଟେ ଇସ୍ରାଏଲୀୟଙ୍କ ରକ୍ଷା କରିବାରେ ଅସଫଳ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଉପରେ ଖୁବ୍‌ ବିରକ୍ତି ହେଲେଣି ଇସ୍ରାଏଲର ସାଧାରଣ ଜନତା। ବିଗତ ଦିନ ଗୁଡ଼ିକରେ ଇସ୍ରାଏଲର ମହିଳା ସୈନିକଙ୍କ ଭିଡ଼ିଓ ସାମନାକୁ ଆସିଥିଲା,ଯେଉଁଥିରେ ଦାବି କରାଯାଇଛି କି ହମାସ ଆତଙ୍କୀମାନେ ଏହି ମହିଳା ଇସ୍ରାଏଲୀୟଙ୍କ ସହ ଅମାନୁଷିକ କାମ କରିଛନ୍ତି। ଭିଡ଼ିଓ ସାମନାକୁ ଆସିବା ପରେ ଇସ୍ରାଏଲରେ ପୁଣି ଥରେ ନେତନ୍ୟାହୁଙ୍କ ବିରୋଧରେ ଲୋକଙ୍କ ବିରୋଧାଭାସ ବଢି ଯାଇଛି। ରାଜଧାନୀ ତେଲ୍‌ ଅଭିଭ୍‌ ଉପରେ ହଜାର ହଜାର ସଂଖ୍ୟାରେ ଇସ୍ରାଏଲୀୟ ନେତନ୍ୟାହୁଙ୍କ ଇସ୍ତା ଦାବି ସହ ବିରୋଧ ପ୍ରଦର୍ଶନ କରିବା ନଜର ଆସିଛି। ଏହି ସମୟରେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଛି।

ଇସ୍ରାଏଲୀୟ ସେନା ଓ ହମାସ ଆତଙ୍କୀଙ୍କ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ମୋଡ ନେଇ ସାରିଛି। ଉତ୍ତରୀ ଗାଜାରେ ଆତଙ୍କ ଖେଳାଇବା ପରେ ଆଇଡିଏଫ୍‌ ଏବେ ଦକ୍ଷିଣ ଗାଜାରେ ନିଜର ଅପରେସନକୁ ଦ୍ରୁତ କରିଛି। ଏଠାରେ ରାଫାରେ ଇସ୍ରାଏଲୀୟ ସେନା ରିହାୟସି ଅଞ୍ଚଳ ଯାଏ ପହଞ୍ଚି ସାରିଛି। ଇସ୍ରାଏଲୀୟ ସେନାକୁ ଲାଗୁଛି କି ଉତ୍ତରୀ ଗାଜା ପରେ ଦକ୍ଷିଣୀ ଗାଜାର ସହର ରାଫାରେ ହମାସ ଆତଙ୍କୀଙ୍କ ମଧ୍ୟରେ ଖୁଚି ସେନା ଅଛନ୍ତି। ଏହି ସ୍ଥିତିରେ ଇସ୍ରାଏଲ ଏହି ସୁଯୋଗକୁ ଛାଡ଼ିବାକୁ ଚାହୁଁ ନାହିଁ । ଇସ୍ରାଏଲୀୟ ସେନା ପୂରା ଦମ୍‌ରେ ଏହି ଅଞ୍ଚଳରେ ମଧ୍ୟ ହମାସ ବିରୋଧରେ ଅପରେସନ କ୍ଲିନ୍‌ ଚଲାଇଛି। ହମାସ ଆତଙ୍କୀଙ୍କ ଉପରେ ଲଗାତାର ହମଲା କରୁଥିବା ଇସ୍ରାଏଲୀୟ ସେନାର ଟାର୍ଗେଟ୍‌ରେ ସାଧାରଣ ଲୋକେ ଆସୁଛନ୍ତି। ଗାଜାରେ ଇସ୍ରାଏଲର ହମଲାରେ ୩୫ ହଜାର ଫିଲିସ୍ତିନୀୟଙ୍କ ଜୀବନ ଯାଇଛି, ଯେଉଁଥିରେ ଅଧିକାଂଶ ମହିଳା ଓ ପିଲା ଅଛନ୍ତି। 

ଫିଲିସ୍ତିନୀୟଙ୍କ ବିରୋଧରେ ଲଗାତାର ଯୁଦ୍ଧ କରୁଥିବା ନେତନ୍ୟାହୁଙ୍କ ବିରୋଧରେ ନିଜର ହିଁ ଦେଶରେ ଖୁବ୍ ବିରୋଧ ହେଉଛି।ନେତନ୍ୟାହୁଙ୍କ ଉପରେ ଇସ୍ରାଏଲୀୟଙ୍କୁ ରକ୍ଷା କରି ନପାରିବାର ଅଭିଯୋଗ ଲାଗିଛି। ୮ମାସରୁ ଅଧିକ ସମୟ ହୋଇ ଯାଇଛି ଏବଂ ଏବେସୁଦ୍ଧା ୨୦୦ରୁ ଅଧିକ ବନ୍ଧକଙ୍କ କୌଣସି ଖବର ନାହିଁ। ଇସ୍ରାଏଲ ଏମାନଙ୍କୁ ବାରମ୍ୱାର ଖୋଜିବାର ଦାବି କରୁଛି। ସେପଟେ ପରିବାର ଲୋକେ ସେମାନଙ୍କର ଫେରିବା ବାଟକୁ ଚାହିଁ ରହିଛନ୍ତି। ଶନିବାର ସନ୍ଧ୍ୟାରେ ପୁଣି ଥରେ ହଜାର ହଜାର ସଂଖ୍ୟାରେ ସାଧାରଣ ଇସ୍ରାଏଲୀୟମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ନେତନ୍ୟାହୁଙ୍କ ଇସ୍ତଫା ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.