ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରିରେ ବିପୁଳ ଜନ ସମର୍ଥନ ସହ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆ

ନୀଳଗିରି, ୧୦/୫ : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ୨୫ ହଜାରରୁ ଉର୍ଦ୍ଧ୍ଵ ସମର୍ଥକଙ୍କ ସହ ରଥଦାଣ୍ଡରେ ପହଞ୍ଚିଥିଲେ। ସେଠାରେ ୩ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ହଜାର ହଜାର ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଧୂମସା ମାଦଳର ତାଳେତାଳେ ସମର୍ଥକମାନେ ତାଙ୍କୁ ଉପଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ବେଶ ଉତ୍ସାହର ସହ ପାଛୋଟି ନେଇଛନ୍ତି। 

୪୧ଟି ପଞ୍ଚାୟତ ଓ ଏନଏସିରୁ ଆଜି ୨୦ ହଜାର ଜନ ସମାଙ୍ଗମ ନେଇ ସନ୍ତୋଷ ଖଟୁଆ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଛନ୍ତି। ତାଙ୍କ ସାଙ୍ଗରେ ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ପୁଣି ଥରେ ବିଜେପି ମଞ୍ଜି ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ବୁଣାଗଲା ବୋଲି କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.