ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ହରିୟାଣାରେ ବିଜେପି ଜାରି ଜଲା ୨୧ପ୍ରାର୍ଥୀଙ୍କ ଦ୍ବିତୀୟ ଲିଷ୍ଟ

ନୂଆଦିଲ୍ଲୀ, ୧୦/୯ : ହରିୟାଣା ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀଙ୍କ ଦ୍ବିତୀୟ ଲିଷ୍ଟ ଜାରି କରିଛି । ଦ୍ବିତୀୟ ଲିଷ୍ଟରେ ୨୧ସିଟ ଉପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଦୁଇ ମୁସଲିମ୍ ପ୍ରାର୍ଥୀଙ୍କୁ ବି ଟିକେଟ ଦିଆଯାଇଛି । ଦ୍ବିତୀୟ ଲିଷ୍ଟ ସହ ବିଜେପି ହରିୟାଣାର ୯୦ସିଟରୁ ୮୮ସିଟରେ ପ୍ରାର୍ଥୀ ଘୋଷଣା କରାଯାଇଛି । ପ୍ରଥମ ଲିଷ୍ଟରେ ୬୭ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା । ଦୁଇ ସିଟରେ ଏବେ ଘୋଷଣା ହେବା ବାକି ରହିଛି ।

ଫିରୋଜପୁର ଝିରକା ସିଟରେ ନସୀମ ଅହମଦ ଏବଂ ପୁହ୍ନାନା ସିଟରୁ ଏଞ୍ଜାଜ ଖାନଙ୍କୁ ପାର୍ଟି ପ୍ରାର୍ଥୀ କରିଛି । ଜୁଲାନା ସିଟରେ କ୍ୟାପ୍ଟେନ ୟୋଗେଶ ବୈରାଗୀଙ୍କୁ ବିଜେପି ନିର୍ବାଚନୀ ମୈଦାନରେ ଓହ୍ଲାଇଛି । ଏଠାରେ କଂଗ୍ରେସ ଟିକେଟରେ ରେସଲର ବିନେଶ ଫୋଗାଟ ମୈଦାନରେ ଅଛନ୍ତି ।

ବିଜେପି ପେହୋବା ସିଟରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଏଠାରେ ପ୍ରଥମେ ବିଜେପି କଂବଲଜୀତ ସିଂହ ଅଜରାନାଙ୍କୁ ଟିକେଟ ଦେଇଥିଲା । କିନ୍ତୁ ବିରୋଧକୁ ଦେଖି ସେ ଟିକେଟ ଫେରାଇ ଦେଇଛନ୍ତି । ଏବେ ସିଟରେ ବିଜେପି ଜୟ ଭଗବାନ ଶର୍ମାଙ୍କୁ ପ୍ରାର୍ଥୀ କରିଛି ।

ପ୍ରକାଶ ଯେ, ହରିୟାଣାର ସବୁ ସିଟରେ ଗୋଟିଏ ପର୍ଯ୍ୟାୟରେ ୫ ଅକ୍ଟୋବରରେ ଭୋଟିଂ ହେବ । ଫଳାଫଳ ୮ଅକ୍ଟୋବରରେ ଜାରି କରାଯିବ । ବିଜେପି ଦାବି କରୁଛି କି ହରିୟାଣାରେ ବାରମ୍ବାର ତୃତୀୟ ଥର ତାଙ୍କ ସରକାର ଗଢିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.