ଭୁବନେଶ୍ୱର, ୨୨।୯: ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା । ଭରତପୁର ଥାନା ମାମଲାରେ ମଙ୍ଗଳବାର ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ । ଏନେଇ ସାମ୍ବାଦିକ ସମିଳନୀରେ ଭୁବନେଶ୍ୱର ବନ୍ଦ ଡାକରା ଘୋଷଣା କଲା ବିଜେଡି । ଅତ୍ୟାବଶ୍ୟକ ସେବା ଯେଭଳି ବ୍ୟାହତ ନ ହେବ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି କହିଛି ବିଜେଡି । ଏହି ହରତାଳକୁ ଭୁବନେଶ୍ୱରବାସୀ ସହଯୋଗ କରିବେ । ଯେଭଳି ଘଟଣାକୁ ଲୁଚେବାକୁ ଷଡ଼ଯନ୍ତ୍ର କରାଯାଉଛି ତାକୁ ଦୃଢ଼ ନିନ୍ଦା କରୁଛୁ ବୋଲି ଏହି ସାମ୍ୱାଦିକ ସମ୍ମଳନୀରେ କହିଛି ବିଜେଡି ।