ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପାଟନା ଏବଂ ଭଦୋଦରା ବିମାନ ବନ୍ଦରକୁ ବୋମା ମାଡ କରି ଉଡାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି...

ନୂଆଦିଲ୍ଲୀ: ବିହାରର ପାଟନା ଏବଂ ଗୁଜରାଟର ଭଦୋଦରା ବିମାନବନ୍ଦରକୁ ବୋମା ଧମକ ମିଳିଛି । ଏହି ଧମକ ଇମେଲ ମାଧ୍ୟମରେ ଆସିଛି । ଯାହା ପରେ ଉତ୍ତେଜନା ଦେଖାଦେଇଛି । ବିମାନ ବନ୍ଦରର ସୁରକ୍ଷା ବୃଦ୍ଧି କରାଯାଇଛି । ପାଟନା ବିମାନବନ୍ଦରର ନିର୍ଦ୍ଦେଶକ ଏବଂ ଭଦୋଦରା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ପ୍ରାୟ ୧.୧୦ ସମୟରେ ପାଟନା ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଛି । ଏହା ପରେ ପାଟନା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଗୁଜୁରାଟର ଭଦୋଦରା ବିମାନବନ୍ଦରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ଧମକପୂର୍ଣ୍ଣ ଇମେଲ ପାଇବା ପରେ ସୁରକ୍ଷାକୁ ବଢାଇ ଦେଇଛନ୍ତି । ଭଦୋଦରା ହାର୍ନି ପୋଲିସ ଷ୍ଟେସନର ଇନ୍ସପେକ୍ଟର ଆର.ଡି ଚୌହାନ କହିଛନ୍ତି ଯେ ଗୋପନୀୟ ତଥ୍ୟ ଗ୍ରହଣ କରାଯାଇଛି, ଯାହା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି । ବିମାନ ବନ୍ଦରରେ ବୋମା ନିଷ୍କାସନ ସ୍କ୍ବାର୍ଡ ଏବଂ ସନ୍ଧାନୀ କୁକୁର, ଆମ୍ବୁଲାନ୍ସ ଏବଂ ଅଗ୍ନି ନିରାପତ୍ତା ବାହିନୀ ମଧ୍ୟ ପହଞ୍ଚିଛି ।

ନିକଟରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା ଯେତେବେଳେ ଦିଲ୍ଲୀରୁ ଶ୍ରୀନଗରକୁ ଆସୁଥିବା ଭିଷ୍ଟାରା UK611 ବିମାନକୁ ବୋମା ଧମକ ଆସିଥିଲା । ବୋମା ଧମକ ପାଇବା ପରେ ସମଗ୍ର ବିମାନବନ୍ଦର ପ୍ରଶାସନ କାର୍ଯ୍ୟରେ ଲାଗିଥିଲେ । ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ସତର୍କ ହୋଇଗଲେ ।

ସୂଚନାନୁସାରେ, ଏହି ବିମାନଟି ସମୁଦାୟ ୧୭୭ ଯାତ୍ରୀଙ୍କ ସହ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା । ଏହି ସମୟରେ ଶ୍ରୀନଗର ଏଟିସିକୁ ବିମାନରେ ବୋମା ଧମକ ମିଳିଥିଲା । ଏହି ସୂଚନା ପାଇବା ମାତ୍ରେ ବିମାନବନ୍ଦରରେ ନିୟୋଜିତ ଏଜେନ୍ସି ଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । CISF ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିଲେ । ବିମାନଟି ଦ୍ବିପ୍ରହର ୧୨.୧୦ ରେ ଶ୍ରୀନଗର ବିମାନବନ୍ଦରରେ ନିରାପଦରେ ଅବତରଣ କଲା । 

ବିମାନରୁ ଯାତ୍ରୀମାନଙ୍କୁ ନିରାପଦରେ ଅବତରଣ କରିବା ପରେ ସୁରକ୍ଷା ଅଧିକାରୀ ମାନେ ସମଗ୍ର ବିମାନକୁ ଯାଞ୍ଚ କରିଥିଲେ । ଆଉ ଅନୁସନ୍ଧାନରେ ମଧ୍ୟ କିଛି ମିଳିନଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.