ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ସନ୍ଥଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ମାମଲାରେ ଗୁରମିତ ରାମ ରହିମଙ୍କୁ ଆଶ୍ବସ୍ତି

Published By : Tapas Panda | May 14, 2024 10:31 PM

Image Courtesy: tv9hindi

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଏବଂ ଦୁଷ୍କର୍ମକାରୀ ଗୁରମିତ ରାମ ରହିମ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ଗୁରୁ ରବିଦାସ ଏବଂ ସନ୍ଥ କବୀର ଜୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ମାମଲାରେ ହାଇକୋର୍ଟଙ୍କ ରାୟକୁ ସଠିକ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଗୁରମିତଙ୍କ ବିରୋଧରେ ଦାୟର ହୋଇଥିବା ପଞ୍ଜାବ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ୨୦୧୬ରେ ରାମ ରହିମ ନିଜର ଅନୁଗାମୀଙ୍କୁ ପ୍ରବଚନ ଦେଇଥିଲେ।  ଏହା ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ଗୁରୁ ରବିଦାସ ଏବଂ ସନ୍ତ କବୀର ଜୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।  ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଆଉ କୋର୍ଟ ଏଫଆଇଆର ରଦ୍ଦ କରିବାକୁ ନେଇ ରାୟ ଶୁଣାଇଥିଲେ ।

ଆତ୍ମଘୋଷିତ ବାବା ରାମ ରହିମଙ୍କୁ ଦୁଷ୍କର୍ମ ମାମଲାରେ ୨୦୧୭ରେ କୋର୍ଟ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ନିଜ ଆଶ୍ରମରେ ଏକ କର୍ମଚାରୀଙ୍କ ହତ୍ୟା ମାମଲାରେ ୨୦୨୧ରେ ତାଙ୍କୁ ଆଜୀବନ ଜେଲ ହୋଇଥିଲା ।  ତାପରେ ସେ ଅନେକ ଥର ପାରୋଲରେ ଜେଲରୁ ବାହାରକୁ ଆସିଛନ୍ତି । ତାଙ୍କୁ ବାରମ୍ବାର ପରୋଲ ମିଳିବା ବିରୋଧରେ ପଞ୍ଜାବ ହରିୟାଣା କୋର୍ଟରେ ଆବେଦନ   କରିଥିଲା ଶିରୋମଣୀ ଗୁରୁଦ୍ବାରା ପ୍ରବନ୍ଧକ କମିଟି । ଚଳିତ ବର୍ଷ ଫେବୃଆରିରେ କୋର୍ଟ ରାମ ରହିମଙ୍କୁ ଝଟକା ଦେଇଥିଲେ । 

କୋର୍ଟଙ୍କ ବିନା ଅନୁମତିରେ ଗୁରମିତଙ୍କୁ ପାରୋଲ ଦିଆଯିବ ନାହିଁ ବୋଲି କୋର୍ଟ କହିଥିଲେ । ଏହା ସହ ରାମ ରହିମଙ୍କ ଭଳି ଆଉ କାହାକୁ ଏଭଳି ପାରୋଲ୍‌ ମିଳିଛି ବୋଲି ପଞ୍ଜାବ ସରକାରଙ୍କୁ କୋର୍ଟ ପ୍ରଶ୍ନ ମଧ୍ୟ କରିଥିଲେ । ରାମ ରହିମଙ୍କୁ ପ୍ରଥମ ଥର ୨୪ ଅକ୍ଟୋବର ୨୦୨୦ରେ ପାରୋଲ ମିଳିଥିଲା । ଦ୍ବିତୀୟ ଥର ପାଇଁ ୨୧ ମେ ୨୦୨୧ରେ ପାରୋଲରେ ଜେଲରୁ ବାହାରକୁ ଆସିଥିଲେ ରାମ ରହିମ । ଏହା ପରେ ତାଙ୍କୁ ୭ ଫେବୃଆରୀ ୨୦୨୨, ଜୁନ୍ ୨୦୨୨ ଏବଂ ଅକ୍ଟୋବର ୨୦୨୨ରେ ପାରୋଲ ମିଳିଥିଲା । ଏହି କ୍ରମରେ ଦଶମ ଥର ପାଇଁ ୧୯ ଜାନୁଆରୀ ୨୦୨୪ରେ ପାରୋଲ ପାଇଥିଲେ ଗୁରମିତ ରାମ ରହିମ । 

  • Supreme Court
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.