ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

କଣିହାଁ,୧୫।୧୧: କଣିହାଁ ଥାନା ଅନ୍ତର୍ଗତ କଣିହାଁ ପ୍ରେସ୍ କ୍ଳବ ରାସ୍ତାରେ ବୁଧବାର ପୂର୍ବାହ୍ନ ସାଢେ଼ ୧୦ଟା ରେ ଟ୍ରକ ତଳେ ଚାପି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଣିହାଁ ଥାନା ଜରଡା ଗ୍ରାମର ଅନିଲ ଦାଶ(୨୭)। ଅନିଲ ବାଇକ ଯୋଗେ କଣିହାଁ ବ୍ଲକ୍‌ରୁ ହଟିଂ ରାସ୍ତା ଅଭିମୁଖେ ଯାଉଥିବା ବେଳେ ପ୍ରେସ କ୍ଳବ ସମ୍ମୁଖ ରାସ୍ତାରେ  ହଟିଂ ଆଡୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଟ୍ରକ ଟି ଅନିଲଙ୍କୁ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ଅନିଲଙ୍କର ମୃତ୍ୟୁ ହୋଇଥିଲା। 

ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ଅନିଲଙ୍କ ବାଇକକୁ ଧକ୍କା ଦେଇଥିଲା। କ୍ଷତିପୂରଣ ଦାବିକରି ଦୁର୍ଘଟଣା ସ୍ଥଳରେ ଆନ୍ଦୋଳନ ଚାଲିଛି। କଣିହାଁ ପୁଲିସ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ସୂଚନାଥାଉକି ଏହି ହଟିଂ ରାସ୍ତାରେ ଚବିଶ ଘଣ୍ଟାଧରି ପାଉଁଶ ପରିବହନ ଟ୍ରକ ଚାଲିଛି। ଆଜି ଓଡ଼ି-୦୫-ଏସ୪୧୩୮ନମ୍ବର ଟ୍ରକ ଟି ଡେରେଙ୍ଗ ଅଭିମୁଖେ ପାଉଁଶ ଲୋଡିଂ ପାଇଁ ଯିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟାଇଥିବା କୁହାଯାଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.