ପ୍ରମୂଖ ଖବର
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ରାଜଧାନୀକୁ ବାର୍ଡ-ଫ୍ଲୁ ଚିନ୍ତା: କମିଲା କୁକୁଡ଼ା ମାଂସ ବେପାର, ଫାଷ୍ଟଫୁଡ୍‌ ଦୋକାନରେ ବେପାର ମାନ୍ଦା

ଭୁବନେଶ୍ୱର,୨୯/୦୮: ବାର୍ଡ-ଫ୍ଲୁ ପାଇଁ ଚିକେନ୍‌ ଖାଇବାକୁ ଡରୁଛନ୍ତି ରାଜଧାନୀବାସୀ । ଚିକେନ୍‌ ବଦଳରେ ମାଛ ଓ ଖାସି ମାଂସ ବେପାର ଜମିଛି । ବୁଧବାର ଭୁବନେଶ୍ୱର ବଜାରରେ ଲୋକେ ମାଛ ଦୋକାନରେ ଭିଡ଼ ଜମାଇଥିବା ବେଳେ ଚିକେନ ଦୋକାନକୁ ଯାଉନଥିଲେ । ବାର୍ଡ-ଫ୍ଲୁ ବ୍ୟାପିବା ପୂର୍ବରୁ ଭୁବନେଶ୍ୱରକୁ ୧୫ରୁ ୨୦ଟି ପିକଅପ୍‌ରେ କୁକୁଡ଼ା ଆସୁଥିବା ବେଳେ ଆଜି ମାତ୍ର ୫ଟି ଗାଡ଼ି ଆସିଛି । ଚାହିଦା କମିଥିବାରୁ କୁକୁଡ଼ା ମାଂସ କିଲୋପ୍ରତି ୧୮୦ଟଙ୍କାରେ ବିକୁଥିଲେ ବେପାରୀ । କେତେକ ସ୍ଥାନରେ ଦର ୧୬୦ ଟଙ୍କା ମଧ୍ୟ ହୋଇଥିଲା । ଆଜି ମାଛ ବ୍ୟବସାୟ ବଢ଼ି ଯାଇଥିଲା । ପୂର୍ବରୁ ମାଛ ବ୍ୟବସାୟ କୋଟିଏ ଟଙ୍କାରେ ସୀମିତ ରହୁଥିଲା । ମାତ୍ର ଗୋଟିଏ ଦିନରେ ଆଜି ୧କୋଟି ୨ଲକ୍ଷ ୩୭ ହଜାର ଟଙ୍କାର ମାଛ ଓ ୭୮ ଲକ୍ଷ ୭୫ହଜାର ଟଙ୍କାର ଖାସି ମାଂସ ବେପାର ହୋଇଥିବା ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି ।

ଗତ ସପ୍ତାହେ ହେବ ପୁରୀ ଜିଲ୍ଲାର ସତ୍ୟବାଦୀ ଓ ପିପିଲି ବ୍ଲକରେ ବାର୍ଡ ଫ୍ଲୁ ଦେଖାଦେଇଛି । ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଚାଲିଛି । ଏଭଳି ସମୟରେ  ପିପିଲିରୁ ରାଜଧାନୀକୁ ଆସୁଥିବା ଚିକେନ୍‌ ଉପରେ ରୋକ ଲଗାଇଛନ୍ତି ବ୍ୟବସାୟୀ ସଂଘ । ପୂର୍ବରୁ ରାଜଧାନୀରେ ଚିକେନ୍‌ ବ୍ୟବସାୟ ଭଲ ହେଉଥିଲା । ପ୍ରତିଦିନ ଗୋଟିଏ ଲେଖାଏଁ ପିକ୍‌ଅପରେ ୧୫ କୁଇଣ୍ଟାଲ ମାଂସ ଆସୁଥିଲା । ସେହି ଅନୁସାରେ ୧୦୦ରୁ ୧୨୦ କୁଇଣ୍ଟାଲ କୁକୁଡ଼ା ମାଂସ ବେପାର ହେଉଥିଲା । ବାର୍ଡ-ଫ୍ଲୁ ପାଇଁ ଚିକେନ ବ୍ୟବସାୟ ପ୍ରଭାବିତ ହୋଇଛି । ବୁଧବାର ଆମିଷ ବଜାରକୁ ମାତ୍ର ୮ଟି ମାଛ ଗାଡ଼ି ଆସିଥିଲା । ଗୋଟିଏ ଗାଡ଼ିରେ ୨୫୦ ଟ୍ରେ ଭର୍ତ୍ତି ମାଛ ରହିଥିଲା । ସେହିପରି ୧୦,୫୦୦ କେଜି ଖାସି ମାଂସ ବିକ୍ରି ହୋଇଛି । ଆଗାମୀ ଦିନରେ ମାଛ ଓ ଖାସି ମାଂସ ବେପାର ଆହୁରି ବୃଦ୍ଧି ପାଇବ ବୋଲି ସଂଘ ସଭାପକି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି ।  ଅପରପକ୍ଷେ ବିଭିନ୍ନ ଫାଷ୍ଟଫୁଡ୍‌ ଦୋକାନ ଓ ହୋଟେଲ୍‌ରେ ବିରିୟାନି, ଚିକେନ ପକୋଡ଼ା, ଲଲିପପ, ତନ୍ଦୁରି, ରୋଲ ଓ ସୁପ୍‌ ବିକ୍ରି ମାନ୍ଦା ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.