ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର

ଭୁବନେଶ୍ୱର,୧୫/୦୪:  ଓଡ଼ିଶାବାସୀଙ୍କର ପ୍ରିୟ ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରି ଚାଲିଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ଲୋକମାନେ ପୁଣି ଆଶୀର୍ବାଦ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ । ରାଜ୍ୟରେ ମୋଦି ଗ୍ୟାରେଣ୍ଟି ନୁହଁ ନବୀନ ଗ୍ୟାରେଣ୍ଟି ଅଧିକ ଗ୍ରହଣୀୟ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା। 

ନିର୍ବାଚନ ପୂର୍ବରୁ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଯାଇଛି । ଏହି ସଂକଳ୍ପ ପତ୍ରରେ ବିଜେପି ମୋଦି ଗ୍ୟାରେଣ୍ଟି ଭାବେ ଅନେକ ଗୁଡ଼ିଏ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି । ଏ  ସଂପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ବେହେରା  କହିଛନ୍ତି, ଆମ ଦଳ ପକ୍ଷରୁ ବିଭିନ୍ନ ବର୍ଗର  ମତ ନିଆଯାଉଛି। ଚାଷୀ, ମହିଳା,  ଯୁବକ ଆଦି ସବବର୍ଗଙ୍କ ବିକାଶ ସହ  ନବୀନ ଓଡ଼ିଶା ଗଠନକୁ ଦୃଷ୍ଟିରେ ରଖି  ଇସ୍ତାହାର ପ୍ରସ୍ତୁତ ହେବ । ଏହି ଇସ୍ତାହାର ବିଜେପି ଇସ୍ତାହାରଠୁ ଓଡ଼ିଶାବାସୀଙ୍କୁ ଅଧିକ  ଛୁଇଁବ । ଅତୀତରେ ବିଜେଡି ଇସ୍ତାହାରରେ  ଯାହା ପ୍ରତିଶ୍ରୁତି ଦେଇଥିଲା, ତା’କୁ କାର୍ଯ୍ୟକାରୀ କରିଛି । ତେଣୁ ବିଜେଡି ଉପରେ ରାଜ୍ୟବାସୀଙ୍କ  ପୂର୍ଣ୍ଣ ଭରସା ରହିଛି । ନବୀନଙ୍କ ବିକାଶର  ଗ୍ୟାରେଣ୍ଟି ମୋଦି ଗ୍ୟାରେଣ୍ଟି ଉପରେ ଭାରି ପଡ଼ିବ ବୋଲି ପଦ୍ମନାଭ କହିଛନ୍ତି।

ବିଜେଡିର ନିର୍ବାଚନୀ ଇସ୍ତାହାର ଖୁବଶୀଘ୍ର  ଜାରି ହେବ । ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି କାମ ଆରମ୍ଭ କରିଛି । ଶନିବାର ଶଙ୍ଖ ଭବନରେ ପ୍ରଥମ ବୈଠକ ବସିବା ପରେ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ବର୍ଗର ମତାମତ  ସଂଗ୍ରହ କରାଯାଉଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାଷୀ, ମହିଳାଙ୍କ ସହ ଏଥର  ଛାତ୍ର ଓ ଯୁବକଙ୍କୁ ଇସ୍ତାହାରରେ ବିଜେଡି ଫୋକସ୍‌  କରିବ । ଦଳର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ  ମିଳିବ ପ୍ରାଧାନ୍ୟ । ଛାତ୍ର ଇସ୍ତାହାର ଓ ଯୁବ ବଜେଟକୁ  ଦଳ ଅଗ୍ରାଧିକାର ଦେବ । ଛାତ୍ର ଇସ୍ତାହାରରେ କ'ଣ  ରହିବ, ସେ ନେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀଙ୍କ  ମତାମତ ଅଣାଯାଇଛି । ସ୍ୱତନ୍ତ୍ର କୃଷି ବଜେଟ ପରି  ରାଜ୍ୟରେ ଆସିବ ଯୁବ ବଜେଟ। ଦକ୍ଷତା ବିକାଶ ହେବ। ଯୁବକଙ୍କ ହାତକୁ ଆସିବ ରୋଜଗାର ।  ଏହାକୁ ଲକ୍ଷ୍ୟରେ ରଖି ଏହି ବଜେଟ ପ୍ରସ୍ତୁତ  କରାଯିବ । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପରେ  ପ୍ରଥମ କ୍ୟାବିନେଟ୍‌ରେ ହିଁ ଛାତ୍ର ଇସ୍ତାହାର ଓ ଯୁବ  ବଜେଟ ଉପରେ ମୋହର ମାରିବେ ନବୀନ । 

ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ  ଗଠନ ହୋଇଥିବା ବିଜେଡିର ନିର୍ବାଚନ ଇସ୍ତାହାର  କମିଟି ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନକୁ  ଆଖିରେ ରଖି କାମ ଆରମ୍ଭ କରିଛନ୍ତି । ଇ-ମେଲରେ  ମତାମତ ନିଆଯାଉଛି । ଇସ୍ତାହାର ପ୍ରସ୍ତୁତି ଚୂଡ଼ାନ୍ତ  ହେବା ପରେ ମୋହର ମାରିବେ ବିଜେଡି ସୁପ୍ରିମୋ ।  ବିକାଶର ଗ୍ୟାରେଣ୍ଟି ଦେବ ବିଜେଡି ଇସ୍ତାହାର ।  କମିଟିର ସଦସ୍ୟ ତଥା ସାଂସଦ ଡ.ସସ୍ମିତ ପାତ୍ର  କହିଛନ୍ତି, ବିଜେଡି ସବୁବେଳେ ବିକାଶକୁ ହିଁ  ଅଗ୍ରାଧିକାର ଦେଇ ଆସିଛି । ଆମ ଇସ୍ତାହାର ସେଇ ବିକାଶକୁ ହିଁ ପ୍ରତିଫଳିତ କରିବ ।  ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଦଳ ରୋଡମ୍ୟାପ୍‌ କରୁଛି । ଏହାକୁ ମଧ୍ୟ ଆମେ  ଇସ୍ତାହାରରେ ସ୍ଥାନିତ କରିବୁ । ରାଜ୍ୟର ସବୁ ଅଞ୍ଚଳ  ଓ ସବୁବର୍ଗର ମତ ନିଆଯାଉଛି । ନବୀନଙ୍କ ବିକାଶ  ଏଜେଣ୍ଡା ହିଁ ଇସ୍ତାହାରରେ ସ୍ଥାନିତ ହେବ । ପ୍ରତିଟି  ଓଡ଼ିଆ ଏହାକୁ ଗ୍ରହଣ କରିବେ ବୋଲି ଦମ୍ଭର  ସହ ସସ୍ମିତ କହିଛନ୍ତି।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.