ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରି ବିଜେଡିର କର୍ମୀ ସମ୍ମିଳନୀ, ଦଳ ଛାଡ଼ିବେ ନାହିଁ ବୋଲି କହିଲେ ସନ୍ତୋଷ ଖଟୁଆ

ନୀଳଗିରି, ୩୧।୩: ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ତାଙ୍କ ଫାର୍ମ ହାଉସରେ ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି । ଏପରିକି ହଜାର ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରି ସେ ବିଧାୟକ ଟିକେଟ ପାଇବା ନିଶ୍ଚିତ ବୋଲି ତାଙ୍କ ସମର୍ଥକଙ୍କୁ କହିଛନ୍ତି । ରବିବାର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡ଼ି ଯିବା ପରେ ଆଜି ଭୁବନେଶ୍ୱରଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ମିଶ୍ରଣ ସନ୍ତୋଷ ଖଟୁଆ ଓ ତାଙ୍କ କର୍ମୀଙ୍କୁ ଅଡ଼ୁଆରେ ପକାଇଛି । 

ସୁକାନ୍ତ କାଳେ ଟିକେଟ ପାଇବେ ଏନେଇ ରବିବାର ସନ୍ତୋଷ ଖଟୁଆ ତାଙ୍କ କର୍ମୀମାନଙ୍କୁ ବିବ୍ରତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେ ଅନ୍ୟ ଦଳକୁ ଯିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଥିବା ବେଳେ ତାଙ୍କର ଟିକେଟ ନିଶ୍ଚିତ ପାଇବେ ବୋଲି ଶୁଭେଚ୍ଛୁଙ୍କୁ ଆଶ୍ୱସନା ଦେବା ସହ ସୁପ୍ରିମୋଙ୍କ ଉପରେ ଆସ୍ଥା ରଖିଛନ୍ତି । ସେପଟେ ସୁକାନ୍ତ କ୍ଷମତା ପାଇଁ ସର୍ବଦା ଦଳ ବଦଳ କରନ୍ତି ବୋଲି ସେ କହିଛନ୍ତି । ସୁପ୍ରିମୋଙ୍କ ଉପରେ ଆସ୍ଥା ରହିଛି ବୋଲି ସନ୍ତୋଷ ଖଟୁଆ ଓ ତାଙ୍କ କର୍ମୀମାନେ କହିଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.