ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୌଚ ହେବାକୁ ଯିବାବେଳେ କାମୁଡ଼ିଲା ଅଜଣା ଜନ୍ତୁ, ଚାଲିଗଲା ନାବାଳକର ଜୀବନ

ପଟ୍ଟାମୁଣ୍ଡାଇ,୧/୪ :  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଶୌଚ ହେବାକୁ ଯିବାବେଳେ ଅଜଣା ଜନ୍ତୁ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ । ନାବାଳକ ଜଣଙ୍କ ହେଲେ ବାଲିପାଟଣା ଗାଁର ଶ୍ରୀଚରଣ ନାୟକଙ୍କ ପୁଅ ଚନ୍ଦନ (୧୩) । 

ଘଟଣା ଅନୁଯାୟୀ, ଚନ୍ଦନ ଘର ପାଖରେ ଥିବା ଏକ ଜଲ୍ଲାକୁ ଶୌଚ ହେବାକୁ ଯାଇଥିବା ସମୟରେ କୌଣସି ଜନ୍ତୁ କାମୁଡି ଦେଇଥିଲା । ମାତ୍ର ସେ ଏହାକୁ ବେଖାତିର କରି ଗାଧେଇବାକୁ ଚାଲି ଯାଇଥିଲେ । ପରେ ଧୋଇବା ସମୟରେ ଚନ୍ଦନର ଦେହ ମୁଣ୍ଡ ବୁଲାଇଥିଲା । ଫଳରେ ସେଠାରେ  ଚନ୍ଦନ ଚିତ୍କାର କରି ପଡ଼ିଯାଇଥିଲେ । 

ପାଖରେ ଥିବା ଲୋକେ ଚନ୍ଦନକୁ ଉଠାଇ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କେନ୍ଦ୍ରାପଡ଼ା ଯିବା ବାଟରେ ଚନ୍ଦନଙ୍କର ମୃତ୍ୟୁ ହୋଇଛି । ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.