ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଗାମୀ ମହାମାରୀ ହୋଇପାରେ ବାର୍ଡ ଫ୍ଲୁ, ନିର୍ଦ୍ଦେଶାବଳୀ ଜାରୀ କଲା WHO

ଭୁବନେଶ୍ୱର,୦୩/୦୮: ଏଭିୟନ ଇଫ୍ଲୁଏନ୍ଜା (H5N1) ଭାଇରସ୍‌ ବା ବାର୍ଡ ଫ୍ଲୁ ପରବର୍ତ୍ତୀ ମହାମାରୀ ହୋଇପାରେ । ହୁ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ବାର୍ଡ ଫ୍ଲୁ ମଣିଷମାନଙ୍କ ମଧ୍ୟରେ ଶୀଘ୍ର ବ୍ୟାପିବାରେ ଲାଗିଛି । ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଚେତାବନୀ ଦିଆଯାଇଛି । ଫୋର୍ଟିସ୍ ହସ୍ପିଟାଲର ମୁଖ୍ୟ ନିର୍ଦ୍ଦେଶକ ତଥା ସ୍ନାୟୁବିଜ୍ଞାନର ମୁଖ୍ୟ ଡା.ପ୍ରବୀଣ ଗୁପ୍ତାଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ ହୋଇଛି । ଏଥରେ ସେ ଏହି ଫ୍ଲୁ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସମସ୍ୟା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । 

ମଣିଷଙ୍କ ଠାରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ଜୀବାଣୁ-

ଡା.ପ୍ରବୀଣ ଗୁପ୍ତା କହିଛନ୍ତି ଯେ ଏହି ରୋଗ ଯେପରି ବିସ୍ତାର କରୁଛି, ଆଗକୁ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଏଥିରେ ସ୍ନାୟୁଗତ ସମସ୍ୟା ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ । ଏହି ପରିସ୍ଥିତିକୁ ଆମକୁ ଗମ୍ଭୀରତାର ସହ ନେବାକୁ ପଡିବ କାରଣ ପଶ୍ଚିମବଙ୍ଗରେ ଏହି ଫ୍ଲୁ ତୀବ୍ର ଗତିରେ ନିଜର କାୟା ମେଲାଉଛି । 

ଟିକା ଆଣିବ WHO-

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଏହି ସପ୍ତାହରେ ହୁ ଅତ୍ୟାଧୁନିକ ମେସେଞ୍ଜର RNA ଟେକ୍ନୋଲୋଜି ବ୍ୟବହାର କରି ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ ବାର୍ଡ ଫ୍ଲୁ ସଂକ୍ରମଣର ଟିକା ବିକାଶକୁ ତ୍ୱରାନ୍ୱିତ କରିବ । ଏନେଇ ଏକ ନୂତନ ପ୍ରକଳ୍ପ ଘୋଷଣା କରାଯାଇଛି । ହୁ ଟିକା ଇକ୍ୱିଟି ଉପରେ ବିଚାର କରିଛି ଏବଂ mRNA ଟେକ୍ନୋଲୋଜି ହସ୍ତାନ୍ତର କାର୍ଯ୍ୟକ୍ରମ ପ୍ରତିଷ୍ଠା କରିଛି । ଏହା ଭାରତକୁ ଯଥେଷ୍ଟ ସହାୟକ ହେବ ।

ବାର୍ଡ ଫ୍ଲୁ ସଂକ୍ରମଣରେ ହୋଇପାରେ ଏହି ରୋଗ-

ନ୍ୟୁରୋଲୋଜି ଦୃଷ୍ଟିକୋଣରୁ ମଧ୍ୟ ଏହି ଜୀବାଣୁ ସାଂଘାତିକ ହୋଇପାରେ । ଏହା ନ୍ୟୁରୋଟ୍ରୋପିଜିମର କାର୍ଯ୍ୟକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । ଏହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ବହୁ ମାତ୍ରାରେ ସଂକ୍ରମିତ କରିପାରେ । ଗୁରୁତର ଅବସ୍ଥାରେ ରୋଗୀ  ଏନସେଫାଲାଇଟିସର ମଧ୍ୟ ଶିକାର ହୋଇପାରନ୍ତି । ଯେଉଁ କାରଣରୁ ମସ୍ତିଷ୍କ ମଧ୍ୟ ଫୁଲି ପାରେ । ଏହା ବାରମ୍ବାର ହୋଇପାରେ ଏବଂ ବ୍ୟକ୍ତି ଜଣକ କୋମାରେ ମଧ୍ୟ ଯାଇପାରନ୍ତି । ସ୍ନାୟୁଗତ କାର୍ଯ୍ୟକୁ ପ୍ରଭାବିତ କରିବା ବ୍ୟତୀତ ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । 'ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ'ର ପଦକ୍ଷେପ ପରେ ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭାରତ mRNA ବ୍ୟବହାର କରି ନିଜର ଟିକା ପ୍ରସ୍ତୁତ କରିବାକୁ ଚିନ୍ତା କରୁଛି । ଏହା କରିବା ଦ୍ୱାରା ଅନେକ ଲୋକ ଲାଭପ୍ରଦ ହେବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.