ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବ ବିଜେଡି, କିଏ ହେବେ ବିରୋଧୀ ଦଳ ନେତା ?

ଭୁବନେଶ୍ୱର,୦୯/୦୬: ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବସିବ ବିରୋଧୀ ଦଳ ଆସନରେ । ବିଧାନସଭାରେ ପ୍ରଥମ ଥର ପାଇଁ ବିଜେଡି ସଭ୍ୟମାନେ ବସିବେ ବାଚସ୍ପତିଙ୍କ ବାମ ପାର୍ଶ୍ୱରେ । ହେଲେ ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା? ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ଏ  ପଦ ସମ୍ଭାଳିବେ ନା ଆଉ କାହାକୁ ଏହି ଗୁରୁ ଦାୟିତ୍ୱ ଦେବେ ?

ବିଧାନସଭାରେ ଇନିଂସ ଆରମ୍ଭ କରିବା ଦିନରୁ ନବୀନ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ସେ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏଥର ପ୍ରଥମ ଥର ପାଇଁ ନବୀନ ବିରୋଧୀ ଦଳ ଆସନରେ ବସିବେ । ସାଧାରଣତଃ କମ୍‌ ଓ ନରମ କଥା କହୁଥିବା ନବୀନ ବିଧାନସଭାରେ ଆକ୍ରମଣାତ୍ମକ ଭୂମିକା  ତୁଲାଇବେ କି ନାହିଁ, ତାହା ବଡ଼ ପ୍ରଶ୍ନ । ନବୀନ ନିଜେ  ବିରୋଧୀ ଦଳ ନେତା ରହିବେ ନା ନାହିଁ? ଅନ୍ୟ କୌଣସି ନେତାଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦେବେ କି? ନିଜେ  ବିରୋଧୀ ଦଳ ନେତା ରହି ଆଉ କାହାକୁ ଉପନେତା ଦାୟିତ୍ୱ  ପ୍ରଦାନ କରିବେ କି? 

ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ବରିଷ୍ଠ ନେତା  ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରତାପ  କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, କଳିକେଶ  ନାରାୟଣ ସିଂହଦେଓ, ଗଣେଶ୍ୱର ବେହେରାଙ୍କୁ ବିଜେଡି ବଡ଼  ଦାୟିତ୍ୱ ଦେଇପାରେ ବିଧାନସଭାରେ । କଥାରେ ଦମ୍ଭ ରଖୁଥିବା  ଏହି ନେତାମାନେ ବିଧାନସଭାରେ ବିଜେପିକୁ ଘେରିବାର  ଦାୟିତ୍ୱ ସମ୍ଭାଳିପାରନ୍ତି । ହୁଏତ ଏମାନଙ୍କ ଭିତରୁ ହିଁ ନବୀନ  କାହାକୁ ବିରୋଧୀ ଦଳ ନେତା କିମ୍ବା ବିରୋଧୀ ଦଳର ଉପନେତା  ଓ ମୁଖ୍ୟ ସଚେତକ ଦାୟିତ୍ୱ ଦେଇପାରନ୍ତି । ଖୁବଶୀଘ୍ର ବିଜେଡି  ବିଧାୟକ ଦଳ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.