ଭୁବନେଶ୍ଵର, ୨୬/୦୮ : ବାର୍ଡ ଫ୍ଲୁ ଆତଙ୍କ। ଜିଲ୍ଲା ଗୁଡ଼ିକୁ ଆଡଭାଇଜରି ଜାରି କଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏବେ କିଛି ଦିନ ପାଇଁ ଚିକେନ୍ ନଖାଇବାକୁ ପରାମର୍ଶ।
ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ଵର ହେବ। ଜିଲ୍ଲାୱାରି ଫିଭର ସର୍ଭିଲାନ୍ସ କରୁଛୁ। ପିପିଲି ବାର୍ଡ ଫ୍ଲୁର ହଟ୍ସ୍ପଟ୍ ପାଲଟିଛି। ତେଣୁ ଆଜି ରାପିଡ୍ ରେସପନ୍ସ ଟିମ୍ ପିପିଲି ଯାଇଛନ୍ତି। ଯେଉଁ ଅଞ୍ଚଳରୁ ବାର୍ଡ ଫ୍ଲୁ ବାହାରିଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି। ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର। ସବୁ ଦିନ ପବ୍ଲିକ ହେଲ୍ଥ ୟୁନିଟ୍ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି। କେବଳ ପିପିଲିରେ ବାର୍ଡ ଫ୍ଲୁ ବାହାରୁଛି ବୋଲି ଆମେ ସେ ଜାଗା ସହ ଅନ୍ୟ ଅଞ୍ଚଳକୁ ବି ଧ୍ୟାନରେ ରଖିଛୁ।ବାର୍ଡ ଫ୍ଲୁ କୁକୁଡ଼ାର କଣ୍ଟାକ୍ଟରେ ମଣିଷ ଆସିବା ଉଚିତ ନୁହେଁ।