ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୃଷି ଭବନ ପରିଦର୍ଶନ କଲେ ବିଲ୍ ଗେଟ୍ସ, ରିମୋଟ ସେନ୍ସିଂ ଓ ଆପ୍ଲିକେସନ ବ୍ୟବହାର ପାଇଁ ଦେଲେ ପରାମର୍ଶ

ଭୁବନେଶ୍ଵର, ୨୮/୦୨ : ମିଶନ ଶକ୍ତି ବଜାର ବୁଲି ସାରିବେ ପରେ କୃଷି ଭବନରେ ପହଞ୍ଚିଲେ ବିଲ୍ ଗେଟ୍ସ । ସେ ରାଜ୍ୟର କୃଷି କ୍ଷେତ୍ରରେ ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। କୃଷି ଭବନରେ ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ମାଇକ୍ରୋସୋଫ୍ଟର ସହ ପ୍ରତିଷ୍ଠାତା।  

କୃଷି ସଚିବ ଅରବିନ୍ଦ ପାଢୀ କହିଛନ୍ତି ଯେ, ବିଲ ଗେଟ୍ସ କୃଷି ଭବନ ଆସିଥିଲେ । ୨୦୧୭ରୁ ଗେଟ୍ସ ଫାଉଣ୍ଡେସନ ସହ ଚୁକ୍ତିନାମା ଅନୁସାରେ କୃଷକଙ୍କ କଲ୍ୟାଣ ପାଇଁ ଜ୍ଞାନକୌଶଳ ବ୍ୟବହାର କରାଯାଇ ନିକଟରେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ଖୋଲାଯାଇଛି । ଏହା ଦ୍ବାରା କିଭଳି ଚାଷୀଙ୍କ ପାଖକୁ ସୂଚନା ଆଦାନ ପ୍ରଦାନ ହେଉଛି, ସେ ତାହା ବୁଝିଥିଲେ । ଏନେଇ ତାଙ୍କୁ କୃଷି ବିଭାଗ ପକ୍ଷରୁ ପ୍ରେଜେଣ୍ଟେସନ ଦିଆଯାଇଥିଲା । ଏହା କିଭଳି କାମ କରୁଛି, ସେନେଇ ବିଲ ଗେଟସ୍ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ। ଆମ ଟିମ୍ ତାଙ୍କୁ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ । ରାଜ୍ୟର ଏହି ବ୍ୟବସ୍ଥାକୁ ସେ ପ୍ରଶଂସା କରିଥିଲେ । 

ସେହିପରି ଆମ ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଚାଷୀଙ୍କ ଡିଜିଟାଲ ରେଜିଷ୍ଟ୍ରି ଅଛି । ଆମ କୃଷି କାର୍ଯ୍ୟକ୍ରମ ଜରିଆରେ ସେଥିରେ ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ କଷ୍ଟମାଇଜଡ ସେବା ଯୋଗାଇ ଦିଆଯାଉଛି । ଡିଜିଟାଲ ଏଗ୍ରିକଲଚର୍ ଟୁଲ ବ୍ୟବହାର କରି ଚାଷୀଙ୍କ ପାଖରେ ବିଭିନ୍ନ ସେବା ଓ ଯୋଜନା ପହଞ୍ଚାଯାଉଥିବାରୁ ବିଲ ଗେଟସ୍ ତାହାର ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସ୍ବାବଲମ୍ବୀ ହୋଇଥିବା ଦୁଇଜଣ ମହିଳା ଚାଷୀଙ୍କ ସହ କଥା ହୋଇଥିଲେ । ମିଲେଟ ମିଶନ କାଫେ ବୁଲି ଦେଖିଥିଲେ ଓ ତାଙ୍କୁ ମିଲେଟ୍ ମିଶନ ସମ୍ପର୍କରେ ଅବଗତ କରାଯାଇଥିଲା। କୃଷି କ୍ଷେତ୍ରରେ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର ପାଇଁ ସେ ଦେଇଥିବା ପରାମର୍ଶକୁ ଗ୍ରହଣ କରାଯିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.